ETV Bharat / sports

ନୂଆ ଲକ୍ଷ୍ୟରେ ସୁନାପୁଅ ନୀରଜ, ଚଳିତ ସିଜିନ୍‌ରେ ୯୦ ମିଟର ଜାଭେଲିନ ଥ୍ରୋ ଟାର୍ଗେଟ - ୯୦ ମିଟର ଜାଭେଲିନ ଥ୍ରୋ ଟାର୍ଗେଟ

୨୦୨୩ ବର୍ଷରେ ୯୦ ମିଟର ଜାଭଲିନ ଥ୍ରୋ ନେଇ ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି ୨୦୨୧ ଟୋକିଓ ଅଲମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଧିକ ପଢନ୍ତୁ

ଅଲମ୍ପିଆନ ନୀରଜ ଚୋପ୍ରା
ଅଲମ୍ପିଆନ ନୀରଜ ଚୋପ୍ରା
author img

By

Published : Jan 9, 2023, 12:30 PM IST

ହାଇଦ୍ରାବାଦ: ନୂଆ ବର୍ଷରେ ନୂଆ ଲକ୍ଷ୍ୟ ରଖିଲେ ସୁନା ପୁଅ ନୀରଜ ଚୋପ୍ରା । ଏବର୍ଷ ୯୦ ମିଟର ଜାଭଲିନ ଥ୍ରୋ କରିବା ନେଇ ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି ୨୦୨୧ ଟୋକିଓ ଅଲମ୍ପିକର ଏହି ସ୍ବର୍ଣ୍ଣ ପଦକ ବିଜେତା । ଟୋକିଓ ଅଲମ୍ପିକରେ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରିଥିଲେ ଏହି ନୀରଜ ଚୋପ୍ରା । ଏହା ପରେ ଡାଇମଣ୍ଡ ଲିଗ ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡା ଇତିହାସରେ ଯୋଡିଥିଲେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଏହା ପରେ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ତେବେ ଏହି ସୁନା ପୁଅଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପରେ ମଧ୍ୟ ସେ ୯୦ ମିଟର ଜାଭଲିନ ଥ୍ରୋ କରିବାରେ ବିଫଳ ରହିଛନ୍ତି ।

ତେବେ ସେ ନୂଆ ବର୍ଷରେ ନୂଆ ରେକର୍ଡ କରିବା ନେଇ ସେ ବେଶ ଆଶାବାଦୀ । ୯୦ ମିଟର ଜାଭଲିନ ଥ୍ରୋ କରିବା ନେଇ ସେ ଦୃଢକ୍ତି ଦେଇଛନ୍ତି । ଏଥିପାଇଁ ସେ ଦିନରାତି କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ନୀରଜ ଏବେ ଇଂଲଣ୍ଡରେ ଅଭ୍ୟାସ ଜାରି ରଖିଛନ୍ତି ।

ଲୁସାନେ ଡାଇମଣ୍ଡ୍‌ ଲିଗ୍‌ (Lausanne Diamond League 2022)ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ୨୪ ବର୍ଷୀୟ ନୀରଜ ଚୋପ୍ରା ଏହି ଟାଇଟଲ୍ ହାସଲ କରି କୀର୍ତ୍ତିମାନ ସ୍ଥାପନ କରିଥିଲେ । ପ୍ରଥମ ପ୍ରୟାସରେ ୮୯.୦୮ ମିଟର ଦୂରରେ ଜାଭେଲିନ ଫିଙ୍ଗି ଲୁସାନେ ଡାଇମଣ୍ଡ ଲିଗର ଟାଇଟଲ ହାତେଇଥିଲେ ସେ । ଏହା ତାଙ୍କ କ୍ୟାରିଅରର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସେହିପରି ବିଶ୍ବ ଚାମ୍ପିଅନସିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ । ଟୋକିଓ ଅଲମ୍ପିକରେ ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତି ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.