ETV Bharat / sports

Hockey World Cup: ଆଜି କଳିଙ୍ଗରେ ଭାରତ-ୱେଲ୍ସ ଲଢେଇ - ହକି ବିଶ୍ବକପ 2023

ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । ସପ୍ତମ ଦିନରେ ପହଞ୍ଚିଛି ଟୁର୍ଣ୍ଣାମେଣ୍ଟ । ଆଜି ମୋଟ 4ଟି ମ୍ୟାଚ ଖେଳାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

Hockey World Cup
India vs Wales
author img

By

Published : Jan 19, 2023, 8:10 AM IST

Updated : Jan 19, 2023, 8:55 AM IST

ଭୁବନେଶ୍ବର: ଆଜି କମ୍ପିବ କଳିଙ୍ଗ । ଛାଇ ଯିବ ତ୍ରିରଙ୍ଗା । ଇଣ୍ଡିଆ ଇଣ୍ଡିଆ ଚିଅରଅଫରେ ଫାଟି ପଡିବ ଚତୁଃପାର୍ଶ୍ବ । କିଏ ମାରିବ ବାଜି ତାକୁ ନେଇ ହକିପ୍ରେମୀଙ୍କ ମନରେ ଉତ୍କଣ୍ଠା । ରାଜଧାନୀ ଭୁବନେଶ୍ବର ଓ ରାଉରକେଲାରେ FIH ପୁରୁଷ ହକି ବିଶ୍ବକପ ଜାରି ରହିଛି । ଆଜି ସପ୍ତମ ଦିନରେ ପହଞ୍ଚିଛି ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଆଜି (ଗୁରୁବାର) ମୋଟ 4ଟି ମ୍ୟାଚ ଖେଳାଯିବ ।

କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ପୁଲ ସିରେ ମାଲେସିଆ ବନାମ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ ବନାମ ଚିଲି ଓ ପୁଲ ଡିରେ ସ୍ପେନ ବନାମ ଇଂଲଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ରାତି 7ଟାରେ ଭାରତ ଓ ୱେଲ୍ସ ମ୍ୟାଚ ହେବ ।

ଭାରତ ତାର ପ୍ରଥମ ମୁକାବିଲାରେ ସ୍ପେନ ବିପକ୍ଷରେ ବିଜୟ ହାସଲ କରିଥିଲା । 2-0 ଗୋଲରେ ସ୍ପେନକୁ ପରାସ୍ତ କରିଥିଲା । ଏହା ପରେ ଦ୍ବିତୀୟ ମୁକାବିଲେ ଇଂଲଣ୍ଡକୁ ଭେଟିଥିବା ଭାରତ । ଉକ୍ତ ମ୍ୟାଚଟି 0-0ରେ ଡ୍ର ହୋଇଥିଲା । ଆଜି ୱେଲ୍ସ ବିପକ୍ଷରେ କଳିଙ୍ଗରେ କଡ୍ଡା ଟକ୍କର ଦେବ ଭାରତ । ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାକୁ ହେଲେ ଭାରତକୁ ବଡ ସ୍କୋର କରି ଜିତିବାକୁ ହେବ ।

ଭାରତକୁ ବିଶେଷ କରି ପେନାଲ୍ଟି କର୍ଣ୍ଣର ଉପରେ ଫୋକସ କରିବାକୁ ହେବ । ୱେଲ୍ସ ବିପକ୍ଷରେ ଘରୋଇ ଭାରତ ମ୍ୟାଚକୁ ବୃହତ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ପାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଗତ ଦୁଇଟି ମ୍ୟାଚରେ ଭାରତ ପେନାଲ୍ଟି କର୍ଣ୍ଣର ମିସ କରିଥିଲା । ଆଜି ସେ ସମସ୍ତ ତ୍ରୁଟି ସୁଧାରି ପଡିଆକୁ ଓହ୍ଲାଇବ ଦଳ ।

ୱେଲ୍ସକୁ ଯେପରି ଟିକେ ବି ସୁଯୋଗ ନମିଳେ ସେ ଦିଗରେ ଭାରତକୁ ଫୋକସ କରିବାକୁ ପଡିବ । ସେପଟେ ୱେଲ୍ସ ଦୁଇଟି ମ୍ୟାଚ ଖେଳିଥିଲେ ବି ବିଜୟ ସ୍ବାଦ ଚାଖିନାହିଁ । ଆଜି ଇଣ୍ଡିଆ ବିପକ୍ଷରେ ବିଜୟ ଖାତା ଖୋଲିବାକୁ ଚେଷ୍ଟା କରିବ ଦଳ । ୱେଲ୍ସ ଶୂନ ପଏଣ୍ଟ ସହ ଟେବୁଲ ଶେଷରେ ରହିଛି । ସେପଟେ ପୁଲ ଡିରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ମଧ୍ୟ ଏକ ଜୋରଦାର ମୁକାବିଲା ଦେଖିବାକୁ ମିଳିବ । ଦୁଇ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ।

ଏହା ବି ପଢନ୍ତୁ....Hockey World Cup 2023: ବଡ଼ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବୁ କହିଲେ ଅଧିନାୟକ ହରମନପ୍ରୀତ

ଆଉ ଦୁଇ ମ୍ୟାଚରେ ପୁଲ ସିରେ ମାଲେସିଆ ଓ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ ଓ ଚିଲି ମଧ୍ୟରେ ମୁକାବିଲା ଦେବ । ପୁଲ-ସିରେ ନେଦରଲାଣ୍ଡସ ଶୀର୍ଷରେ ରହିଛି । ସେ ଖେଳିଥିବା ଦୁଇଟି ମ୍ୟାଚ ଜିତି ସାରିଛି । ଆଜି ଚିଲି ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିବ ଦଳ ।

ସେହିପରି ବିଜୟ ଖାତା ଖୋଲିନଥିବା ଚିଲି ନେଦରଲାଣ୍ଡସକୁ ହରାଇ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ମାଲେସିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ଦୁଇ ଦଳ ମଧ୍ୟରେ ଏକ କଡ୍ଡା ମୁକାବିଲା ଦେଖିବାକୁ ମିଳିବ । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିବେ ଉଭୟ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 19, 2023, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.