ରାଉରକେଲା: କ୍ଲାସିଫିକେସନ ମ୍ୟାଚରେ ଭାରତର ଏକତରଫା ବିଜୟ । FIH ମାନ୍ୟତାରେ ନିଜର ସମ୍ମନ ରକ୍ଷା କରିବାରେ ସଫଳ ହେଲା ଭାରତ । ଆଜି (ଗୁରୁବାର) ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଭାରତ ଜାପନକୁ ମାତ୍ ଦେଇଛି । ମେନ୍ ଇନ୍ ବ୍ଲୁ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଛି । କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ କ୍ଲାସିଫିକେସନ ମ୍ୟାଚରେ ଭାରତ ଜବରଦସ୍ତ କମବ୍ୟାକ କରିଛି । ଭାରତ କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ଭେଟିଥିଲା । ଏହି ମ୍ୟାଚରେ ଭାରତ ଜାପାନ ବିପକ୍ଷରେ ୮-୦ ଗୋଲରେ ଏକତରଫା ବିଜୟ ହାସଲ କରିଛି । ହରମନପ୍ରିତ ସିଂହ ଏବଂ ଅଭିଷେକ ସର୍ବାଧିକ ଦୁଇଟି ଗୋଲ ଦେଇଥିଲେ ।
-
🏑| FULL TIME | #TeamIndia defeats Japan, dominating the game throughout.#HWC2023 #HockeyWorldCup #HockeyWorldCup2023 #HockeyComesHome #OdishaForHockey pic.twitter.com/lbHwhT1GwH
— Odisha Sports (@sports_odisha) January 26, 2023 " class="align-text-top noRightClick twitterSection" data="
">🏑| FULL TIME | #TeamIndia defeats Japan, dominating the game throughout.#HWC2023 #HockeyWorldCup #HockeyWorldCup2023 #HockeyComesHome #OdishaForHockey pic.twitter.com/lbHwhT1GwH
— Odisha Sports (@sports_odisha) January 26, 2023🏑| FULL TIME | #TeamIndia defeats Japan, dominating the game throughout.#HWC2023 #HockeyWorldCup #HockeyWorldCup2023 #HockeyComesHome #OdishaForHockey pic.twitter.com/lbHwhT1GwH
— Odisha Sports (@sports_odisha) January 26, 2023
ହକି ବିଶ୍ବକପ ୨୦୨୩ କ୍ରସଓଭର ମ୍ୟାଚରୁ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲ୍ଟି ସୁଟଆଉଟରେ ୫-୪ ଗୋଲରେ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଭାରତର ୪୮ ବର୍ଷର ବିଶ୍ବକପ ଟ୍ରିଫି ଜିତିବା ସ୍ବପ୍ନ ଚୂରମାର ହୋଇଥିଲା । ତେବେ FIH ମାନ୍ୟତାରେ ସମ୍ମାନ ରକ୍ଷା ପାଇଁ କ୍ଲାସିଫିକେସନ ମ୍ୟାଚ ଖେଳିଥିଲା ଭାରତ । ଏହି ମ୍ୟାଚରେ ଭାରତ ଜାପାନ ବିପକ୍ଷରେ ଏକ ତରଫା ବିଜୟ ହାସଲ କରିବାରେ ସଫଳ ହୋଇଛି । କ୍ଲାସିଫିକେସନ ମ୍ୟାଚରେ ଟିମ ଇଣ୍ଡିଆ ଗୋଲ ବର୍ଷା କରି ବିଜୟ ଲାଭ କରିଥିବା ବେଳେ ଜାପାନ ଗୋଟିଏ ବି ଗୋଲ କରିପାରିନାହିଁ । ଆରମ୍ଭରୁ ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଗୋଲ ପାଇଁ ସଂଘର୍ଷ କରିଥିଲେ ଦୁଇ ଦଳ । ହେଲେ ପ୍ରଥମାର୍ଦ୍ଧରେ କୌଣସି ଦଳ ଗୋଲ କରିବାରେ ସକ୍ଷମ ରହିନଥିଲେ ।
ସେପଟେ ଦ୍ବିତୀୟାର୍ଦ୍ଧାରେ ଜବରଦସ୍ତ କମବ୍ୟାକ କରିଥିଲା ଭାରତ । ମ୍ୟାଚର ୩୩ ମିନିଟରେ ଭାରତ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ମନଦୀପ ସିଂହ ଦେଇଥିଲେ । ଏହା ପରେ ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା । ଯାହା ଫାଇନାଲ ଜାଟ ପୂର୍ବରୁ ଭାରତର ଗୋଲ ସଂଖ୍ୟା ୮ ରହିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଜାପାନ ଗୋଟିଏ ବି ଗୋଲ କରି ନପାରି ଭାରତଠାରୁ ୪-୦ ଗୋଲରେ ପରାସ୍ତ ହୋଇଛି । ସେପଟେ ଆଜି ଖେଳାଯାଇଥିବା ଅନ୍ୟ ତିନୋଟି କ୍ଲାସିଫିକେସନ ମ୍ୟାଚରେ ଆର୍ଜେଣ୍ଟିନା ୮-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ୱେଲ୍ସ ପେନାଲ୍ଟି ସୁଟ ଆଉଟରେ ୨-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ସେହିପରି ଦକ୍ଷିଣ ଆଫ୍ରିକା ୬-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି ।