ଭୁବନେଶ୍ବର: ସ୍ପେନ୍ ବିପକ୍ଷରେ ଇଂଲଣ୍ଡର ଜବରଦସ୍ତ ବିଜୟ । ଇଂଲିସ୍ ଟିମ ୪-୦ ଗୋଲରେ ସ୍ପେନକୁ ମାତ୍ ଦେଇଛି । ହକି ବିଶ୍ବକପ ୨୦୨୩ ଆଜି(ଗୁରୁବାର) ସପ୍ତମ ଦିନରେ ପହଞ୍ଚିଛି । ଆଜିର ମ୍ୟାଚରେ ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସ୍ପେନ୍ ବନାମ ଇଂଲଣ୍ଡ । ଇଂଲଣ୍ଡ ସ୍ପେନକୁ ୪-୦ ଗୋଲରେ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିଥିଲା । ଶେଷରେ ଇଂଲଣ୍ଡ ୪ଟି ଗୋଲ୍ ଦେଇ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ଏହି ବିଜୟ ସହ ଦଳ ୭ ପଏଣ୍ଟ ପାଇ ପୁଲ D ହକି ବିଶ୍ବକପ ୨୦୨୩ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ।
-
🏑| Full Time | @EnglandHockey remains unbeaten in their first 3 games of #HockeyWorldCup2023. They beat @rfe_hockey in their last group-stage match.
— Odisha Sports (@sports_odisha) January 19, 2023 " class="align-text-top noRightClick twitterSection" data="
🏴 ENG 4️⃣-0️⃣ SPN 🇪🇸#HWC2023 #HockeyWorldCup #OdishaForHockey #HockeyComesHome pic.twitter.com/lm9DZnK9Ky
">🏑| Full Time | @EnglandHockey remains unbeaten in their first 3 games of #HockeyWorldCup2023. They beat @rfe_hockey in their last group-stage match.
— Odisha Sports (@sports_odisha) January 19, 2023
🏴 ENG 4️⃣-0️⃣ SPN 🇪🇸#HWC2023 #HockeyWorldCup #OdishaForHockey #HockeyComesHome pic.twitter.com/lm9DZnK9Ky🏑| Full Time | @EnglandHockey remains unbeaten in their first 3 games of #HockeyWorldCup2023. They beat @rfe_hockey in their last group-stage match.
— Odisha Sports (@sports_odisha) January 19, 2023
🏴 ENG 4️⃣-0️⃣ SPN 🇪🇸#HWC2023 #HockeyWorldCup #OdishaForHockey #HockeyComesHome pic.twitter.com/lm9DZnK9Ky
ହକି ବିଶ୍ବକପ ୨୦୨୩ରେ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ସ୍ପେନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସ୍ପେନ୍ ବିପକ୍ଷରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରାରମ୍ଭରୁ ଆଟାକିଂ ମୋଡରେ ଖେଳିବାକୁ ଲାଗିଥିଲା । ମ୍ୟାଚର ୧୧ ମିନିଟରେ ଇଂଲଣ୍ଡର ଫିଲ ରୋପେର ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ୨୨ ମିନିଟରେ ଡେଭିଡ କୋନଡୋନ ଦ୍ବିତୀୟ ଗୋଲ ଦେଇଥିଲେ । ପ୍ରଥମାର୍ଦ୍ଧ ବେଳକୁ ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । ସ୍ପେନ୍ ହକି ଟିମ ଇଂଲଣ୍ଡ ବିପକ୍ଷରେ ଜୋରଦାର ଲଢେଇ କରିଥିଲେ ସୁଦ୍ଧା ପ୍ରଥମାର୍ଦ୍ଧରେ କୌଣସି ଗୋଲ ଦେବାରେ ବିଫଳ ରହିଥିଲା ।
ସେହିପରି ଦ୍ବିତୀୟାର୍ଦ୍ଧରେ ମଧ୍ୟ ସ୍ପେନର ରଣନୀତି ଇଂଲିସ ହକି ଟିମ ଆଗରେ ଫେଲ ମାରିଥିଲା । ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡ ଆଉ ଦୁଇଟି ଗୋଲ ଦେଇ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡର ନିକୋଲସ ବେଣ୍ଡୁରକ ଗୋଲ୍ ଦେଇଥିଲେ । ଏହି ଗୋଲ୍ ସେ ମ୍ୟାଚର ୫୧ତମ ମିନିଟରେ ଦେଇଥିଲେ । ଏହାପରେ ପୁଣି ଲଗାତାର ଇଂଲଣ୍ଡ ଆଉ ଗୋଟିଏ ଗୋଲ ଦେଇଥିଲା । ଲିଆମ ଅନସେଲ ମ୍ୟାଚର ୫୨ ମିନିଟରେ ଆଉ ଏକ ଗୋଲ ଦେଇଥିଲେ । ଖେଳର ନିର୍ଦ୍ଧାରିତ ସମୟ ବେଳକୁ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରି ୪-୦ ଗୋଲରେ ଆଗୁଆ ରହିଥିଲା । ଫଳରେ ସ୍ପେନ୍ କୌଣସି ଗୋଲ ନ କରିପାରି ଆଜିର ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ।
ଏହି ବିଜୟ ସହିତ ଇଂଲଣ୍ଡ ହକି ଟିମ ୭ ପଏଣ୍ଟ ହାସଲ କରି ପୁଲ D ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ଇଂଲଣ୍ଡ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୨ ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ସେହିପରି ସ୍ପେନ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ଖେଳିଛି । ଗୋଟିଏ ମ୍ୟାଚରେ ବିଜୟ ହୋଇଥିବା ବେଳେ ଦୁଇଟି ମ୍ୟାଚରେ ପରାଜିତ ହୋଇଛି । ପୁଲ Dରେ ଦଳର ପଏଣ୍ଟ ୩ ରହିଛି ।