ETV Bharat / sports

Hockey World Cup 2023 : କର ବା ମର ସ୍ଥିତି, କ୍ବାର୍ଟର ଫାଇନାଲ ଟିକଟ ହାତେଇବା ଲକ୍ଷ୍ୟରେ ଭାରତ - ହକି ବିଶ୍ବକପ

ଭାରତୀୟ ହକି ଦଳ ପାଇଁ କର ବା ମର ସ୍ଥିତି । ଆଜି (ରବିବାର) ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସଓଭର ମ୍ୟାଚରେ ହେବ ମହା ମୁକାବିଲା । ଅଧିକ ପଢନ୍ତୁ

ଭାରତୀୟ ହକି ଦଳ
ଭାରତୀୟ ହକି ଦଳ
author img

By

Published : Jan 22, 2023, 4:25 PM IST

Updated : Jan 22, 2023, 4:58 PM IST

Hockey World Cup 2023 : କର ବା ମର ସ୍ଥିତି, କ୍ବାର୍ଟର ଫାଇନାଲ ଟିକଟ ହାତେଇବା ଲକ୍ଷ୍ୟରେ ଭାରତ

ରାଉରକେଲା : ରବିବାର ସନ୍ଧ୍ୟା ୭ଟା ବେଳେ କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଭାରତୀୟ ହକି ଦଳ ପାଇଁ କର ବା ମର ସ୍ଥିତି । ଆଜି (ରବିବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ହେବ ମହା ମୁକାବିଲା । ଆଜିର ମ୍ୟାଚ ଜିତିଲେ କ୍ବାର୍ଟର ଫାଇନାଲ ପାଇଁ ଟିକଟ ହାତେଇବ ହରମନପ୍ରୀତ ଆଣ୍ଡ୍‌ କୋ । ଯଦି ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ ହୁଏ ତାହେଲେ ଟିମ୍‌ ଇଣ୍ଡିଆର ବିଶ୍ବକପ ଅଭିଯାନ ଶେଷ ହେବ । ତେବେ ଚିନ୍ତାର ବିଷୟ ଯେ ଭାରତର ଷ୍ଟାର ମିଡ ଫିଲଡ଼ର ହାର୍ଦ୍ଦିକ ସିଂ ଆହତ ହୋଇ ବିଶ୍ବକପରୁ ବାଦ ପଡିଛନ୍ତି । ହାର୍ଦ୍ଦିକଙ୍କ ଜାଗାରେ ଦଳରେ ସ୍ଥାନ ପାଇଛନ୍ତି ନୂଆ ଖେଳାଳି ରାଜକୁମାର ପାଲ । ଆଜିର ମ୍ୟାଚ୍‌କୁ ନେଇ ବରିଷ୍ଠ ହକି କୋଚ୍‌ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାଉରକେଲା ସମ୍ବାଦଦାତା ସ୍ମୃତି ରଞ୍ଜନ ବେହେରା ।

ଆଜି ପୁଣି କମ୍ପିବ କଳିଙ୍ଗ । ଷ୍ଟାଡିୟମରେ ଛାଇଯିବ ତ୍ରିରଙ୍ଗା । ଇଣ୍ଡିଆ ଇଣ୍ଡିଆ ନାମରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ବର୍ଷ ୧୯୭୫ ମସିହାରେ ଭାରତ ଅଜିତ ପାଲଙ୍କ ସିଂହଙ୍କ ନେତୃତ୍ବରେ ହକି ବିଶ୍ବକପରେ ଫାଇନାଲ ଟିକଟ ହାତେଇ ବିଶ୍ବ ବିଜେତା ହୋଇଥିଲା ଭାରତ । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟ୍ରଫି ଭୋକିଲା ରହିଛି ଭାରତ । ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଏଥର ବିଶ୍ବକପ ହାତେଇବା ନେଇ ଆଶା ରଖିଛି । ଭାରତୀୟ ହକି ଟିମ ୨୦୨୧ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲା । ତେବେ ଦୀର୍ଘ ୪୮ ବର୍ଷ ହେବ ବିଶ୍ବକପ ଟାଇଟଲ ଭୋକିଲା ରହିଛି ଭାରତ । ଚଳିତ ବର୍ଷ ଏହି ସ୍ବପ୍ନ ପୂରଣ ହେବା ପାଇଁ କୋଟି କୋଟି ପ୍ରଶଂସକ ଆଶା ରଖିଛନ୍ତି ।

