ETV Bharat / sports

Hockey World Cup: ଜାପାନ ଭାଙ୍ଗିଲା ନିୟମ, 11 ବଦଳରେ ଖେଳିଲେ 12 ଖେଳାଳି

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ କିଛି ଅଜବ ଘଟଣା ଘଟିିଛି । ଗତକାଲି (ମଙ୍ଗଳବାର) ଅନୁଷ୍ଠିତ କୋରିଆ ଓ ଜାପାନ ମ୍ୟାଚରେ ପଡିଆରେ ଜାପାନର 12 ଜଣ ଖେଳାଳି ଖେଳୁଥିବା ଦେଖିବାକୁ ମିିଳିଥିଲା । ଅଧିକ ପଢନ୍ତୁ

author img

By

Published : Jan 18, 2023, 11:57 AM IST

12 Japanese players on the pitch
Hockey World Cup

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପରେ କିଛି ଅଜବ ଦେଖିବାକୁ ମିଳିଛି । ଭୁବନେଶ୍ବର କଲିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଜାପାନ ଓ କୋରିଆ ମ୍ୟାଚରେ ଜାପାନର 12 ଜଣ ଖେଳାଳି ପଡିଆରେ ଖେଳିଥିବା ଦେଖିବାକୁ ମିଳିଛି ଯେବେ କି ନିୟମ 11 ଜଣ ଖେଳିବାର ରହିଛି । ମ୍ୟାଚରେ ଅନ୍ତିମ ମିନିଟରେ ମଇଦାନକୁ ଖେଳାଳି ଚାଲି ଆସିଥିଲେ । ଏଫଆଇଏଚ ଏହି ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।

ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜାପାନ ପରାସ୍ତ ହୋଇଛି । ଶେଷ ମିନିଟରେ ଜାପାନ ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ଦକ୍ଷିଣ କୋରିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଜାପାନର 12 ଜଣ ଖେଳାଳି ଫିଲ୍ଡରେ ଉପସ୍ଥିତ ଥିଲେ । 11 ଜଣ ଖେଳାଳିଙ୍କ ବଦଳରେ 12 ଜଣ ଖେଳିଥିଲେ । ବିଶ୍ବକପ ଭଳି ଅନ୍ତର୍ଜାତୀୟ ମୁକାବିଲାରେ ଏଭଳି ତ୍ରୁଟି କିପରି ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହାପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ) ଆକ୍ସନ ମୁଡରେ ଆସିଯାଇଛି । ମାମଲାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଏଫଆଇଏଚ । ମାତ୍ର ମ୍ୟାଚ ଉପରେ ଏହାର ପ୍ରଭାବ ପଡିବ ନାହିଁ । ରେଫରିଙ୍କ ଦ୍ବାରା ମଧ୍ୟ ଭୁଲ ହୋଇଥିବା କୁହାଯାଉଛି । ଶେଷ ସମୟରେ ଜାପାନ କିପରି ଗୋଲ ପରିଶୋଧ କରିଥିଲା । ଗୋଲକିପରକୁ ମିଶାଇ ପଡିଆରେ 11 ଜଣ ଖେଳାଳି ରହିବା କଥା ମାତ୍ର ଜାପାନ 12 ଜଣ ଖେଳାଳି ଥିଲେ ।

ଏହା ବି ପଢନ୍ତୁ...Hockey World Cup 2023: ଜାପାନକୁ ୨-୧ ଗୋଲରେ ପରାସ୍ତ କଲା କୋରିଆ

ଏ ଘଟଣା ପରେ ଜାପାନ ଟିମ ମ୍ୟାନେଜମେଣ୍ଟ ସହ ଏଫଆଇଚ କର୍ତ୍ତୃପକ୍ଷ କଥା ହୋଇଥିଲେ । ଏହା ଜଣିବା ପରେ ଜାପାନ କର୍ମକର୍ତ୍ତାମାନେ କ୍ଷମା ମାରିଥିବା ଜଣାପଡିଛି । ଆଦୌ ଜଣାଶୁଣି ଏପରି କରିନଥିବା ଏଫଆଇଏଚ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ତୃଟି ସମ୍ପର୍କରେ ତଦନ୍ତ ହେଉଥିବାରୁ ଏଫଆଇଏଚ କୌଣସି ବିବୃତ୍ତି ରଖିନାହିଁ । ଏପରି ଘଟଣା କାହିଁକି ଘଟିଲା ତାର ତଦନ୍ତ ଚାଲିଛି । ତୃଟି ହୋଇଥିଲେ ବି କୋରିଆ ଜାପାନକୁ 2-1 ଗୋଲରେ ପରାସ୍ତ କରିଛି । ବିଶ୍ବକପରେ କୋରିଆ ଦୁଇଟି ମ୍ୟାଚ ଖେଳି ପ୍ରଥମ ବିଜୟ ହାସଲ କରିଛି । ପୁଲ ବିର ଖେଳାଯାଇଥିବା ଏହି ମ୍ୟାଚରେ ଶେଷ ସେକେଣ୍ଡରେ ଜାପାନକୁ ପରାଜୟ ରାସ୍ତ ଦେଖାଇଥିଲା କୋରିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.