ETV Bharat / sports

Asian Para Games: ଇତିହାସ ରଚିଲେ ପୂର୍ବତନ IAS ଅଫିସର ସୁହାସ, ବ୍ୟାଡମିଣ୍ଟନରେ ଜିତିଲେ ସ୍ବର୍ଣ୍ଣ - ବ୍ୟାଡମିଣ୍ଟନରେ ଜିତିଲେ ସ୍ବର୍ଣ୍ଣ

ପାରା ଏସୀୟ ଗେମ୍ସରେ ଇତିହାସ ରଚିଲେ ପୂର୍ବତନ IAS ଅଫିସର ସୁହାସ ଏଲୱାଇ । ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ-୪ ବର୍ଗରେ ଜିତିଲେ ସ୍ବର୍ଣ୍ଣ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 27, 2023, 5:27 PM IST

ଲକ୍ଷ୍ନୌ: ଇତିହାସ ରଚିଲେ ନୋଏଡା ଗୌତମ ବୁଦ୍ଧ ନଗରର ପୂର୍ବତନ ଜିଲ୍ଲାପାଳ ସୁହାସ ଏଲୱାଇ । ଚୀନର ହାଙ୍ଗଝୌରେ ଚାଲିଥିବା ଚତୁର୍ଥ ପାରା ଏସୀୟ ଗେମ୍ସରେ ଶୁକ୍ରବାର ବ୍ୟାଡମିଣ୍ଟନରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପାରା ଅଲମ୍ପିକ୍ସର କାଂସ୍ୟ ପଦକ ବିଜେତା ସୁହାସ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ-୪ ବର୍ଗର ଫାଇନାଲ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ରାଉଣ୍ଡରେ ମାଲେସିଆ ପ୍ରତିଦ୍ବନ୍ଦୀ ମହମ୍ମଦ ଅମିନ ୨-୧ରେ ହରାଇ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି । ଏହାରି ସହିତ ଚୀନରେ ଭାରତକୁ ଗୌରବାନ୍ବିତ କରିଛନ୍ତି ।

Asian Para Games
ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ-୪ ବର୍ଗରେ ସୁହାସ ଏଲୱାଇଙ୍କୁ ସ୍ବର୍ଣ୍ଣ

ଚୀନରେ ଆୟୋଜିତ ପାରା ଏସୀୟ କ୍ରୀଡାରେ ଭାରତ ରେକର୍ଡ ପ୍ରଦର୍ଶନୀ ଜାରି ରଖିଛି । ଏସୀୟ ଗେମ୍ସର ତୃତୀୟ ଦିନରେ ଭାରତକୁ ମିଳିଛି ୬ ସ୍ବର୍ଣ୍ଣ ସହ ମୋଟ ୧୨ଟି ପଦକ । ଭାରତ ଏସୀୟ ପାରା ଗେମ୍ସ ୨୦୨୩ରେ ଏଯାବତ ୨୪ଟି ସ୍ବର୍ଣ୍ଣ ପଦକ ସମେତ ୯୬ଟି ପଦକ ହାସଲ କରିଛି । ଏବେ ଭାରତ ମେଡାଲ ତାଲିକାରେ ଚୀନ, ଇରାନ ଓ ଜାପାନ ପରେ ଚତୁର୍ଥ ସ୍ଥାନରେ ରହିଛି । ଆଇଏଏସ ଅଫିସର ସୁହାସ ଅଲମ୍ପିକ୍ସ ପରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ- Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ସୁହାସ ଏଲୱାଇ ୨୦୦୭ରେ ଆଇଏଏସ ଅଫିସର ହୋଇଥିଲେ । କୋଭିଡ-୧୯ ସମୟରେ ୨୦୨୦ ମାର୍ଚ୍ଚ ୩ ତାରିଖରେ ସେ ନୋଏଡା ଗୌତମବୁଦ୍ଧ ନଗରର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ଏହାପୂର୍ବରୁ ବରିଷ୍ଠ ଆଇଏଏସ ଅଧିକାରୀ ସୁହାସ ମହାରାଜଗଞ୍ଜ, ସୋନଭଦ୍ର, ହାଥରସ, ପ୍ରୟାଗରାଜ, ଜୌନପୁର ଓ ଆଜମଗଡ଼ରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଗତ ଫେବୃଆରୀ ୨୭ ତାରିଖରେ ସୁହାସଙ୍କ ପଦୋନ୍ନତି ହୋଇଥିଲା । ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ କ୍ରୀଡା ବିଭାଗର ସଚିବ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।

ସୁହାସଙ୍କୁ ଏହି ସଫଳତା ମିଳିବା ପରେ ତାଙ୍କ ପତ୍ନୀ ତଥା ଆଇଏଏସ ଅଫିସର ଋତୁ ସୁହାସ ଖୁସିବ୍ୟକ୍ତ କରି କହିଛନ୍ତି, "ଭିଡିଓ କଲ୍‌ରେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲା । ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ସଫଳତା ଲାଗି ସେ ଦେଶବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିବା ସହ ଏଥିଲାଗି ସରକାରଙ୍କ ସହଯୋଗ ଏକ ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି ।" ସୁହାସ ଏଲୱାଇ ଲଗାତାର ଭାବରେ ପାରା ବ୍ୟାଡମିଣ୍ଟନରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି । ସେ ଅନେକ ପଦକ ଜିତିଥିବା ବେଳେ ଏବେ ଏଥିରେ ଏସୀୟ ଗେମ୍ସ ପଦକ ମଧ୍ୟ ସାମିଲ ହୋଇଛି । ସୂଚନା ଥାଉ କି ଶୁକ୍ରବାର ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସଏଲ-୩ ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.