ETV Bharat / sports

ହରିୟାଣା ବିଧାନସଭା ନିର୍ବାଚନ: ସନ୍ଦୀପ ବିଜୟୀ, ବବିତା-ଯୋଗେଶ୍ବର ପରାସ୍ତ

author img

By

Published : Oct 24, 2019, 6:09 PM IST

ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଲଢିଥିବା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ବିଜୟୀ ହୋଇଛନ୍ତି । କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ବବିତା ଫୋଗାଟ ପରାସ୍ତ ହୋଇଛନ୍ତି ।

ଡିଜାଇନ ଫଟୋ

ହରିୟାଣା: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଭାରତୀୟ ଜନତା ପାର୍ଟି ଟିକେଟରେ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ବବିତାଫୋଗାଟ ଓ ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂହ ନିର୍ବାଚନ ଲଢିଥିଲେ ।

ତେବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ସନ୍ଦୀପ ସିଂହ ପେହୋୱା ଆସନରୁ ବିଜୟୀ ହୋଇଛନ୍ତି। ସନ୍ଦୀପ ତାଙ୍କର ନିକଟତମ ପ୍ରତିଦୋନ୍ଦ୍ବୀ କଂଗ୍ରେସ ନେତା ମନ୍ଦୀପ ସିଂହଙ୍କୁ 5314 ଭୋଟ ବ୍ୟବଧାନରେ ହରାଇଛନ୍ତି ।

ମାତ୍ର 2 ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ ଓ ବବିତା ଫୋଗାଟ ପରାସ୍ତ ହୋଇଛନ୍ତି ।

ଯୋଗେଶ୍ବର ଦତ୍ତ ବରୋଦା ଆସନରୁ କଂଗ୍ରେସ ନେତା କ୍ରିଷନ ହୁଡ୍ଡାଙ୍କ ଠାରୁ 4000 ଭୋଟରେ ହାରିଛନ୍ତି । ବବିତା ଫୋଗାଟ ସ୍ବାଧୀନ ପ୍ରାର୍ଥୀ ସତପାଲ ସଙ୍ଗୱାନଙ୍କୁ ଠାରୁ ପରାଜିତ ହୋଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.