ତାମିଲନାଡୁ: ISSF ସୁଟିଂ ବିଶ୍ବକପରେ ସ୍ବର୍ଣ୍ଣ ପଦକ ବିଜୟିନୀ ଇଲାଭେନିଲ ଭାଲାରିଭାନ ଆଜି ସ୍ବଦେଶ ଫେରିଛନ୍ତି । ଚେନ୍ନାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।
ବ୍ରାଜିଲର ରିଓରେ ଆୟୋଜିତ ISSF ସୁଟିଂ ବିଶ୍ବକପର 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଭାରତୀୟ ସୁଟର । ସିନିୟର ବିଶ୍ବକପରେ ଇଲାଭେନିଲ ନିଜ କ୍ୟାରିୟରର ପ୍ରଥମ ସ୍ବର୍ଣ୍ଣ ସଫଳତା ପାଇଛନ୍ତି ।