ETV Bharat / sports

Hockey World Cup 2023: ୨-୦ ଗୋଲରେ ସ୍ପେନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ, ଅମିତ ଶ୍ରେଷ୍ଠ ଖେଳାଳି

author img

By

Published : Jan 13, 2023, 8:56 PM IST

Updated : Jan 13, 2023, 9:26 PM IST

ସ୍ପେନକୁ ପରାସ୍ତ କଲା ଟିମ ଇଣ୍ଡିଆ । ବିଜୟ ଅଭିଯାନରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ମେନ୍ ଇନ୍ ବ୍ଲୁ । ଅଧିକ ପଢନ୍ତୁ

ବିଜୟ ଅଭିଯାନରୁ କ୍ୟାମ୍ପେନ ଆରମ୍ଭ କଲା ମେନ୍ ଇନ୍ ବ୍ଲୁ  ।

ରାଉରକେଲା : ବିଜୟ ଅଭିଯାନରୁ କ୍ୟାମ୍ପେନ ଆରମ୍ଭ କଲା ମେନ୍ ଇନ୍ ବ୍ଲୁ । ସ୍ପେନକୁ ପରାସ୍ତ କଲା ଟିମ ଇଣ୍ଡିଆ । ହକି ବିଶ୍ବକପ ୨୦୨୩ର ଚତୁର୍ଥ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ବନାମ ସ୍ପେନ । ଏହି ମ୍ୟାଚରେ ହରମନପ୍ରିତ ଏଣ୍ଡ କୋ ୨-୦ ଗୋଲରେ ସ୍ପେନକୁ ମାତ୍ ଦେଇଛି । ଓଡିଆ ପୁଅ ତଥା ଉପଅଧିନାୟକ ଅମିତ ରୋହିଦାସ ପ୍ରଥମ ଗୋଲଦେଇ ଟିମ ଇଣ୍ଡିଆର ଖାତା ଖୋଲିଥିଲେ । ଅମିତ ରୋହିଦାସ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ହକିର ଏନ୍ତିଡିଶାଳରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକଙ୍କୁ ନିରାଶ ନ କରି ବିଜୟ ଭେଟି ଦେଇଛି ହରମନପ୍ରତି ଏଣ୍ଡ କୋ । ଆରମ୍ଭରୁ ବିପକ୍ଷ ଦଳ ସ୍ପେନ ଏବଂ ହୋମ ଟିମ ଭାରତ ମଧ୍ୟରେ କଡା ଟକ୍କର ହୋଇଥିଲା । କେହି କେହାକୁ ମାତ୍ ଦେବାକୁ ପ୍ରସ୍ତୁତ ନ ଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡିଆ ପୁଅ ତଥା ଉପଅଧିନାୟକ ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇ ଟିମ ଇଣ୍ଡିଆର ଖାତା ଖୋଲିଥିଲେ । ଯାହା ଷ୍ଟାଡିୟମ ବେଶ୍ ଉତ୍ସାହ ଭରିଥିଲା । ସେ ଖେଳ ଆରମ୍ଭର ୧୩ ମିନିଟର ପ୍ରଥମ ଗୋଲ ଦେଇଥିଲେ । ଯାହା ବିଶ୍ବକପ ଇତିହାସରେ ୨୦୦ ଗୋଲ ଛୁଇଁଥିଲା ଭାରତୀୟ ହକି ଦଳ । ଅମିତ ରୋହିଦାସଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ଆଜିର ( ଶୁକ୍ରବାର ) ମ୍ୟାଚରେ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ନିଜ ମାଟିରେ ଏହି ସଫଳତା ପାଇ ବେଶ୍ ଗର୍ବିତ ବୋଲି କହିଛନ୍ତି ଟିମ ଇଣ୍ଡିଆର ଏହି ଉପଅଧିନାୟକ ।

ଟିମ ଇଣ୍ଡିଆର ପ୍ରଥମ ଗୋଲ ପରେ ପେନାଲ୍ଟି କର୍ଣ୍ଣରରେ ବିପକ୍ଷ ଦଳ ସ୍ପେନକୁ ଗୋଲ ଦେବାକୁ ସୁଯୋଗ ମିଳିଥିଲା । ହେଲେ ଏହାର ଫାଇଦା ଉଠାଇ ପାରି ନଥିଲେ ସ୍ପେନ । ଟିମ ଇଣ୍ଡିଆର ଗୋଲ କିପର ଶ୍ରୀଜେଶ ପ୍ରତିଦ୍ବନ୍ଦୀ ଦଳ ସ୍ପେନକୁ ଅଟକାଇବାରେ ସକ୍ଷମ ରହିଥିଲେ । ଏହା ପରେ ୨୭ ମିନିଟରେ ଟିମ ଇଣ୍ଡିଆ ଦ୍ବିତୀୟ ଗୋଲ ଦେଇଥିଲେ । ଏହି ଗୋଲ ଦେଇଥିଲେ ହାର୍ଦ୍ଦିକ ସିଂହ । ଯାହା ଦଳର ମନୋବଳକୁ ବେଶ୍ ସୁଦୃଢ କରିଥିଲା । ପ୍ରଥମାର୍ଦ୍ଧ ବେଳକୁ ଦଳ ଦୁଇଟି ଗୋଲ ଦେଇସାରିଥିବା ବେଳେ ସ୍ପେନ୍ ଗୋଟିଏ ବି ଗୋଲ କରି ପାରିନଥିଲା । ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଥିଲେ ସୁଦ୍ଧା କେହି ଗୋଲ ଦେଇନଥିଲେ । ନିର୍ଦ୍ଧାରିତ ସମୟରେ ଖେଳ ଶେଷ ହେବା ସହିତ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି ।

ବିଜୟୀ ଦଳ ଭାରତ ନିଜର ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚ ଜାନୁଆରୀ ୧୫ ତାରିଖ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୭ ଟା ବେଳେ ଖେଳାଯିବ । ସ୍ପେନ ତାର ଦ୍ବିତୀୟ ମ୍ୟାଚରେ ୱେଲ୍ସକୁ ଭେଟିବ । ଏହି ମ୍ୟାଚ ଜାନୁଆରୀ ୧୫ ତାରିଖ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୫ ଟା ବେଳେ ଖେଳାଯିବ ।

Last Updated : Jan 13, 2023, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.