ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଭାରତୀୟ ଦଳ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ମାର୍ଚ୍ଚ 12ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ଟିକିଆ ଦିନିକିଆ ସିରିଜ ଖେଳାଯିବ ।

Team India for South Africa ODIs
ଦିନିକିଆ ଭାରତୀୟ ଦଳ ଘୋଷଣା
author img

By

Published : Mar 8, 2020, 5:58 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ମାର୍ଚ୍ଚ 12ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3ଟିକିଆ ଦିନିକିଆ ସିରିଜ ଖେଳାଯିବ ।

ଘୋଷଣା ହୋଇଥିବା 15 ଜଣିଆ ଭାରତୀୟ ଦଳରେ ବିରାଟ କୋହଲି କ୍ୟାପଟେନ ରହିଛନ୍ତି । ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି । ସେହିପର ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ପୃଥ୍ବୀ ସ'ଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ଆହତ ଶିଖର ଧାୱନ ଓ ଭୁବନେଶ୍ବର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଘୋଷିତ ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ, ପୃଥ୍ବୀ ସ', ବିରାଟ କୋହଲି(କ୍ୟାପଟେନ), ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ଶୁଭମନ ଗିଲ ।

ଏହି ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 12ରେ (ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ) ଧର୍ମଶାଳାରେ ଖେଳାଯିବ । ମାର୍ଚ୍ଚ 15ରେ 2ୟ ମ୍ୟାଚ ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ, ଲକ୍ଷ୍ନୌରେ ଖେଳାଯିବ । ସିରିଜର 3ୟ ମ୍ୟାଚ ମାର୍ଚ୍ଚ 18ରେ ଇଡେନ ଗାର୍ଡେନ କୋଲକାତାରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.