ETV Bharat / sports

ୱେଲ୍ସ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ନଖେଳିବା ଭାରତ ପାଇଁ ବିପଦ, ଇଂଲଣ୍ଡ-ସ୍ପେନ୍‌ ମ୍ୟାଚ୍‌ ଉପରେ ନଜର - ହକି ବିଶ୍ବକପ

ହକି ବିଶ୍ବକପରେ କ୍ବାର୍ଟର ଫାଇନାଲକୁ କ୍ବାଲିଫାଇ ହେବା ପାଇଁ ବିଭିନ୍ନ ଦଳ ପ୍ରସ୍ତୁତ କଲେଣି ସମୀକରଣ । ତେବେ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଫଳାଫଳ ଭାରତର ସମୀକରଣ ତିଆରି କରିବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ । ଅଧିକ ପଢ଼ନ୍ତୁ

କ୍ବାର୍ଟର ଫାଇନାଲ ପାଇଁ ଭାରତର ସମୀକରଣ
କ୍ବାର୍ଟର ଫାଇନାଲ ପାଇଁ ଭାରତର ସମୀକରଣ
author img

By

Published : Jan 17, 2023, 10:05 PM IST

କ୍ବାର୍ଟର ଫାଇନାଲ ପାଇଁ ଭାରତର ସମୀକରଣ

ଭୁବନେଶ୍ବର: ଜାରି ରହିଥିବା ହକି ବିଶ୍ବକପ ୨୦୨୩ରେ ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ବିଜୟ ପରେ ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସହ କଡ଼ା ମୁକାବିଲା କରିଥିଲା ଭାରତୀୟ ହକି ଦଳ । ତେବେ ସଙ୍ଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ଅମୀମାଂସିତ ରହିଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ପୁଲର କେଉଁ ଦଳ କ୍ବାର୍ଟର ଫାଇନାଲକୁ କ୍ବାଲିଫାଇ ହେବ, ସେନେଇ ଦ୍ବନ୍ଦ୍ବ ଲାଗି ରହିଛି । ବିଭିନ୍ନ ଦଳ କ୍ବାଲିଫାଇ ହେବା ପାଇଁ ସମୀକରଣ ପ୍ରସ୍ତୁତ କରୁଥିବାବେଳେ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ଫଳାଫଳ ଭାରତର ସମୀକରଣ ତିଆରି କରିବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ ।

ଭାରତ ପାଇଁ ଆଡ୍‌ଭେଣ୍ଟେଜ: ହକି ବିଶ୍ବକରେ ଆସନ୍ତା ୧୯ ତାରିଖରେ ଖେଳାଯିବ ଭାରତ ଓ ୱେଲ୍ସ ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଭାରତର ଏହା ହେବ ଏହି ସିଜିନର ପ୍ରଥମ ମ୍ୟାଚ । ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ କ୍ବାର୍ଟର ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇନଥିବାରୁ ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ପୁଲ 'ଡି'ରେ ଭାରତ-ୱେଲ୍ସ ମ୍ୟାଚ ଫଳାଫଳ ନିର୍ଣ୍ଣୟ କରିବ କେଉଁ ଦଳ କ୍ବାର୍ଟର ଫାଇନାଲରେ ପହଞ୍ଚିବ । ତେବେ କଳିଙ୍ଗ ଷ୍ଟାଡିୟମରେ ଏହି ହାଇ ଭୋଲ୍‌ଟେଜ ମ୍ୟାଚ ପୂର୍ବରୁ ଭାରତ ପାଇଁ ବଡ ଆଡ୍‌ଭେଣ୍ଟେଜ ହେଲା ୱେଲ୍ସକୁ କେତେ ଗୋଲରେ ହରାଇବାକୁ ପଡିବ ସେ ଗଣିତ ଥିବ ଭାରତ ପାଖରେ । କାରଣ ଏହି ମ୍ୟାଚ୍‌ ପୂର୍ବରୁ ଖେଳାଯିବ ଇଂଲଣ୍ଡ ଓ ସ୍ପେନ ମ୍ୟାଚ ।

