ETV Bharat / sports

ପ୍ରାୟ 20 ସହର ଭ୍ରମଣ କଲା ଐତିହାସିକ ଚେସ ଅଲିମ୍ପିଆଡ ମଶାଲ - ୨୦ ଟି ସହରରେ ଚେସ ଅଲିମ୍ପିଆଡ ମଶାଲର ଭ୍ରମଣ

ଭାରତୀୟ ଐତିହାସିକ ଚେସ ଅଲିମ୍ପିଆଡ ମଶାଲ ୨୦ଟି ସହର ଭ୍ରମଣ କରିଛି । ଏହି ଅଲିମ୍ପିଆଡ ମଶାଲ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବାହାରିଥିଲା । FIDE ର ସମ୍ପାଦକ ଅର୍କଡୀ ଡ୍ବୋର୍କଭିଚ ମଶାଲକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିଲେ । ଅଧିକ ପଢନ୍ତୁ

ଏୈତିହାସିକ ଚେସ ଅଲିମ୍ପିଆଡ ମଶାଲର ୨୦ ଟି ସହର ଭ୍ରମଣ

author img

By

Published : Jun 30, 2022, 10:31 AM IST

ହାଇଦ୍ରାବାଦ: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଇଁ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତୀୟ ଐତିହାସିକ ଚେସ ଅଲିମ୍ପିଆଡ ମଶାଲ ୨୦ଟି ସହର ଭ୍ରମଣ କରିଛି । ଏହି ଅଲିମ୍ପିଆଡ ମଶାଲ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବାହାରିଥିଲା । ଏହି ଅଲିମ୍ପିଆଡ ମଶାଲ ଯାତ୍ରା ଜୁନ ୧୯ରୁ ଆରମ୍ଭ ହୋଇଥିଲା । ଏହା ୭୫ଟି ସହରରେ ଭ୍ରମଣ ପୁରା କରିବା ପାଇଁ ଧାର୍ଯ୍ୟ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

FIDE ର ସମ୍ପାଦକ ଅର୍କଡୀ ଡ୍ବୋର୍କଭିଚ ମଶାଲକୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜଳୁଥିବା ମଶାଲକୁ ଚେସ ଚମ୍ପିଆନ୍ ତଥା ଗ୍ରାଣ୍ଡ ମାଷ୍ଟର ବିଶ୍ବ ନାଥ ଆନନ୍ଦଙ୍କୁ ଦେଇଥିଲେ । ମଶାଲ ଜଳିବା ପରେ ତାହା ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲା ଭ୍ରମଣ କରିବା ସହିତ HPCA ଧର୍ମଶାଳା ମଧ୍ୟ ଭ୍ରମଣ କରିଛି । ଏହା ସହିତ ଅମୃତସରର ଅଟାରୀ ବୋର୍ଡର, ଆଗ୍ରାର ତାଜମହଲ ଏବଂ ଲକ୍ଷ୍ନୌ ବିଧାନସଭା ସହିତ ଅନ୍ୟାନ୍ୟ ପ୍ରତିଷ୍ଠିତ ସ୍ଥାନ ଭ୍ରମଣ କରିଛି ।

ଗତ ଦଶ ଦିନ ହେବ ଚେସ ଅଲିମ୍ପିଆଡ ମଶାଲଟି ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଭ୍ରମଣ ସାରିଛି । ଏହି ମଶାଲ ଭ୍ରମଣ କାର୍ଯ୍ୟକ୍ରମରେ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଅମୃତସରର ଅଟାରୀ ବୋର୍ଡରରେ ମଶାଲ ଭ୍ରମଣ ସମୟରେ ୮୦୦୦ ଲୋକଙ୍କ ସମାଗମ ହୋଇଥିଲା । ସେହିପରି ଲକ୍ଷ୍ନୌ ବିଧାନସଭା ପାଖାପାଖି ୩୦୦୦ ଲୋକ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.