ହାଇଦ୍ରାବାଦ: ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC)ର 2023 ବାର୍ଷିକ ସଂସ୍କରଣ ଭାରତରେ ହେବ । ଏନେଇ ଆଇଓସି ବୋର୍ଡରେ ସ୍ଥିର ହୋଇଛି । ମୁମ୍ବାଇ ସହରରେ ଏହି ହାଇପ୍ରୋଫାଇଲ କାର୍ଯ୍ୟକ୍ରମ ଆୟୋଜିତ ହେବ । ଶେଷ ଥର ପାଇଁ ବର୍ଷ 1983 ରେ ଭାରତରେ ଆଇଓସିର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଆଗାମୀ ଜୁଲାଇରେ 136ତମ ଆଇଓସି ଅଧିବେଶନ ଟୋକିଓରେ ବସିବ । ଏହି ବୈଠକରେ ମୁମ୍ବାଇ ଅଧିବେଶନ ଉପରେ ମୋହର ଲାଗିବ । ‘ଆମେ ଭାରତକୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରିଛୁ । କାରଣ ଭାରତ ଜନସଂଖ୍ୟାରେ ବିଶ୍ବର 2ୟ ସର୍ବାଧିକ ଦେଶ । ଭାରତ ଏକ ଯୁବ ଦେଶ ଓ ଅଲମ୍ପିକ ସ୍ପୋର୍ଟସ ପାଇଁ ଭାରତରେ ଅନେକ ସମ୍ଭାବନା ରହିଛି’ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଭାପତି ଥୋମାସ ବାଚ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