ETV Bharat / sports

Tokyo Olympics: କଡା ଟକ୍କର, ସେମିରେ ବେଲଜିୟମକୁ ଭେଟିବ ଭାରତ - ପୁରୁଷ ହକି ଟିମ

୪୧ ବର୍ଷ ପରେ ସେମିରେ ପହଞ୍ଚିଛି ଭାରତ ପୁରୁଷ ହକି ଟିମ । ଟୋକିଓ ସେମିରେ ବିଶ୍ବ ଚମ୍ପିୟାନ ବେଲଜିୟମକୁ ଭେଟିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ସେମିରେ ବେଲଜିୟମକୁ ଭେଟିବ ଭାରତ
ସେମିରେ ବେଲଜିୟମକୁ ଭେଟିବ ଭାରତ
author img

By

Published : Aug 3, 2021, 6:55 AM IST

ଟୋକିଓ: ୪୧ ବର୍ଷ ପରେ ସେମିରେ ପହଞ୍ଚିଛି ଭାରତ ପୁରୁଷ ହକି ଟିମ । ସେମିରେ ବିଶ୍ବ ଚମ୍ପିୟାନ ବେଲଜିୟମକୁ ଭେଟିବ ଟିମ ଇଣ୍ଡିଆ । ଏହି ମ୍ୟାଚ ଜିତିଲେ ଭାରତର ପଦକ ସୁନିଶ୍ଚିତ । ଭାରତୀୟ ପୁରୁଷ ହକି ଦଳକୁ ନେଇ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି।

୧୩୦ କୋଟି ଭାରତୀୟଙ୍କ ନଜର ଆଜି ହକି ଦଳ ଉପରେ । ଶ୍ରେଷ୍ଠ ପ୍ରଦର୍ଶନ କରି ବେଲଜିୟମକୁ ହରାଇବାକୁ ପ୍ରୟାସ କରିବ ଭାରତ । ଏହା ସହିତ ବେଲଜିୟମ ବିପକ୍ଷରେ ପୂର୍ବ ପରାଜୟ ପ୍ରତିଶୋଧ ନେବାକୁ ଭାରତ ପାଖରେ ସୁଯୋଗ ମଧ୍ୟ ରହିଛି । ରିଓ ଅଲମ୍ପିକ୍ସରେ ବେଲଜିୟମଠାରୁ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ରିଓ କ୍ବାର୍ଟରରେ ୩-୧ରେ ଭାରତକୁ ହରାଇଥିଲା ବେଲଜିୟମ ।

ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହେବା ପରଠୁ ଭାରତର ଭଲ ପ୍ରଦର୍ଶନ ରହିଛି । ଅନ୍ୟ ପଟେ ବେଲଜିୟମ ଶ୍ରେଷ୍ଠ ଦଳ ଭାବେ ପ୍ରମାଣିତ ହୋଇଛି । ବେଲଜିୟମକୁ ହରାଇବାରୁ ହେଲେ ଭାରତକୁ ଅଧିକ ପେନାଲ୍ଟି କର୍ଣ୍ଣର ସୁଯୋଗ ସୃଷ୍ଟି କରିବାକୁ ପଡିବ । ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ବଲ ପାସ କରି ଅଧିକ ସମୟ ନିଜ ନିୟନ୍ତ୍ରଣରେ ରଖିବାକୁ ପଡିବ ।

ଟୋକିଓ ଅଲମ୍ପିକ୍ସରେ ହକି କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ମାତ ଦେଇଥିଲା ଟିମ ଇଣ୍ଡିଆ । ଏହି ବିଜୟ ସହ ଅଲମ୍ପିକ୍ସରେ ୪୧ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯାଉଛି । ବ୍ରିଟେନକୁ ୩-୧ ଗୋଲରେ ଜିତିଥିଲା ଭାରତ । ତେବେ ଆଜିର ମ୍ୟାଚ ବିଜୟୀ ହୋଇ ଭାରତ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.