ETV Bharat / sports

Hockey World Cup: ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ୍

author img

By

Published : Dec 27, 2022, 9:54 AM IST

Updated : Dec 27, 2022, 10:58 AM IST

ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ଭୁବେନେଶ୍ବରରେ ପହଞ୍ଚିଛି ଭୁବନେଶ୍ବରରେ ଭାରତୀୟ ହକି ଟିମ୍ ( Hockey World Cup ) । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି 18 ଖେଳାଳି । ଅଧିକ ପଢନ୍ତୁ

Hockey World Cup
hockey team arrives in Bhubaneswar
Hockey World Cup

ଭୁବନେଶ୍ବର: ଚାହୁଁ ଚାହୁଁ ହକି ବିଶ୍ବକପ ପାଇଁ ଦିନ ପାଖେଇ ଆସୁଛି । ଆଉ ମାତ୍ର 17 ଦିନ ବାକି ରହିଛି । ଏହାରି ଭିତରେ ଆଜି (ମଙ୍ଗଳବାର) ରାଜଧାନୀରେ ଭାରତୀୟ ପୁରୁଷ ହକି ଦଳ । ହକି ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍‌। FIH ପୁରୁଷ ହକି ବିଶ୍ବକପ ପାଇଁ ଭୁବେନେଶ୍ବରରେ ପହଞ୍ଚିଛନ୍ତି ଟିମ୍ ( Hockey World Cup ) । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି 18 ଖେଳାଳି । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ ମଧ୍ୟ ଆସିଛନ୍ତି । ଦଳରେ 2 ଓଡିଆ ଖେଳାଳି ସାମିଲ ଅଛନ୍ତି । ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ରାଉରକେଲାରେ ଅଭ୍ୟାସ କରିବ ଦଳ ।

ଭାରତୀୟ ଦଳରେ 2 ଓଡିଆ ଖେଳାଳି ରହିଛନ୍ତି । ଅମିତ ରୋହି ଦାସଙ୍କ ସହ ଟିମରେ ସ୍ଥାନ ପାଇଛନ୍ତି ନୀଲମ ସଞ୍ଜୀପ । ଅମିତ ରୋହି ଦାସ ଉପଅଧିନାୟକ ଦାୟିତ୍ବ ତୁଲାଇବେ । ସନ୍ଧ୍ୟା ସୁଦ୍ଧା ଦଳ ରାଉରକେଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିିଛି । ଜାନୁଆରୀ 13 ତାରିଖରେ ସ୍ପେନ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ୧୫ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଏବଂ ୧୯ରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଦଳ । ଭୁବନେଶ୍ଵରରୁ ସିଧାସଳଖ ହୋଟେଲକୁ ଯାଇ ବିଶ୍ରାମ ନେବା ପରେ ପୁଣି ରାଉରକେଲା ଅଭିମୁଖେ ବାହାରିବ ଟିମ । ଅପରାହ୍ନ ୪ଟା୧୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲା ପରେ ରାଉରକେଲା ଯିବ ଦଳ । ସେଠାରେ ବିଶ୍ୱକପ ପାଇଁ ଅଭ୍ୟାସ ଆରମ୍ଭ କରିବ।

ଭାରତୀୟ ଟିମ

ଜମନପ୍ରିତ୍ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିତ ଦାସ (ଉପଅଧିନାୟକ) ନୀଲମ ସଞ୍ଜୀପ, କ୍ରିଷ୍ଣା ବାହାଦୂର ପାଠକ (ଗୋଲକିପର), ଶ୍ରୀଜେସ୍ ପାରାଟ୍ଟୁ ରଭିନ୍ଦ୍ରନ (ଗୋଲକିପର),ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ଶମସେର୍ ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ,ମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ଶୁଖଜୀତ୍‌ ସିଂହ,ରାଜକୁମାର ପାଲ୍‌, ଜୁଗ୍‌ରାଜ୍‌ ସିଂହ ।

ଏହା ବି ପଢନ୍ତୁ...Hockey World Cup: 18 ଜଣିଆ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ 2 ଓଡିଆ

ପ୍ରକାଶ ଥାଉ କି, ଆସନ୍ତାବର୍ଷ ଅର୍ଥାତ ଜାନୁଆରୀ 13ରୁ ଭୁବନଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 27, 2022, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.