ରାଉରକେଲା: ପୁରୁଷ ହକି ବିଶ୍ବକପକୁ ଆଉ ମାତ୍ର 18 ଦିନ ବାକି ରହିଛି । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ହକି ବିଶ୍ବକପ ଅବସରରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୁନିୟର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦକ୍ଷିଣ କୋରିଆକୁ 5-0 ଗୋଲରେ ପରାସ୍ତ କରିଛି ଭାରତ ।
-
India Junior team beat Korea Junior with a margin of 5️⃣-0️⃣ in the first match of the Test Series at Birsa Munda Hockey Stadium, Rourkela. 🏑
— Odisha Sports (@sports_odisha) December 24, 2022 " class="align-text-top noRightClick twitterSection" data="
Congratulations team! 👏👏 pic.twitter.com/e0L747B1w3
">India Junior team beat Korea Junior with a margin of 5️⃣-0️⃣ in the first match of the Test Series at Birsa Munda Hockey Stadium, Rourkela. 🏑
— Odisha Sports (@sports_odisha) December 24, 2022
Congratulations team! 👏👏 pic.twitter.com/e0L747B1w3India Junior team beat Korea Junior with a margin of 5️⃣-0️⃣ in the first match of the Test Series at Birsa Munda Hockey Stadium, Rourkela. 🏑
— Odisha Sports (@sports_odisha) December 24, 2022
Congratulations team! 👏👏 pic.twitter.com/e0L747B1w3
ଉତ୍ତମ ସିଂଙ୍କ ନେତୃତ୍ବରେ ଭାରତୀୟ ଦଳ ଦକ୍ଷିଣ କୋରିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି । ଆରମ୍ଭରୁ ଶେଷ ଯାଏ ଘରୋଇ ଦଳ ଆଧିପତ୍ୟ ବିସ୍ତାର କରିଥିଲା । ଦକ୍ଷିଣ କୋରିଆ ଖାତା ଖୋଲିପାରି ନଥିଲା । ଖେଳର 7ମ ମିନିଟରେ ଅବଦୁଲ ଅସଦ ପ୍ରଥମ ଗୋଲ ସ୍କୋର କରି ଖାତା ଖୋଲିଥିଲେ । ମ୍ୟାଚର 14 ଓ 41 ମିନିଟରେ ଲାଲାଜୀ ଆଦିତ୍ୟ ଏବଂ 42 ଓ 57 ମିନିଟରେ ଉତ୍ତମ ସିଂ ଗୋଲ କରିଥିଲେ । କୋରିଆ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲା । ରାଜନ ଏକ୍କା, ରାଜ କୁମାର ଝା, ନିଶାନ ମହାନ୍ତି ଏବଂ ପ୍ରଫୁଲ୍ଲ ତିର୍କୀ ଖେଳ ପରିଚାଳନା କରିଥିଲେ ।
ଏହି ଅଭ୍ୟାସ ମ୍ୟାଚ ବେଳେ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲ କ୍ରୀଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଏସପି ମୁକେଶ ଭାମୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ପକ୍ଷରେ ହକି ଇଣ୍ଡିଆର ଉଚ୍ଚପଦସ୍ଥ ଅଧିକାରୀ ଆସି ହକି ମ୍ୟାଚ ଦେଖିବା ସହ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଆସନ୍ତା 27 ତାରିଖ ଯାଏ ଅଭ୍ୟାସ ମ୍ୟାଚ୍ ଖେଳାଯିବ ।
ଏହା ବି ପଢନ୍ତୁ...Sports Year Ender 2022: କ୍ରିକେଟର କେଉଁ ଫର୍ମାଟକୁ କିଏ କହିଲେ ଅଲବିଦା
ପୂର୍ବରୁ ଜୁନିୟର ଓଡିଶା ଦଳ ଏବଂ ଜୁନିୟର ସାଉଥ କୋରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଓଡିଶା 2-1 ଗୋଲରେ ବିଜୟୀ ହୋଇଥିଲା । ଓଡିଶା ୨୦୨୩ ହକି ବିଶ୍ୱକପର ଆୟୋଜକ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଜାନୁଆରି ୧୩ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଭ୍ୟାସ ମ୍ୟାଚ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମକୁ ଅନୁମତି ଦିଆଯାଇନାହିଁ । କୋରୋନାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି ।
ବିଶ୍ବକପ୍ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍ D'ରେ ସ୍ଥାନ ପାଇଛି ।
ଇଟିଭି ଭାରତ, ସୁନ୍ଦରଗଡ