ETV Bharat / sports

India Open: ସେମିଫାଇନାଲରେ ପିଭି ସିନ୍ଧୁ

କ୍ବାର୍ଟର-ଫାଇନାଲ ମୁକାବିଲାରେ ୨୧-୭, ୨୧-୧୮ ସେଟ୍‌ରେ ଅସ୍ମିତା ଚାଲିହାଙ୍କୁ ହରାଇ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ୨୦୨୨ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଦୁଇ ଥରର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ । ଅଧିକ ପଢନ୍ତୁ

author img

By

Published : Jan 14, 2022, 6:05 PM IST

India Open: PV Sindhu, Lakshya Sen advance into semis
India Open: ସେମିରେ ସିନ୍ଧୁ ଓ ଲକ୍ଷ ସେନ୍‌

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ୨୦୨୨ରେ ଦୁଇ ଥରର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ ଜାରି । ଶୁକ୍ରବାର କେଡି ଯାଦବ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମୁକାବିଲାରେ ଜବରଦସ୍ତ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । କ୍ବାର୍ଟର ମୁକାବିଲାରେ ସିନ୍ଧୁ, ୨୧-୭, ୨୧-୧୮ ସେଟ୍‌ରେ ଅସ୍ମିତା ଚାଲିହାଙ୍କୁ ହରାଇଛନ୍ତି । ଏହି ମ୍ୟାଚ୍‌ ୩୬ ମିନିଟ୍‌ ଧରି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: India Open: ସାଇନା ଆଉଟ୍‌, କ୍ବାର୍ଟରରେ ସିନ୍ଧୁ

ସିନ୍ଧୁଙ୍କ ବ୍ୟତୀତ ସର୍ଟଲର ଲକ୍ଷ ସେନ ଓ ଆକର୍ଷୀ କଶ୍ୟପ ମଧ୍ୟ ସେମିଫାଇନାଲ ଟିକେଟ ହାତେଇଛନ୍ତି । ପ୍ରଥମ ସେଟ୍‌ରେ ୨୧-୭ ବ୍ୟବଧାନରେ ଏକତରଫା ବିଜୟ ହାସଲ କରିଥିଲେ ସିନ୍ଧୁ । ମାତ୍ର ଦ୍ବିତୀୟ ସେଟ୍‌ରେ ଅସ୍ମିତା କଡା ଟକ୍କର ଦେଇଥିଲେ । ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା ମାତ୍ତ ସିନ୍ଧୁ ୨୧-୧୮ରେ ବାଜିମାରିଥିଲେ ।

ଅନ୍ୟପଟେ ଏଚ୍‌ଏସ ପ୍ରଣୟଙ୍କୁ ୧୪-୨୧, ୨୧-୯, ୨୧-୧୪ରେ ହରାଇ ସେନ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ମ୍ୟାଚ ପ୍ରାୟ ୬୦ ମିନିଟ୍‌ ଧରି ଖେଳାଯାଇଥିଲା । ସେହିପରି କଶ୍ୟପ, ମାଳବିକା ବଂଶଦଙ୍କୁ ୨୧-୧୨ସ ୨୧-୧୫ ସେଟ୍‌ରେ ହରାଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.