ETV Bharat / sports

ଗୋଲଫର ଉଦୟନ ମନେଙ୍କୁ ଟୋକିଓ ଟିକେଟ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଗୋଲଫର ଉଦୟନ ମନେ । ଅଧିକ ପଢନ୍ତୁ...

author img

By

Published : Jul 6, 2021, 9:44 PM IST

Golfer Udayan Mane qualifies for Tokyo Olympics, Rijiju congratulates
ଗୋଲଫର ଉଦୟନ ମନେଙ୍କୁ ଟୋକିଓ ଟିକେଟ, କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଗୋଲଫର ଉଦୟନ ମନେ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଉଦୟନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫଳରେ 3ଜଣ ଗୋଲଫର ଟୋକିଓ 2020ରେ ଭାରତର ପ୍ରତିନିଧିତ୍ବ କରିବେ ।

ପୂର୍ବରୁ ଅଦିତି ଅଶୋକ ଓ ଅନୀର୍ବାଣ ଲାହିରି ଦୁଇ ଭାରତୀୟ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାନେଇ ଯୋଗ୍ୟତା ଅର୍ଜନ କରିଥିଲେ । ଅଦିତି ପ୍ରଥମ ମହିଳା ଗୋଲଫର ଭାବେ ଟୋକିଓ ଅଲମ୍ପିକ ଟିକେଟ ହାତେଇଥିଲେ । ଗତ ସପ୍ତାହରେ ଚୁଡାନ୍ତ ଅଲମ୍ପିକ ମାନ୍ୟତା ପ୍ରକାଶ ପାଇବା ପରେ ଗୋଲଫର ଉତିହାସ ରଚିଥିଲେ ।

ଅନ୍ୟପଟେ ଟୋକିଓ ଅଲମ୍ପିକ୍ସ ମାନ୍ୟତାରେ ଭାରତୀୟ ଗୋଲଫର ଭାବେ ଶୀର୍ଷସ୍ଥାନରେ ରହି ଟୋକିଓ ଟିକେଟ ହାସଲ କରିଥିଲେ । ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.