ETV Bharat / sports

Hockey World Cup: ଆଜି ଭାରତ-ଇଂଲଣ୍ଡ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଥିବା ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ ଜିତି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

Hockey World Cup 2023
india vs england
author img

By

Published : Jan 15, 2023, 8:55 AM IST

ରାଉରକେଲା: ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ପ୍ରଥମ ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିସାରିଛି ଭାରତୀୟ ଦଳ । ଉଦଘାଟନୀ ମ୍ୟାଚରେ ସ୍ପେନ ବିପକ୍ଷରେ ଖେଳି 2-0ରେ ବିଜୟ ହାସଲ କରିଥିଲା ହରମନପ୍ରୀତଙ୍କ ନେତୃତ୍ବାଧୀନ ଇଣ୍ଡିଆ ଟିମ୍ । ଆଜି (ରବିବାର) ଦ୍ବିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତୀୟ ଦଳ । ପ୍ରଥମ ମ୍ୟାଚ ଜିତିବା ପରେ ଦ୍ବିତୀୟ ମ୍ୟାଚ ଜିତି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ ।

48 ବର୍ଷ ପରେ ପଦକ ଜିତିବା ପଥରେ ଅଗ୍ରସର ହେଉଛି ଟିମ ଇଣ୍ଡିଆ । ଉତ୍ତମ ରଣନୀତି ସହ ଆଜିର ମୁକାବିଲା ଜିତିବାକୁ କସରତ କରିବ ଭାରତ । ରାତି 7ଟାରେ ରାଉରକେଲାର ବର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଷ୍ଟାଟ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ ।

ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ । ବିଶ୍ବ ମାନ୍ୟତାରେ ଭାରତ 5 ନମ୍ବର ଓ ଇଂଲଣ୍ଡ 4 ନମ୍ବରରେ ରହିଛି । ସ୍ପେନ ବିପକ୍ଷ ମୁକାବିଲାରେ ଭାରତ ଘନ ଘନ ଆକ୍ରମଣ କରିବାରେ ସମର୍ଥ ହୋଇଥିଲା । ସ୍ପେନ ଖାତା ଖୋଲି ପାରିନଥିଲା । ମ୍ୟାଚର 13 ମିନିଟରେ ଗୋଲ ସ୍କୋର କରିବା ପରେ ଭାରତୀୟ ଟିମରେ ସମନ୍ବୟ ରହିଥିଲା ।

ପେନାଲ୍ଟି କର୍ଣ୍ଣର ପାଇବା ପରେ ଅମିତ ରୋହିଦାସ ତଥା ଓଡିଆ ଖେଳାଳି ପ୍ରଥମ ଗୋଲ କରିଥିଲେ । ଏହାପରେ ହାର୍ଦ୍ଦିକ ସିଂ ଦ୍ବିତୀୟ ଗୋଲ କରିଥିଲେ । ପରବର୍ତ୍ତୀ କ୍ବାର୍ଟରରେ ଭାରତ ଗୋଲ କରି ନଥିଲେ ବି ସ୍ପେନକୁ ଗୋଲ କରିବାକୁ ସୁଯୋଗ ମଧ୍ୟ ଦେଇନଥିଲେ । ଦମଦାର ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିପରି ଆଜି ଇଂଲଣ୍ଡ ବିପକ୍ଷରେ ଏହି ପ୍ରଦର୍ଶନ ଦେଖାଇବାକୁ ହେବ । ନଚେତ ଶକ୍ତିଶାଳୀ ଦଳକୁ ହରାଇବା କଷ୍ଟକର ହେବ ।

ଏହା ବି ପଢନ୍ତୁ...Hockey World Cup 2023: ଇଂଲଣ୍ଡ ବିପକ୍ଷରେ ହେବ କାଣ୍ଟେ କା ଟକ୍କର, ଫରଓ୍ୱାର୍ଡରେ ଭଲ ଖେଳ ପ୍ରଦର୍ଶନ ଜରୁରୀ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ବକପ ମ୍ୟାଚରେ ଇଂଲଣ୍ଡ 4-3ରେ ଆଗୁଆ ରହିଛି । ଶେଷ ମୁକାବିଲାରେ ଇଂଲଣ୍ଡ ଜିତିଥିଲା । ଭାରତ ଆଜିର ମୁକାବିଲା ଜିତିଲେ ସ୍କୋର ବରାବର ହେବା ସହ ସିଧାସଳଖ କ୍ବାର୍ଟରରେ ପ୍ରବେଶ କରିବା ପଥ ଫିଟିବ । ଇଂଲଣ୍ଡର ରକ୍ଷଣଭାଗ ଯେପରି ଶକ୍ତିଶାଳୀ, ଫରୱାର୍ଡବାହିନୀ ମଧ୍ୟ ଶୃଙ୍ଖଳିତ । ତେଣୁ ଭାରତରୁ ଟିକେ ଅଧିକ ଯତ୍ନଶୀଳ ହେବାକୁ ପଡିବ ।

ଇଣ୍ଡିଆ ପାଇଁ ଇଂଲଣ୍ଡ ଏକ ଚ୍ୟାଲେଞ୍ଜ ହେବ । ପ୍ରଥମ ମ୍ୟାଚରେ ୱେଲ୍ସକୁ 5-0ରେ ହରାଇ ଏକତରଫା ବିଜୟ ହାସଲ କରିଥିଲା ଇଂଲଣ୍ଡ । ଆଜିର ମୁକାବିଲା ଜିତିବା ପାଇଁ ଭାରତକୁ ଆଟାକିଂ ହକି ଖେଳିବାକୁ ହେବ । ଇଂଲଣ୍ଡ ବିପକ୍ଷରେ କାଣ୍ଟେକା ଟକ୍କର ହେବ । ତେଣୁ ଭାରତକୁ ଫରୱାର୍ଡରେ ଭଳ ଖେଳ ପ୍ରଦର୍ଶନ କରିବାକୁ ହେବ । ଇଂଲଣ୍ଡର ରାଇଟ ୱିଙ୍ଗ ଏବଂ ମିଡ ଫିଲ୍ଡରେ ବେଶ ସୁଦୃଢ ରହିଛି । କିନ୍ତୁ ଲେଫ୍ଟ ୱିଙ୍ଗରେ ଦଳ ସେତେଟା ସୁଦୃଢ ନାହିଁ । ଭାରତୀୟ ଖେଳାଳି ମାନଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପଡିବ । ଚାରିପଟୁ ଘେରି ଆଟାକିଂ ହକି ଖେଳିବାକୁ ପଡିବ । ବିଶେଷ କରି ଲେଫ୍ଟ ୱିଙ୍ଗରେ ଆଟାକ କରିବାକୁ ପଡିବ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.