ETV Bharat / sports

Hockey World Cup: ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ

ଭାରତୀୟ ହକି ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ । ଏହି ଜର୍ସିର ଫଟୋକୁ ମନପ୍ରିତ ସିଂହ ଟ୍ବିଟରରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 13, 2023, 7:34 AM IST

ହକି ଇଣ୍ଡିଆର ନୂଆ ଜର୍ସି
ହକି ଇଣ୍ଡିଆର ନୂଆ ଜର୍ସି

ହାଇଦ୍ରାବାଦ: ହକି ଇଣ୍ଡିଆକୁ ମିଳିଲା ନୂଆ ଜର୍ସି । ଭାରତୀୟ ହକି ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ । ଆଜି (ଶୁକ୍ରବାର) ସ୍ପେନ ବିପକ୍ଷରୁ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ମେନ୍ ଇନ୍ ବ୍ଲୁଙ୍କୁ ପ୍ରଦାନ କରାଯାଇଛି ନୂଆ ଜର୍ସି । ଏହି ଜର୍ସିର ଫଟୋକୁ ମନପ୍ରିତ ସିଂହ ଟ୍ବିଟରରେ ସେୟାର କରିଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

ଏହା ପଢନ୍ତୁ: ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍, ସ୍ପୋର୍ଟସ ଲୁକରେ ନଜର ଆସିବେ ପୋଲିସ୍

ଆଜି ପ୍ରଥମ ମ୍ୟାଚ୍‌: ଆଉ କିଛି ଘଣ୍ଟାର ଅପେକ୍ଷା । ଏହାପରେ ଖେଳାଯିବ ବହୁ ପ୍ରତିକ୍ଷୀତ ହକି ବିଶ୍ବକପ । ଓଡ଼ିଶାରେ ହକି ବିଶ୍ବକପର ୧୫ତମ ସଂସ୍କରଣ ଖେଳାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହକି ଇଣ୍ଡିଆ ଶେଷ ଥର ପାଇଁ ଅଜିତ ସିଂହ ପାଲଙ୍କ ନେତୃତ୍ବରେ ବର୍ଷ ୧୯୭୫ରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଥିଲା । ତେବେ ଦୀର୍ଘ ୪୭ ବର୍ଷ ହେବ ବିଶ୍ବକପ ଟାଇଟଲ ଭୋକିଲା ରହିଛି ଭାରତ । ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ ହେବା ପାଇଁ କୋଟିକୋଟି ପ୍ରଶଂସକ ଆଶା ରଖିଛନ୍ତି । ଚଳିତଥର ଭାରତୀୟ ହକି ଟିମ୍‌ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ।

ଏହା ମଧ୍ୟ ପଢନ୍ତୁ: ଭାରତକୁ ଆଟାକିଂ ଖେଳ ଖେଳିବାକୁ ପଡିବ, ସ୍ପେନ ସହିତ ହେବ ଦମଦାର ଲଢେଇ

ଆଜିଠୁ ହକି ମହାସମର: ଆଜିଠାରୁ 29 ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ । ଭାରତ ସନ୍ଧ୍ୟା ୭ଟା ବେଳେ ପୁଲ D'ରେ ଥିବା ସ୍ପେନ୍‌କୁ ଭେଟିବ । ଏହି ମ୍ୟାଚ ରାଉରକେଲାସ୍ଥିତ ନବ ନିର୍ମିତ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ସେହିପରି ଭାରତ ଜାନୁଆରୀ ୧୫ ତାରିଖରେ ଇଂଲଣ୍ଡ ସହିତ ମୁହାଁମୁହିଁ ହେବାକୁ ଥିବାବେଳେ ଜାନୁଆରୀ ୧୯ ତାରିଖରେ ୱେଲ୍ସକୁ ଭେଟିବ । 5ଟି ମହାଦେଶର ୧୬ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ପୁଲ D'ରେ ଭାରତ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ୍‌ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ମୋଟ୍‌ ୧୬ଟି ଟିମ୍‌କୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ୍‌ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.