ଦଳରେ ରହିଛି ଅନେକ ତ୍ରୁଟି: କିନ୍ତୁ ଗତ ୨ଟି ମ୍ୟାଚର ପ୍ରଦର୍ଶନରୁ ଭାରତ ପାଖରେ ରହିଛି ଦୁର୍ବଳତାର ଲମ୍ବା ତାଲିକା । ୱେଲ୍ସ ବିପକ୍ଷ ମ୍ୟାଚରେ ଶକ୍ତିଶାଳୀ ହାର୍ଦ୍ଦିକ ସିଂହ ଖେଳିବେ ନାହିଁ । ତାଙ୍କ ବିନା ଭାରତ ମ୍ୟାଚ ଖେଳିବା ବଡ଼ ବିପଦ । କାରଣ ସେ ଆଟାକ କରୁଥିଲେ । ତାଙ୍କର ଅନୁପସ୍ଥିତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଭାରତ ଫର୍‌ୱାର୍ଡ ଲାଇନ ବହୁତ ମିସ କରୁଛି । ମନଦୀପ, ଆକାଶ ଦୀପ, ଅଭିଶେଖ ଏବଂ ଲଳିତ ଯାହା ତିଆରି କରୁଛନ୍ତି ତାକୁ ଗୋଲରେ ପରିଣତ କରିପାରୁନାହାନ୍ତି । ଯାହାକି ଭାରତ ପାଇଁ ବଡ ଦୁର୍ବଳତା । ବିଶ୍ବର ଏକ ନମ୍ବର ଡ୍ରାଗ ଫ୍ଲିକର ଭାବେ ଜଣାଶୁଣା ଅଧିନାଯକ ହରମନପ୍ରୀତ ସିଂହ ଏଯାଏଁ ଗୋଟିଏ ବି ଗୋଲ କରିପାରିନାହାନ୍ତି । ପେନାଲ୍‌ଟିକୁ ଗୋଲରେ ପରିଣତ କରିପାରୁନାହାନ୍ତି ଖେଳାଳି । ତେଣୁ ପେନାଲ୍‌ଟି କର୍ଣ୍ଣରର ବିଫଳତା ଭାରତ ପାଇଁ ଆଉ ଏକ ଅଡୁଆ ସ୍ଥିତି ସୃଷ୍ଟି କରିବ ।

ଭାରତ ପାଇଁ କ୍ବାର୍ଟର ସମୀକରଣ: ବର୍ତ୍ତମାନ ସ୍ଥିତିରେ ପୁଲ-ଡିରେ ଟପରେ ରହିବାକୁ ହେଲେ ୱେଲ୍ସ ବିପକ୍ଷ ମ୍ୟାଚରେ ଭାରତକୁ ଅତି କମରେ ୬ଟି ଗୋଲରେ ଜିତିବାକୁ ପଡିବ । କିନ୍ତୁ ସବୁ ନିର୍ଭର କରୁଛି ଇଂଲଣ୍ଡ ଓ ସ୍ପେନ ମ୍ୟାଚ ଉପରେ । କାରଣ ଇଂଲଣ୍ଡ ଯଦି ହାରିଯାଏ, ଭାରତ ସାଧାରଣ ଭାବେ ୱେଲ୍ସକୁ ହରାଇଲେ ଚଳିବ । କିନ୍ତୁ ଯଦି ଇଂଲଣ୍ଡ ସ୍ପେନକୁ ୫ରୁ ୬ଟି ଗୋଲ ଦେଇଦିଏ ତେବେ ଭାରତର ଗୋଲ ବ୍ୟବଧାନ ମଧ୍ୟ ୮ରୁ ୯କୁ ଚାଲିଯାଇପାରେ । ଯାହାକି ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ।

ତେବେ ଏବେ ସମସ୍ତଙ୍କର ନଜର ଅଟକିବ ଇଂଲଣ୍ଡ ଓ ସ୍ପେନ ମ୍ୟାଚ ଉପରେ । ସେଇଠୁ ଜଣାପଡିବ ୱେଲ୍ସ ବିପକ୍ଷରେ କି ରଣନୀତି ଆପଣେଇବ ଭାରତ । ନଚେତ ଯଦି ଭାରତ ଦ୍ବିତୀୟ ଦଳ ହିସାବରେ କ୍ବାର୍ଟରକୁ ଯାଏ, ତେବେ କ୍ରସଓଭର ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.