ETV Bharat / sports

ସୁଦୀରମାନ କପ୍‌: ଓଡିଶା ଝିଅ ଋତୁପର୍ଣ୍ଣାଙ୍କ କମାଲ, ଫିନଲାଣ୍ଡକୁ ହରାଇଲା ଭାରତ

author img

By

Published : Sep 30, 2021, 6:48 PM IST

ସୁଦୀରମାନ କପ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଫିନଲାଣ୍ଡ୍‌କୁ ୪-୧ରେ ହରାଇଲା ଭାରତ । ଏହି ବିଜୟରେ ଓଡିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କ ପ୍ରମୁଖ ଯୋଗଦାନ । ଅଧିକ ପଢନ୍ତୁ...

India beat Finland in Sudirman Cup final group match
ସୁଦୀରମାନ କପ୍‌: ଓଡିଶା ଝିଅ ଋତୁପର୍ଣ୍ଣାଙ୍କ କମାଲ, ଫିନଲାଣ୍ଡକୁ ହରାଇଲା ଭାରତ

ଭାନ୍ତା(ଫିନଲାଣ୍ଡ): ଚଳିତ ସୁଦୀରମାନ କପ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ । ପୂର୍ବରୁ କ୍ବାର୍ଟର-ଫାଇନାଲ ଦୌଡରୁ ବାଦ୍‌ ପଡିସାରିଥିବା ବ୍ୟାଡମିଣ୍ଟନ ଟିମ ଇଣ୍ଡିଆ ଶେଷ ଗ୍ରୁପ ପର୍ଯାୟରେ ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି । ଆୟୋଜକ ଫିନଲାଣ୍ଡ୍‌କୁ ୪-୧ରେ ହରାଇଛି ଭାରତ । ଭାରତୀୟ ଟିମର ଏହି ବିଜୟରେ ଓଡିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କ ପ୍ରମୁଖ ଯୋଗଦାନ ରହିଛି । ମହିଳା ଡବଲ୍ସ ଇଭେଣ୍ଟରେ ତନିସା କ୍ରାଷ୍ଟୋ ଓ ଋତୁପର୍ଣ୍ଣା, ଫିନଲାଣ୍ଡ ଯୋଡି ମାଥିଲା ଲିନ୍ଧୋଲମ ଓ ଜେନ୍ନି ନେଷ୍ଟ୍ରମଙ୍କୁ ୨୧-୧୨ ଓ ୨୧-୧୩ ସେଟ୍‌ରେ ହରାଇଛନ୍ତି ।

ମିକ୍ସଡ ଡବଲ୍ସ ଯୋଡି ଏମଆର ଅର୍ଜୁନ ଓ ଅଶ୍ବିନ ପୋନ୍ନାପା, ଆଣ୍ଟୋନ କୈଷ୍ଟି ଓ ଜେନ୍ନି ନେଷ୍ଟ୍ରେମଙ୍କୁ ୨୧-୯, ୨୧-୧୪ରେ ହରାଇଛନ୍ତି । କିଦାମ୍ବ ଶ୍ରୀକାନ୍ତ ଓ ମାଳବିକା ବଂଶଦ ମଧ୍ୟ ନିଜର ପୁରୁଷ ଓ ମହିଳା ସିଙ୍ଗଲ୍ସ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଛନ୍ତି । ଶ୍ରୀକାନ୍ତ କାଲେ କୋଲଜେନେନଙ୍କ ୧୬-୨୧, ୨୧-୧୪, ୨୧-୧୧ରେ ହରାଇଥିବାବେଳେ ମାଳବିକା ନେଲା ନିକବିଷ୍ଟଙ୍କ ବିପକ୍ଷରେ ୨୧-୧୬ ଓ ୨୧-୧୧ରେ ବିଜୟୀ ହୋଇଛନ୍ତି ।

ତେବେ ସୋମବାର ଚାଇନା ଠାରୁ ୦-୫ରେ ପରାଜୟ ପରେ କ୍ବାର୍ଟର-ଫାଇନାଲ ଦୌଡରୁ ବାଦ୍‌ ପଡିଥିଲା ଭାରତ । ଥାଇଲାଣ୍ଡ ଠାରୁ ମଧ୍ୟ ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ପରାଜୟ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ଡବଲ୍‌ ଅଲମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ, ଲଣ୍ଡନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲ ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡିଙ୍କ ଅନୁପସ୍ଥିତି ଯୋଗୁଁ ଭାରତର ପ୍ରଦର୍ଶନ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.