ETV Bharat / sports

ହରିୟାଣାରେ ଖେଲୋ ଇଣ୍ଡିଆର 4ର୍ଥ ସଂସ୍କରଣ

author img

By

Published : Jul 25, 2020, 9:24 PM IST

ହରିୟାଣାରେ ହେବ ଖେଲୋ ଇଣ୍ଡିଆର 4ର୍ଥ ସଂସ୍କରଣ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଶନିବାର ଏନେଇ ଘୋଷଣା କରିଛନ୍ତି ।

Haryana to host the 4th edition of Khelo India Youth Games
ହରିୟାଣାରେ ଖେଲୋ ଇଣ୍ଡିଆର 4ର୍ଥ ସଂସ୍କରଣ

ନୂଆଦିଲ୍ଲୀ: ହରିୟାଣାରେ ହେବ ଖେଲୋ ଇଣ୍ଡିଆର 4ର୍ଥ ସଂସ୍କରଣ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଶନିବାର ଏନେଇ ଘୋଷଣା କରିଛନ୍ତି ।

ଟୋକିଓ ଅଲମ୍ପିକ୍ସ ପରେ ହରିୟାଣାର ପଞ୍ଚକୁଲା ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ(KIYG)ର 4ର୍ଥ ସଂସ୍କରଣ ଆୟୋଜନ ହେବ । ତୃଣମୂଳ ସ୍ଥରରେ ଦେଶର ପ୍ରତିଭାବାନ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଓ ପରିଚୟ ଦେବାପାଇଁ ପ୍ରଧାନମନ୍ତ୍ରୀ ମୋଦି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ । ଏହାର ଦେଶର କ୍ରୀଡା ମହାକୁମ୍ଭ । ହରିୟାଣା ପୂର୍ବରୁ ଦେଶରେ କ୍ରୀଡାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ରାଜ୍ୟ ରହିଛି । ହରିୟାଣା ଦେଶକୁ ଶ୍ରେଷ୍ଠ ଆଥଲେଟ ପ୍ରଦାନ କରିଛି ।

ଖେଲୋ ଇଣ୍ଡିଆର 4ର୍ଥ ସଂସ୍କରଣର ଆୟୋଜକ ହରିୟାଣା ହେଇଥିବାରୁ ଖୁସି ଥିବା କହିଛନ୍ତି କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିଜିଜୁ ଏହା କହିଛନ୍ତି । ଏହି ଅନଲାଇନ କାର୍ଯ୍ୟକ୍ରମରେ ହରିୟାଣ କ୍ରୀଡାମନ୍ତ୍ରୀ ସନ୍ଦୀପ ସିଂହ, ହରିୟାଣା କ୍ରୀଡା ସଚିବ ରବି ମିତ୍ତଲ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ସାଧାରଣ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଉପସ୍ଥିତ ରହିଥିଲେ ।

ହରିୟାଣାରେ କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ବିନେଶ ଫୋଗାଟ ରହିଛନ୍ତି । ପାରା-ଆଥଲେଟ ଦୀପା ମଲ୍ଲିକ, ଆଥଲେଟ ନୀର ଚୋପ୍ରା, ବକ୍ସର ଅମିତ ପଙ୍ଘଲ, ସୁଟର ସଞ୍ଜୀବ ରାଜପୁତ, ମନୁ ଭାକର, ଅଶ୍ବିନୀ ଭାନୱାଲା ଦେଶ ପାଇଁ ପ୍ରତିନିଧିତ୍ବ କରିବା ସହ, ଅନ୍ତର୍ଜାତୀୟ ସ୍ତରରେ ମେଡାଲ ବିଜେତା ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.