ETV Bharat / sports

Hockey World Cup 2023: ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମ୍ୟାଚ ଡ୍ର, ୫-୫ରେ ଗୋଲ ବରାବର

ଡ୍ର ହେଲା ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମୁକାବିଲା । ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୫-୫ ଗୋଲ କରି ଆଜିର ମ୍ୟାଚକୁ ଅମୀଂମାସିତ ରଖିଛନ୍ତି । ଅଧିକ ପଢନ୍ତୁ

author img

By

Published : Jan 20, 2023, 8:16 PM IST

ଫ୍ରାନ୍ସ ବନାମ ଆର୍ଜେଣ୍ଟିନା
ଫ୍ରାନ୍ସ ବନାମ ଆର୍ଜେଣ୍ଟିନା
Hockey World Cup 2023: ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମ୍ୟାଚ ଡ୍ର, ୫-୫ରେ ଗୋଲ ବରାବର

ରାଉରକେଲା : ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚାଲିଲା କଡା ଟକ୍କର । ଡ୍ର ହେଲା ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମୁକାବିଲା । ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୫-୫ ଗୋଲ କରି ଆଜିର ମ୍ୟାଚକୁ ଅମୀଂମାସିତ ରଖିଛନ୍ତି । ହକି ବିଶ୍ବକପ ୨୦୨୩ର ଆଜି(ଶୁକ୍ରବାର) ଅଷ୍ଟମ ଦିନ । ଆଜି ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଉଛି । ଆଜିର ଦ୍ବିତୀୟ ମ୍ୟାଚରେ ମୁହାମୁହିଁ ହୋଇଥିଲେ ଫ୍ରାନ୍ସ ଓ ଆର୍ଜେଣ୍ଟିନା । ବିର୍ସାମୁଣ୍ଡା ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯାଇଥିଲା । ସେପଟେ ଆଜି ମ୍ୟାଚ ଜିତି ସିଧାସଳଖ ଗ୍ରୁପ Aରୁ ଅଷ୍ଟ୍ରେଲିଆ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଆଜିର ମ୍ୟାଚରେ ଏହି ଦୁଇ ଦଳ ମଧ୍ୟରେ ଘୋମାଘୋଟ ଲଢେଇ ଦେଖିବାକୁ ମିଳିଥଲା । ଦୁଇ ଦଳ ଶେଷ ଯାଏଁ ହାର ମାନି ନଥିଲେ । ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ । ମ୍ୟାଚର ୩ ମିନିଟରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହାପରେ ମ୍ୟାଚର ୧୧ ମିନିଟରେ ଫ୍ରାନ୍ସ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଉଭୟ ଦଳ ଗୋଟିଏ ଗୋଲ ଦେବାରେ ହିଁ ସକ୍ଷମ ହୋଇପାରିଥିଲେ ।

ସେପଟେ ଦ୍ବିତୀୟାର୍ଦ୍ଧରେ ଆରମ୍ଭ ହୋଇଥିଲା ହାଇଭୋଲଟେଜ ମୁକାବିଲା । ଉଭୟ ଦଳ ଫୁଲ ଜୋଶରେ ଖେଳିବାକୁ ଲାଗିଥିଲେ । କେହି କାହାଠୁ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ମ୍ୟାଚର ୩୪ ମିନିଟରେ ଆର୍ଜେଣ୍ଟିନାର ନିକୋଲସ ଡିଲ୍ଲା ଟୋରେ ଗୋଟିଏ ଗୋଲ ଦେଇ ଦଳର ଗୋଲ ସଂଖ୍ୟା ବୃଦ୍ଧି କରିଥିଲେ । ସେହିପରି ମ୍ୟାଚର ୩୬ ମିନିଟରେ ଫ୍ରାନ୍ସର ଭିକ୍ଟୋର ଚାରଲେଟ ଗୋଟିଏ ଗୋଲ ଦେଇ ଦଳର ଗୋଲ ସଂଖ୍ୟା ୨ କୁ ବୃଦ୍ଧି କରିଥିଲେ । ଏଥିରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସର ଗୋଲ ସଂଖ୍ୟା ୨-୨ ରେ ବରାବର ରହିଥିଲା ।

ଏହି ହାଇପ୍ରୋଫାଇଲ ମ୍ୟାଚର କଡା ଟକ୍କରରେ ୩୮ ମିନିଟରେ ଫ୍ରାନ୍ସ ପୁଣି ଆଉ ଗୋଟିଏ ଗୋଲ ଦେଇଥିଲା । ପୁଣି ୪୯ ମିନିଟରେ ଗୋଟିଏ ଗୋଲ ଦେଇଥିଲା ଫ୍ରାନ୍ସ । ଏଥିରେ ଦଳର ଗୋଲ ସଂଖ୍ୟା ୪କୁ ବୃଦ୍ଧି ପାଇଥିଲା । ସେପଟେ ଗୋଲ ପାଇଁ ସଂଘର୍ଷ ଜାରି ରଖିଥିବା ଆର୍ଜେଣ୍ଟିନା ମ୍ୟାଚର ୪୨ ମିନିଟରେ ଏବଂ ୫୧ ମିନିଟରେ ଗୋଲ କରିଥିଲା । ଫଳରେ ଦୁଇ ଦଳର ଗୋଲ ସ୍କୋର ୪-୪ରେ ବରାବର ରହିଥିଲା । ସମୟ ଯେତେ ବଢୁଥାଏ ମୁକାବିଲା ସେତେ ରୋମାଞ୍ଚିତ ହେଉଥାଏ । ମ୍ୟାଚର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢେଇ ଜାରି ରଖି ଉଭୟ ଦଳ ୬୦ ମିନିଟରେ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ । ଶେଷରେ ନିର୍ଦ୍ଧାରିତ ସମୟ ଅନୁସାରେ ଉଭୟ ଦଳର ଗୋଲ ସଂଖ୍ୟା ୫-୫ରେ ବରାବର ରହିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.