ETV Bharat / sports

Asian Games 2023: ମାଆଙ୍କ ରେକର୍ଡ ଭାଙ୍ଗି ରୌପ୍ୟ ପଦକ ହାତେଇଲେ ହରମିଲନ ବେନ୍ସ - ଏସୀୟ କ୍ରୀଡା 2023

19ତମ ଏସୀୟ କ୍ରୀଡ଼ାରେ ସଫଳ ମାଆ-ଝିଅଙ୍କ ଯୋଡିକୁ ନେଇ ଏବେ ଚର୍ଚ୍ଚା । ଭାରତୀୟ ଆଥଲେଟ୍‌ ହରମିଲନ ବେନ୍ସ ଓ ତାଙ୍କ ମାଆ ସମାନ ଇଭେଣ୍ଟରେ ଏସିଆନ ଗେମ୍ସରେ ପଦକ ହାସଲକାରୀ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Asian Games medal winner Mother Daughter
Asian Games 2023
author img

By ETV Bharat Odisha Team

Published : Oct 8, 2023, 2:15 PM IST

ହାଇଦ୍ରାବାଦ: 19ତମ ଏସୀୟ କ୍ରୀଡ଼ାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏଥର 100 ପାର ସ୍ବପ୍ନ ନେଇ ଭାରତ ଯେଉଁ ମିଶନରେ ବାହାରିଥିଲା ତାହା ସତ ହୋଇଛି । ମୋଟ 107 ପଦକ ହାସଲ କରି ଐତିହାସିକ ସଫଳତା ହାସଲ କରିଛି । ଭାରତୀୟ ଆଥଲେଟ ହରମିଲନ ବେନ୍ସ ମହିଳା 800ମିଟର ଦୌ଼ଡକୁଦରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକ ଠିକ 21 ବର୍ଷ ପୂର୍ବେ ହରମିଲନ ବେନ୍ସଙ୍କ ମାଆ ମାଧୁରୀ ସିଂହ ଏସିଆନ ଗେମ୍ସ 2002 ସଂସ୍କରଣରେ ସମାନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ । ଏସିଆନ ଗେମ୍ସରେ ଏହି ସଫଳ ମାଆ-ଝିଅଙ୍କ ଯୋଡିକୁ ନେଇ ଏବେ ଚର୍ଚ୍ଚା ।

2002 ଏସୀୟ କ୍ରୀଡ଼ା ସଂସ୍କରଣରେ ମହିଳା 800ମିଟର ଦୌ଼ଡକୁଦରେ ରୌପ୍ୟ ପଦକ ଜିତିଥିଲେ ହରମିଲନ ବେନ୍ସଙ୍କ ମାଆ ମାଧୁରୀ ସିଂହ । 2023 ସଂସ୍କରଣରେ ସମାନ ଇଭେଣ୍ଟରେ ମାଆଙ୍କ ରେକର୍ଡ ଭାଙ୍ଗି ରୌପ୍ୟ ପଦକ ଜିତିଛନ୍ତି ହରମିଲନ । ପଞ୍ଜାବ ହେସିଆରପୁର ଜିଲ୍ଲାର ହରମିଲନ ବେନ୍ସ ମାଆଙ୍କ ରେକର୍ଡ ଭାଙ୍ଗି ମହିଳା 800ମିଟର ଦୌଡରେ ରୌପ୍ଯ ସଫଳତା ହାସଲ କରି ଇତିହାସ ରଚିଛନ୍ତି । ଏହା ସହିତ 1500 ମିଟର ଦୌଡ଼ରେ ମଧ୍ୟ ସିଲଭର ମେଡାଲ ଜିତିଥିଲେ । ହରମିଲନ ବେନ୍ସ 800ମିଟର ଦୌଡକୁ 2ମିନିଟ 3.75 ସେକେଣ୍ଡରେ ଶେଷ କରି ମାଆ ମାଧୁରୀ ସିଂହଙ୍କ ରେକର୍ଡ ଭାଙ୍ଗିଥଲେ । 2002 ଏସିଆ ଗେମ୍ସ 14ତମ ସଂସ୍କରଣରେ ମାଧୁରୀ 800ମିଟର ଦୌଡକୁ 2 ମିନିଟ 4.4 ସେକେଣ୍ଡର ଶେଷ କରି ରୌପ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games 2023: ଐତିହାସିକ ସଫଳତା ସହ ଚତୁର୍ଥରେ ଭାରତ ଅଭିଯାନ ଶେଷ, ଏଥର ପଦକ ଶହେ ପାର

ମାଧୁରୀ ପଦକ ଜିତି ଆସିବା ପରେ ପଦକକୁ ଦେଖୁଥିଲେ ହରମିଲନ । ଆଉ 2023 ଏସୀୟ କ୍ରୀଡା ସଂସ୍କରଣରେ ମାଆଙ୍କ ରେକର୍ଡ ଭାଙ୍ଗି ପଦକ ହାସଲ କରିଛନ୍ତି । ଏବେ ଏହି ଏସିଆନ ଗେମ୍ସ ସଫଳ ମାଆ ଝିଅଙ୍କ ଯୋଡିକୁ ନେଇ ଚର୍ଚ୍ଚା ।

ପ୍ରକାଶ ଥାଉ କି, ସେପ୍ଟେମ୍ବର 23 ତାରିଖରୁ ଚୀନ ହଙ୍ଗଝୌରେ ଚାଲିଥିବା ସମ୍ମାନଜନକ ପ୍ରତିଯୋଗିତା ଏସୀୟ କ୍ରୀଡ଼ା ଶେଷ ହୋଇଛି । ଏଥିରେ ଭାରତ ସର୍ବଶ୍ରେଷ୍ଠ ପଦର୍ଶନ କରିଛି । ମୋଟ 107 ରେକର୍ଡ ପଦକ ହାସଲ କରି ଭାରତୀୟ କଣ୍ଟିଜେଣ୍ଟ୍‌ ଅଭିଯାନ ଶେଷ କରିଛନ୍ତି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ 379 ପଦକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ 185 ପଦକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ 188 ପଦକ ସହ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.