ରୋମାଞ୍ଚ କର ସ୍ଥିତିରେ ପହଁଞ୍ଚିଛି ହକି ବିଶ୍ବକପ । ଶେଷ ଲିଗ ମ୍ୟାଚ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା ଯେ କେଉଁ ଦଳ କ୍ବାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିବ ଏବଂ କେଉଁ ଦଳ ପ୍ରି-କ୍ବାର୍ଟର ଫାଇନାଲ ତଥା କ୍ରସ ଓଭର ମ୍ୟାଚ ଖେଳିବ । ହକି ବିଶ୍ବକପ ୨୦୨୩ର ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ସମସ୍ତ ସମୀକରଣ ଶେଷ ହୋଇଛି । କେଉଁ ଦଳ କ୍ବାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିଛନ୍ତି ଏବଂ କେଉଁ ଦଳ ପ୍ରି-କ୍ବାର୍ଟର ଫାଇନାଲ ଖେଳିବ ତାହାର ଚୂଡାନ୍ତ ଲିଷ୍ଟ ଆସି ଯାଇଛି ।

ଆଜି ଭାରତୀୟ ହକି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ । ସନ୍ଧ୍ୟା ୭ଟା ବେଳେ କଳିଙ୍ଗ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ଭେଟିବା ଭାରତ । ଉଭୟ ଦଳ ମଧ୍ୟରେ ହେବ ହାଇଭୋଲଟେଜ ମୁକାବିଲା । ଭାରତ ଏବଂ ନ୍ୟୁଜିଲାଣ୍ଡ କ୍ବାର୍ଟର ଫାଇନାଲ ଟିକଟ ହାତେଇବା ପାଇଁ ଉଭୟ ଉଭୟଙ୍କୁ ମାତ୍ ଦେବାକୁ ଚେଷ୍ଟା କରିବେ । ତେବେ ଭାରତୀୟ ହକି ଦଳର ସମର୍ଥକ ଆଶା କରିଛନ୍ତି ଯେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୪୪ଟି ମ୍ୟାଚ ଖେଳାଯାଇଥିବାର ରେକର୍ଡ ରହିଛି । ସେଥିମଧ୍ୟରୁ ଭାରତ ୨୪ଟି ମ୍ୟାଚ ଜିତି ଥିବା ବେଳେ ୧୫ଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ୫ଟି ମ୍ୟାଚ ଡ୍ର' ରହିଛି ।

ଆଜିର ପ୍ରଥମ କ୍ରସଓଭର ମ୍ୟାଚରେ ଅପରାହ୍ନ ୪.୩୦ ରେ ମାଲେସିଆକୁ ଭେଟିବ ସ୍ପେନ । ଦ୍ବିତୀୟ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ଆସନ୍ତାକାଲି(ସୋମାବାର) ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଏବଂ ସାଉଥ କୋରିଆ ମଧ୍ୟରେ ଖେଳାଯିବ । ଦ୍ବିତୀୟ ମ୍ୟାଚ ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ହେବ । ତେବେ ଏମାନଙ୍କ ମଧ୍ୟରେ ଯିଏ ଜିତିବ ସେହି ଟିମ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବ । ମାଲେସିଆ ଏବଂ ସ୍ପେନ ମଧ୍ୟରେ ଯିଏ ଜିତିବ ସେ ଅଷ୍ଟ୍ରେଲିଆ ସହ ପ୍ରଥମ କ୍ବାର୍ଟର ଫାଇନାଲ ଖେଳିବ ଏବଂ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଯିଏ ଜିତିବ ସେ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ସହ ଦ୍ବିତୀୟ କ୍ବାର୍ଟର ଫାଇନାଲ ଖେଳିବ । ଆର୍ଜେଣ୍ଟିନା ଏବଂ ସାଉଥ କୋରିଆ ମଧ୍ୟରୁ ଯିଏ ବିଜୟୀ ହେବ ସେ ନେଦରଲ୍ୟାଣ୍ଡ ସହିତ କ୍ବାର୍ଟର ଫାଇନାଲ ଖେଳିବ । ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯିଏ ବିଜୟୀ ହେବ ସେ ଇଂଲଣ୍ଡ ସହ ଚତୁର୍ଥ କ୍ବାର୍ଟର ଫାଇନାଲ ଖେଳିବ । ଜାନୁଆରୀ ୨୪ ଏବଂ ୨୫ରେ କଳିଙ୍ଗ ଷ୍ଟାଡିୟମରେ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଇଟିିଭି ଭାରତ, ରାଉରକେଲା

Last Updated : Jan 22, 2023, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.