ETV Bharat / sports

Intercontinental Cup: ଲେବାନନ୍‌କୁ ୨-୦ରେ ହରାଇ ଭାରତ ଚମ୍ପିଆନ୍‌ - ସୁନୀଲ ଛେତ୍ରୀ

ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ରେ ଭାରତ ଚମ୍ପିଆନ୍‌ । ଫାଇନାଲ୍‌ ମୁକାବିଲାରେ ଲେବାନନ୍‌କୁ ୨-୦ରେ ପରାସ୍ତ କରି ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ଲେବାନନ୍‌କୁ ୨-୦ରେ ହରାଇ ଭାରତ ଚମ୍ପିଆନ୍‌
ଲେବାନନ୍‌କୁ ୨-୦ରେ ହରାଇ ଭାରତ ଚମ୍ପିଆନ୍‌
author img

By

Published : Jun 18, 2023, 10:37 PM IST

Updated : Jun 18, 2023, 10:53 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ରହିଥିବା ଇଣ୍ଟରକଣ୍ଟିନେଣ୍ଟାଲ୍‌ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଶେଷ ହୋଇଛି । ଫାଇନାଲ୍‌ ମୁକାବିଲାରେ ଲେବାନନ୍‌କୁ ୨-୦ରେ ପରାସ୍ତ କରି ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଓ ଲାଲ୍ଲିଆଞ୍ଜୁଆଲା ଛାଙ୍ଗ୍‌ଟେ ଗୋଲ୍‌ ବଳରେ ଭାରତ ଚମ୍ପିଆନ୍‌ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅପରାଜିତ ରହି ଶେଷ କରିଛି ଭାରତ । କଳିଙ୍ଗ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।

ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚ୍‌ରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ହେଲେ ଏହା ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଦଳ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଏହି ଗୋଲ ସହ ଭାରତକୁ ୧-୦ରେ ଆଗୁଆ କରାଇଥିଲେ ଛେତ୍ରୀ । ଭାରତ ପକ୍ଷରୁ ଲାଲ୍ଲିଆଞ୍ଜୁଆଲା ଛାଙ୍ଗ୍‌ଟେ ଦ୍ୱିତୀୟ ଗୋଲ୍ ସ୍କୋର୍ କରି ଦଳକୁ ୨-୦ ଭଳି ମଜବୁତ ସ୍ଥିତିକୁ ନେବା ସହିତ ଦଳର ବିଜୟ ନିଶ୍ଚିତ କରିଥିଲେ । ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଚମ୍ପିଆନ ହୋଇଛି ।

୨୦୧୮ରେ ପ୍ରଥମ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ ଚମ୍ପିଆନ ବନିଥିବା ଭାରତ ଦ୍ବିତୀୟ ଟାଇଟଲ ହାତେଇଛି । ଲେବାନନର ପ୍ରଥମ ଟାଇଟାଲ ଜିତିବା ସ୍ବପ୍ନକୁ ଚୁର୍‌ମାର୍‌ କରିଦେଇଛି ଟିମ୍‌ ଇଣ୍ଡିଆ । ଲିଗ୍‌ ପର୍ଯ୍ୟାୟ ଆରମ୍ଭରୁ ଭାରତ ଶୀର୍ଷରେ ରହିଥିଲା । ଦୁଇଟି ମ୍ୟାଚ୍‌ରେ ବିଜୟ ଓ ଲେବାନନ୍‌ ସହ ଗୋଟିଏ ଡ୍ର ସହ ମୋଟ ୭ ପଏଣ୍ଟ ପାଇ ଭାରତ ଟେବୁଲ ଟପ୍‌ରେ ରହିଥିଲା । ସେହିପରି ଲେବାନନ୍‌ ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ର ଦ୍ବିତୀୟରେ ରହିଥିଲା । ଭାରତ ଓ ଲେବାନନ୍‌ ମଧ୍ୟରେ ଲିଗ୍‌ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲଶୂନ୍ୟ ରହି ଡ୍ର' ହୋଇଥିଲା । ଆଜି ଫାଇନାଲ୍‌ରେ ଭାରତ ୨-୦ରେ ଲେବାନନ୍‌କୁ ପରାସ୍ତ କରିବାରେ ସଫଳ ହୋଇଛି ।

ପ୍ରକାଶଥାଉ କି, ମୁମ୍ବାଇରେ ଆୟୋଜିତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ୨୦୧୮ ସଂସ୍କରଣରେ ଭାରତ ପ୍ରଥମ ଟାଇଟଲ୍‌ ହାସଲ କରିଥିଲା । ଫାଇନାଲରେ କେନିଆକୁ ୨-୦ ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ଭାରତ । ହେଲେ ୨୦୧୯ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଆଜି ଫାଇନାଲ୍‌ ମୁକାବିଲା ଜିତି ଦ୍ବିତୀୟ ଟାଇଟଲ ହାସଲ କରିଛି ଭାରତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 18, 2023, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.