ETV Bharat / sports

Hockey womens asian champions trophy: 20 ଜଣିଆ ଦଳ ଘୋଷଣା, ଦୀପଗ୍ରେସ ଉପଅଧିନାୟିକା

author img

By ETV Bharat Odisha Team

Published : Oct 12, 2023, 2:13 PM IST

ଆସନ୍ତା 27 ତାରିଖରୁ ଝାଡ଼ଖଣ୍ଡର ରାଞ୍ଚିରେ ହେବାକୁ ଥିବା ମହିଳା ହକି ଏସିଆନ ଚମ୍ପିଆନ୍ସ ଟ୍ରଫି ପାଇଁ 20 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଅଧିକ ପଢ଼ନ୍ତୁ

hockey team for womens asian champions trophy
womens asian champions trophy

ନୂଆଦିଲ୍ଲୀ: ଆସନ୍ତା 27 ତାରିଖକୁ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଅନୁଷ୍ଠିତ ହେବ । ଏନେଇ ହକି ଇଣ୍ଡିଆ 20 ଜଣିଆ ମହିଳା ଦଳ ଘୋଷଣା କରିଛି । ସବିତା ପୁନିଆଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ମହିଳା ହକି ଦଳ । ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କା ଉପଅଧିନାୟିକା ଦାୟିତ୍ବ ତୁଲାଇବେ । ନଭେମ୍ବର 5 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବ ।

ଏହା ବି ପଢନ୍ତୁ...ଏସିଆଡ ପଦକ ବିଜେତା ହକି ତାରକା ଅମିତ ଓ ଦୀପଗ୍ରେସଙ୍କୁ ଅର୍ଥ ପୁରସ୍କାର ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେବେ । ଭାରତକୁ ମିଶାଇ ନିକଟରେ 19ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଚୀନ, ରୌପ୍ୟ ପଦକ ଜିତିଥିବା କୋରିଆ, ମାଲେସିଆ, ଜାପାନ ଏବଂ ଥାଇଲାଣ୍ଡ ଏହି ଚମ୍ପିଆନ୍ସ ଟ୍ରଫିରେ ଭାଗ ନେବେ । ରାଉଣ୍ଡ ରବିନ ଲିଗ୍‌ ଭିତ୍ତିରେ ସମସ୍ତ ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର 27 ତାରିଖରୁ ଭାରତ ଥାଇଲାଣ୍ଡ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଭାରତ 28 ତାରିଖରେ ମାଲେସିଆ, 30ରେ ଚୀନ, 31ରେ ଜାପାନ ଓ ନଭେମ୍ବର 2 ତାରିଖରେ କୋରିଆ ବିପକ୍ଷରେ ଖେଳିବ । 20 ଜଣିଆ ଭାରତୀୟ ଦଳରେ ସବିତା ପୁନିଆ ଓ ବିଛୁ ଦେବୀଙ୍କ ନାମ ଗୋଲକିପର ଭାବେ ରହିଛି । ଭାରତୀୟ ମହିଳା ହକି ଦଳର ମୁଖ୍ଯ କୋଚ ଜାନ୍ନକେ ସ୍କୋପମ୍ୟାନ କହିଛନ୍ତି ଲୟ ଜାରି ରଖିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଘରୋଇ ମାଟିରେ ଭାରତ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ।

ଏହା ବି ପଢନ୍ତୁ...Asian Games: ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବପିଢିଙ୍କ ରୋଲ ମଡେଲ୍‌

ଭାରତୀୟ 20 ଜଣିଆ ଦଳ:

ସବିତା ପୁନିଆ(ଅଧିନାୟିକା, ଗୋଲରକ୍ଷକ), ବିଛୁ ଦେବୀ ଖାରିବାନ, (ଗୋଲରକ୍ଷକ), ଡିଫେଣ୍ଡର- ନିକ୍କି ପ୍ରଧାନ, ଉଦିତା, ଇଷିକା ଚୌଧୁରୀ, ଦୀପଗ୍ରେସ ଏକ୍କା (ଉପଅଧିନାୟିକ), ମିଡଫଲ୍ଡର- ନିଶା, ସଲିମା ଟେଟେ, ନେହା, ନବନୀତ କୌର, ସୋନିକା, ମୋନିକା, ଜ୍ୟୋତି, ବଲଜିତ କୌର, ଫରୱାର୍ଡ- ଲାଲରେମସିଆମି, ସଙ୍ଗୀତା କଟ୍ଟାରିଆ, ଦୀପିକା, ବନ୍ଦନା କଟ୍ଟାରିଆ ।

ପ୍ରକାଶ ଥାଉ ନିକଟରେ ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ 19ତମ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ଜତିିଥିଲା ମହାଳି ହକି ଦଳ । ଦଳ ସ୍ବର୍ଣ୍ଣ ପଦକ ଜିତିନଥିଲେ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲା । ସେମିଫାଇନାଲରେ ହଂକଂଠୁ ପରାସ୍ତ ହେବାରୁ ଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଧୂଳିସାତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.