ETV Bharat / sports

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ 'ମିଡିଆ ଟ୍ରାଏଲ' ରୋକ ଆବେଦନ ଗ୍ରହଣ କଲେ କୋର୍ଟ

ରାତାରାତି ନାୟକରୁ ଖଳନାୟକ ବନିଯାଇଛନ୍ତି କୁସ୍ତିଯୋଦ୍ଧା ତଥା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର । ଦିନେ ହାତରେ ତ୍ରିରଙ୍ଗା ଧରି ଯିଏ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ, ସେହି ହାତରେ ଦେଶର ପୋଲିସ ତାଙ୍କୁ ହାତକଡି ପିନ୍ଧାଇଛି । ଅଧିକ ପଢନ୍ତୁ...

author img

By

Published : May 27, 2021, 4:23 PM IST

HC agrees to hear plea to restrain 'media trial' of wrestler Sushil Kumar
କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ 'ମିଡିଆ ଟ୍ରାଏଲ' ରୋକ ଆବେଦନ ଗ୍ରହଣ କଲେ କୋର୍ଟ

ନୂଆଦିଲ୍ଲୀ: ରାତାରାତି ନାୟକରୁ ଖଳନାୟକ ବନିଯାଇଛନ୍ତି କୁସ୍ତିଯୋଦ୍ଧା ତଥା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର । ଜଣେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତି ଅଭିଯୋଗ ତାଙ୍କୁ ଅପରାଧି ସଜାଇ ଦେଇଛି । ଦିନେ ହାତରେ ତ୍ରିରଙ୍ଗା ଧରି ଯିଏ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ ସେହି ହାତରେ ଦେଶର ପୋଲିସ ତାଙ୍କୁ ହାତକଡି ପିନ୍ଧାଇଛି । ଯେଉଁ ପୋଲିସ ତାଙ୍କୁ ସୁରକ୍ଷା ଦେଉଥିଲା, ସେହି ପୋଲିସ ପାଇଁ ସୁଶୀଲ ମୋଷ୍ଟୱାଣ୍ଟେଡ ପାଲଟିଗଲେ । ତେବେ ସୁଶୀଲଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ସମ୍ବନ୍ଧୀୟ ଖବର ଗଣମାଧ୍ୟମରେ ଅତିରଞ୍ଜିତ କରି ପ୍ରସାରଣ କରାଯାଉଥିବା ଅଭିଯୋଗ କରାଯାଇ ଖବର ପ୍ରସାରଣ ଉପରେ ରୋକ ଲଗାଇବାକୁ ଏକ ଆବେଦନ ଦାଖଲ କରାଯାଇଥିଲା । ଏହାକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିବା ସହ ଏହାର ଶୁଣାଣି ମେ 28 ତାରିଖରେ କରିବାକୁ ରାଜି ହୋଇଛନ୍ତି ।

ମୁଖ୍ୟ ବିଚାରପତି ଡି ଏନ ପଟେଲ ଓ ବିଚାରପତି ଜ୍ୟୋତି ସିଂହଙ୍କ ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ଯାଚିକାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ।

ଛତ୍ରଶାଲ ଷ୍ଟାଡିୟମରେ ଜଣେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସୁଶୀଲ କୁମାରଙ୍କ ସଂପୃକ୍ତି ଥିବା ଅଭିଯୋଗ ପରେ, ଏକାଧିକ ଗଣମାଧ୍ୟମ ସଂସ୍ଥା ସୁଶୀଲ କୁମାରଙ୍କ କ୍ୟାରିୟର, ସାମାଜିକ ପ୍ରତିଷ୍ଠା, ସମ୍ମାନ ଓ ଛବି ଖରାପ କରୁଥିବା ଅଭିଯୋଗ ଆଣି ଜଣେ ଆଇନ ଛାତ୍ର ଯାଚିକା ଦାଖଲ କରିଛନ୍ତି ।

ମେ 23ରେ ଦିଲ୍ଲୀ କୋର୍ଟ ସୁଶୀଲ କୁମାରଙ୍କୁ କୁସ୍ତି ଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ପଚରାଉଚୁରା ପାଇଁ 6 ଦିନିକିଆ ପୋଲିସ ହେପାଜତକୁ ପଠାଇଦେଇଥିଲେ । କୌଣସି ବ୍ୟକ୍ତି ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ଓ ସୁଶୀଲଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସଙ୍ଗୀନ ବୋଲି କୋର୍ଟ କହିଥିଲେ ।

କଣ ଥିଲା ପୁରା ଘଟଣା...

ସୁଶୀଲ, ମେ 4 ଓ 5ରେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧା ସାଗର ଧନକର ଓ ତାଙ୍କର ଦୁଇ ବନ୍ଧୁ ସୋନୁ ଓ ଅମିତ କୁମାରଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ମାରପିଟ ମଧ୍ୟ ହୋଇଥିଲା । ଏଥିରେ ଗୁରୁତର ଆହତ ହୋଇଥିବା ସାଗରଙ୍କର ପରେ ମୃତ୍ୟୁ ହୋଇଥିଲା ।

ମେ 23ରେ ସୁଶୀଲ କୁମାରଙ୍କ ସହ ଘଟଣାର ଅନ୍ୟତମ ଅଭିଯୁକ୍ତ ଅଜୟଙ୍କୁ ପୋଲିସ ଦିଲ୍ଲୀର ମୁଣ୍ଡକାରୁ ଗିରଫ କରେ । ଗିରଫଦାରୀରୁ ବର୍ତ୍ତିବାକୁ ପ୍ରାୟ 3 ସପ୍ତାହ ଆତ୍ମଗୋପନ କରିବା ସହ ଦୁଇ ଥରର ଅଲମ୍ପିକ ପଦକ ବିଜେତା ସୁଶୀଲ ଆଗୁଆ ଜାମିନ ମଧ୍ୟ ଆବେଦନ କରିଥିଲେ । ମାତ୍ର ସବୁକିଛି ଫେଲ ମାରିଥିଲା ଓ ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଦିଲ୍ଲୀ ପୋଲିସ ଏକ ମାମଲା ଆଇପିସିର ଧାରା 302(ହତ୍ୟା), 308(ହତ୍ୟା ପାଇଁ ପ୍ରବର୍ତ୍ତାଇବା), 365(ଅପହରଣ), 325(ଗଭୀର ଆଘାତ ପହଞ୍ଚାଇବା), 323(ଆଘାତ କରିବା), 341(ଭୁଲ ଆଚରଣ), ଓ 506(ଅପରାଧିକ ଧମକ)ରେ ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.