ETV Bharat / sports

FIFA U-17 Womens World Cup: ଭାରତକୁ 8-0ରେ ପରାସ୍ତ କଲା ଆମେରିକା - india america match result

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ଅଭିଯାନ ଆରମ୍ଭରୁ ଭାରତ ପରାଜିତ ହୋଇଛି । ଆମେରିକା ବିପକ୍ଷ ପ୍ରଥମ ମୁକାବିଲାରେ ୦-୮ ରେ ପରାଜିତ ହୋଇଛି ଭାରତୀୟ ମହିଳା ଦଳ । ଅଧିକ ପଢ଼ନ୍ତୁ

FIFA U-17 Womens World Cup: ଭାରତକୁ ୮-୦ ରେ ପରାସ୍ତ କଲା ଆମେରିକା

author img

By

Published : Oct 11, 2022, 11:01 PM IST

Updated : Oct 12, 2022, 8:42 AM IST

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ । ବିଶ୍ବକପର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ଆମେରିକା ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଆମେରିକା । ଆମେରିକା ଠାରୁ ୦-୮ ରେ ପରାସ୍ତ ହୋଇଛି ଭାରତ । ସେପଟେ ଉଦଘାଟନୀ ମ୍ୟାଚରେ ମରକ୍କୋକୁ ହରାଇ ୧-୦ ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ ।

ଭାରତକୁ ୮-୦ ରେ ପରାସ୍ତ କଲା ଆମେରିକା

ମ୍ୟାଚ ଆରମ୍ଭରୁ ଗୋଲ ବର୍ଷା କରିଥିଲା ଆମେରିକା । ଘରୋଇ ଦଳ ଭାରତ ଖାତା ଖୋଲି ପାରି ନଥିଲା । ଡେବ୍ୟୁ ମ୍ୟାଚ ଭାରତ ପାଇଁ ଦୁଃସ୍ବପ୍ନ ପରି ହୋଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଆମେରିକା 5-0ରେ ଆଗୁଆ ରହି ଭାରତରୁ ବ୍ୟାକଫୁଟକୁ ପଠାଇଥିଲା। ଏଥିରୁ ଭାରତ ଆଉ ମୁକୁଳି ପାରନଥିଲା। ସବୁ ବିଭାଗରେ ଆମେରିକା ଦମଦାର ପ୍ରଦର୍ଶନ କରିଥିଲା। ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲା ଦଳ। ଭାରତ ପକ୍ଷରୁ ମାତ୍ର 2ଟି ସଟ୍ ଚାର୍ଗେଟ କରାଯାଇଥବାବେଳେ ଆମେରିକା 30 ସଟ୍ ମାରିଥିଲା। ଏଥିରୁ 8ଟିକୁ ଗୋଲରେ ପରିଣତ କରିଥିଲା ଆମେରିକା । ଭାରତ ଗୋଟିଏ କର୍ଣ୍ଣର ପାଇଥିଲା । ଆମେରିକା 11ଟି କର୍ଣ୍ଣର ପାଇଁ ଆଗରେ ରହିଥିଲା । ଆମେରିକା ଗୋଲ ପରେ ଗୋଲ ବର୍ଷା କରିଥିଲା । ଦ୍ବିତୀୟାର୍ଦ୍ଧରେ 3ଟି ଗୋଲ କରିଥିଲା ଦଳ । ପ୍ରଥମ ମୁକାବିଲାକୁ ଜିତି ନେଇଛି ଆମେରିକା । ପ୍ରଥମ ମୁକାବିଲାରେ ହାରିବା ପରେ ଦ୍ବିତୀୟ ମ୍ୟାଚ ଜିତିବାକୁ ପ୍ରୟାସ କରିବ ଭାରତ । 14 ତାରିଖରେ ମରକ୍କୋକୁ ଭେଟିବ ଭାରତ ।

ସେପଟେ ମ୍ୟାଚରେ ମରକ୍କୋକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମରକ୍କୋକୁ 0-1ରେ ହରାଇ ବିଜୟଲାଭ କରିଛି ବ୍ରାଜିଲ ।ଗ୍ରୁପ 'ଏ' ରେ ଭାରତ ସହିତ ଆମେରିକା, ବ୍ରାଜିଲ ଏବଂ ମରକ୍କୋ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବ୍ରାଜିଲ ଓ ମରକ୍କୋ ପରସ୍ପରକୁ ଭେଟିଥିଲେ। ଏହାପରେ ଭାରତ ଆମେରିକା ମ୍ୟାଚ ଆରମ୍ଭ ହୋଇଥିଲା । ତେବେ ଖରାପ ପ୍ରଦର୍ଶନ ଯୋଗୁଁ ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ ।

ଏହା ବି ପଢନ୍ତୁ...FIFA U-17 Womens World Cup: ଉଦଘାଟନୀ ମ୍ୟାଚରେ ମରକ୍କୋକୁ ହରାଇଲା ବ୍ରାଜିଲ

ଅଣ୍ଡର୍‌ ୧୭ ମହିଳା ଫିଫା ବିଶ୍ବକପ ପାଇଁ ନଭୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଭେନ୍ୟୁ ଘୋଷଣା ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଏହି ବିଶ୍ବକପ ଉଦଘାଟନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍‌ଜୁ ଓ ନୀତିଶ ପାରମାଣିକ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 12, 2022, 8:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.