ETV Bharat / sports

ଭାରତକୁ ଆଟାକିଂ ଖେଳ ଖେଳିବାକୁ ପଡିବ, ସ୍ପେନ ସହିତ ହେବ ଦମଦାର ଲଢେଇ - ହକି ବିଶ୍ବକପ

ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଏବେ ସମସ୍ତଙ୍କ ନଜର ଟିମ ଇଣ୍ଡିଆ ମ୍ୟାଚ ଉପରେ । ସ୍ପେନ ବିପକ୍ଷରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ହକି ବିଶ୍ବକପରେ ଭାରତର କଣ ପ୍ରସ୍ତୁତି ରହିଛି କେଉଁ ଭଳି ପ୍ରଦର୍ଶନ କଲେ ଦଳକୁ ଫାଇଦା ହେବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା । ଅଧିକ ପଢନ୍ତୁ

ସ୍ପେନ ସହିତ ଭାରତର ହେବ ଦମଦାର ଲଢେଇ
ସ୍ପେନ ସହିତ ଭାରତର ହେବ ଦମଦାର ଲଢେଇ
author img

By

Published : Jan 12, 2023, 10:12 PM IST

ଭାରତକୁ ଆଟାକିଂ ଖେଳ ଖେଳିବାକୁ ପଡିବ, ସ୍ପେନ ସହିତ ହେବ ଦମଦାର ଲଢେଇ

ରାଉରକେଲା : ଶେଷ ହୋଇଛି ହକି ବିଶ୍ବକପ ଉଦଘାଟନୀ ସମାରୋହ । ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଏବେ ସମସ୍ତଙ୍କ ନଜର ଟିମ ଇଣ୍ଡିଆ ମ୍ୟାଚ ଉପରେ । ସ୍ପେନ ବିପକ୍ଷରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି (ଶୁକ୍ରବାର) ମୁହାଁମୁହିଁ ହେବେ ଏହି ଦୁଇ ଟିମ । ଉଭୟ ଉଭୟଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ କରିଛନ୍ତି ଭିନ୍ନ ରଣନୀତି । ଟିମ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରିତ ସିଂହ । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲି ସ୍ପେନକୁ ଭେଟିବ ଭାରତ । ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟୁର ଏବଂ ପ୍ରୋ ଲିଗ ଖେଳି ଗତ 2ମାସ ଧରି ଭାରତୀୟ ଦଳ ଅଭ୍ୟାସ କରିଛି । ଡିଫେନ୍ସ ଏବଂ ଫରଓ୍ବାର୍ଡରେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ମେନ ଇନ ବ୍ଲୁ ।

ଦୁଇ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀବ ନିଜ ମାଟିରେ ଖେଳିବେ ହକି ବିଶ୍ବକପ । ଉଭୟଙ୍କ ଉପରେ ରହିବ ସମସ୍ତଙ୍କ ନଜର । ହୋମ ଟିମ ପାଇଁ ହୋମ କଣ୍ଡିସନ (ଘରୋଇ ପରିବେଶ) ସୁହାଇବ । ସବୁ ଟିମଠାରୁ ଆଗରୁ ଆସି ଏଠାରେ ପ୍ରାକ୍ଟିସ କରିଛୁ ଯେଉଁଥିପାଇଁ ଏହା ଆମପାଇଁ ଖୁବ ଲାଭ ଦାୟକ ହେବ । ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ । ଦଳରେ ଏଥର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି ତେଣୁ ଟିମ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ସେପଟେ ସ୍ପେନ ହକି ଟିମ ବି କିଛି କମ ଶକ୍ତିଶାଳି ନୁହଁ । FIH ରାକିଂରେ ଦଳ ସ୍ପେନ ଅଷ୍ଟମ ସ୍ଥାନରେ ରହିଛି । ପ୍ରଥମ ବିଶ୍ବକପର ଆୟୋଜକ ଥିଲା ସ୍ପେନ । ଭାରତ ଓ ସ୍ପେନ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ଆଶା ରଖିଛନ୍ତି କ୍ରୀଡା ସମୀକ୍ଷକ । ଦୁଇ ଦଳର ଓଜନ ସମାନ ରହିଥିଲେ ମଧ୍ୟ ଭାରତ ତାର ଭିନ୍ନ ରଣକୌଶଳ ଆପଣାଇବ । ସେପଟେ ଭାରତରକୁ ଆଟାକିଂ ମୁଡରେ ଖେଳିବାକୁ ହେବ ବୋଲି କହିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା ।

FIH ରାକିଂ ଉପରେ ନଜର ପକାଇବା ତାହେଲେ ଟିମ ଅଷ୍ଟ୍ରେଲିଆ 3053 ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି । 2485 ପଏଣ୍ଟ ସହିତ ଭାରତ 6 ନମ୍ବର ସ୍ଥାନରେ ରହିଛ । ସେହିପରି 2120 ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଛି ସ୍ପେନ । ସ୍ପେନ୍ ହକି ଟିମ 2020 ଟୋକିଓ ଅଲିମ୍ପିକ୍ସରେ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ୨୦୧୮ ବିଶ୍ବକପରେ 13ତମ ସ୍ଥାନରେ ରହିଥିଲା । 1971 ଏବଂ 1998ରେ ଦୁଇ ଦୁଇ ଥର ରର୍ନ୍ସଅପ ରହିଛି ସ୍ପେନ । ଯାହାକି ଦଳର ମନ ବଳକୁ ବେଶ୍ ସୁଦୃଢ କରିଛି । ସ୍ପେନ ଟିମରେ ଯୁବ ଅଧିନାୟକ ମାର୍କ ମିରେଲସ ସହିତ ଏନରିକ ଗୋଞ୍ଜାଲେଜ ଏବଂ ଜାକୁଇନ ମେନିନିଙ୍କ ଭଳି ଦମଦାର ଖେଳାଳି ମଧ୍ୟ ରହିଛନ୍ତି । ତେଣୁ ସ୍ପେନ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ଆଶା କରାଯାଉଛି । ଏ ପର୍ଯ୍ୟନ୍ତ ଭାରତ ଓ ସ୍ପେନ ମଧ୍ୟରେ 33ଟି ମ୍ୟାଚ ଖେଳାଯାଇଛି । ଏଥିମଧ୍ୟରୁ 13ଟିରେ ଭାରତ ଜିତିଥିବା ବେଳେ 13ଟି ସ୍ପେନ ଜିତିଛି । ବାକି 7ଟି ମ୍ୟାଚ ଅମୀମାଂସିତ ରହିଛି । ହକି ପ୍ରୋ ଲିଗ ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତିଥିବା ବେଳେ ସ୍ପେନ ଗୋଟିଏ ମ୍ୟାଚ ଜିତିଥିଲା । ଏବେ ପୁଲ Dରେ ଭାରତ ସ୍ପେନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.