ETV Bharat / sports

ଖୁବଶୀଘ୍ର ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌, ଫ୍ୟାନ୍ସ ଉତ୍ସାହିତ

ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ । 6 ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 11, 2023, 1:09 PM IST

Hockey India League
Hockey India League

ନୂଆଦିଲ୍ଲୀ: ପୁଣି ପଡିଆରେ ଛାଇଯିବେ ପ୍ରିୟ ହକି ଖେଳାଳି । ସମର୍ଥନ ଦଳର ଚିୟରଅଫରେ କମ୍ପିବ ମଇଦାନ । ହକିପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ । ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । 6 ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ ଆୟୋଜନ ହେବ । ଆସନ୍ତା ବର୍ଷ ହକି ଇଣ୍ଡିଆ ଲିଗ୍‌ ଆୟୋଜନ କରିବାକୁ ଯୋଜନା ହେଉଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏହି ପ୍ରତିଯୋଗିତା ନେଇ ପ୍ରଥମ ପଦକ୍ଷେପ ଆକାରରେ କମର୍ସିଆଲ ଓ ମାର୍କେଟିଂ ଏଜେନ୍ସିଂ ବିଗ ବ୍ୟାଙ୍କ ମିଡିଆ ଭେଞ୍ଚର୍ସ ପ୍ରୋ ଲିଗକୁ ତାର ପାର୍ଟନର ଭାବେ ଚନୟ କରିଛନ୍ତି ।

ହକି ଇଣ୍ଡିଆ ଲିଗ (HIL)ର 5ଟି ସଫଳ ସଂସ୍କରଣ ପରେ 2017ରୁ ଏହା ବନ୍ଦ ରହିଛି । ହକିପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ବିଷୟ ଯେ ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । 2023 ଶେଷ ଆଡକୁ କିମ୍ବା 2024ରେ ଲିଗ୍‌ ଆରମ୍ଭ ହୋଇପାରେ, ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । 2024ରେ ହକି ଇଣ୍ଡିଆ ଲିଗ ଅନୁଷ୍ଠିତ ହେବା ସମ୍ଭାବନା ଅଧିକ ରହିଛି । ହକି ଇଣ୍ଡିଆ ଲିଗ କ୍ରୀଡାସୂଚୀ, ଫର୍ମାଟ ଓ ଭେନ୍ୟୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ନୂଆ ରୂପରେ 6 ବର୍ଷ ପରେ ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌ ।

ହକି ଇଣ୍ଡିଆ ଲିଗରେ ପୂର୍ବରୁ 6ଟି ଦଳ ଥିଲେ । ମୁମ୍ବାଇ, ଦିଲ୍ଲୀ, ଚଣ୍ଡିଗଡ, ଭୁବନେଶ୍ବର, ରାଞ୍ଚି ଓ ଲକ୍ଷ୍ନୌ । 2013ରେ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଥିଲା ରାଞ୍ଚି । 2014ରେ ଦିଲ୍ଲୀ ଓ 2016ରେ ଚଣ୍ଡିଗଡ ବିଜେତା ହୋଇଥିଲେ । 2017 ପଞ୍ଚମ ସଂସ୍କରଣରେ କଳିଙ୍ଗ ଲାନ୍ସର ଟିମ୍‌ (ଭୁବନେଶ୍ବର) ଟାଇଟଲ ହାସଲ କରିଥିଲା । ଦେଶରେ ହକିର ବିକାଶ ପାଇଁ ହିଲ ବା ହକି ଇଣ୍ଡିଆ ଲିଗ୍‌ ସହାୟକ ହେବ ।

ଏହା ବି ପଢନ୍ତୁ...IPL 2023: ଆଜି ୱାର୍ଣ୍ଣର-ରୋହିତ ଲଢେଇ, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇ ଦଳ

ପ୍ରକାଶଥାଉ କି, ଗତମାସରେ ଘରୋଇ ଗ୍ରାଉଣ୍ଡରେ ହକି ପ୍ରୋ ଲିଗ ଅନୁଷ୍ଠିତ ହୋଇଥିଲା । ମୋଟ 4ଟି ମ୍ୟାଚ ଖେଳି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅପରାଜେୟ ରହିଥିଲା ଭାରତୀୟ ପୁରୁଷ ହକି ଦଳ । 4ଟି ପ୍ରୋ ଲିଗ୍‌ ମ୍ୟାଚରେ ଭାରତ ମୋଟ 16ଟି ଗୋଲ କରିଥିଲା । ଘରୋଇ ପ୍ରୋ ଲିଗ୍‌ରେ ଭାରତ ମୋଟ 8ଟି ମ୍ୟାଚରୁ 5ଟି ବିଜୟ, 2ଟି ସୁଟଆଉଟ ବିଜୟ ହାସଲ କରିଛି । ଗୋଟିଏରେ ପରାସ୍ତ ହୋଇଛି । ମୋଟ 19 ପଏଣ୍ଟ ପାଇ ଟେବୁଲ ଟପରେ ରହିଛି ଭାରତୀୟ ହକି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.