ETV Bharat / sports

ଏୟାର ରାଇଫଲ ସୁଟଂ ଇଭେଣ୍ଟରୁ ଆରମ୍ଭ ହେବ ଭାରତର ଅଲମ୍ପିକ୍ସ ଯାତ୍ରା - ଟୋକିଓ ଅଲମ୍ପିକ୍ସ ଖବର

ଏୟାର ରାଇଫଲ ସୁଟିଂରୁ ଟୋକିଓ ଅଲମ୍ପିକ୍ସର ଯାତ୍ରା ଆରମ୍ଭ କରିବ ଭାରତ । ଏଥିପାଇଁ ଭାରତର ୧୫ ଜଣିଆ ରାଇଫଲ ସୁଟଂ ମହିଳା ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଅଧିକ ପଢ଼ନ୍ତୁ..

ଏୟାର ରାଇଫଲ ସୁଟଂ ଇଭେଣ୍ଟରୁ ଆରମ୍ଭ ହେବ ଭାରତର ଅଲମ୍ପିକ୍ସ ଯାତ୍ରା

author img

By

Published : Jul 23, 2021, 9:05 PM IST

ଟୋକିଓ: ଏୟାର ରାଇଫଲ ସୁଟିଂରୁ ଟୋକିଓ ଅଲମ୍ପିକ୍ସର ଯାତ୍ରା ଆରମ୍ଭ କରିବ ଭାରତ । ଏଥିପାଇଁ ଭାରତର ୧୫ ଜଣିଆ ରାଇଫଲ ସୁଟଂ ମହିଳା ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଶନବାର ଦିନ ଏହି ଇଭେଣ୍ଟ ଆରମ୍ଭ ହେବ । ଭାରତୀୟ ସମୟ ମୁତାବକ ସକାଳ ୫ଟା ସମୟରେ ଏହି ଇଭେଣ୍ଟ ଆରମ୍ଭ ହେବ । ଯେଉଁଥିରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଯୋଗ ଦେବେ ଭାରତୀୟ ମହିଳା ସୁଟର ।

ଏହି ଇଭେଣ୍ଟରେ ଭାରତର ଅପୁର୍ବୀ ଚାଣ୍ଡେଲା ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ । ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୪୯ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବେ । ଏହାପରେ ସକାଳ ୭.୧୫ ମିନିଟରେ ଏହି ଇଭେଣ୍ଟର ଫାଇନାଲ ରାଉଣ୍ଡ ଖେଳାଯିବ ।

ସେହିଭଳି ପୁରୁଷ ବିଭାଗର ଏୟାର ରାଇଫଲ ସୁଟିଂରେ ଭାରତୀୟ ସୁଟର ଅଭିଶେଷ ବର୍ମା ଓ ସୌରଭ ଚୌଧୁରୀ ନିଜର ଯାତ୍ରା ଆରମ୍ଭ କରିବେ । ସକାଳ ୯.୩୦ ମିନିଟରେ ଏହି ଇଭେଣ୍ଟ ଆରମ୍ଭ ହେବ । ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୩୬ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବେ । ସେହି ଦିନ ୧୨ଟା ବେଳେ ଏହି ଇଭେଣ୍ଟର ଫାଇନାଲ ରାଉଣ୍ଡ ଖେଳାଯିବ ।

ଭାରତୀୟ ଦଳର ଉଭୟ ପୁରୁଷ ମହିଳା ବିଭାଗର କୋଚ୍ ଏଥିପାଇଁ ଆଥଲେଟମାନଙ୍କୁ ଜୋରଦାର ଅଭ୍ୟାସ କରାଇଛନ୍ତି । ଗେମ ଭିଲେଜର ଆଶାକା ସୁଟିଂ ରେଞ୍ଜରେ ଭାରତୀୟ ଆଥଲେଟମାନେ ଅଭ୍ୟାସ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.