ନୂଆଦିଲ୍ଲୀ: ୟୁଥ୍ ୱାର୍ଲ୍ଡ ଚମ୍ପିଆନସିପରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ବକ୍ସର ଗୀତିକା ଓ ବେବିରୋଜିସନା ଚାନୁ । ପୋଲାଣ୍ଡର କିଏଲସରେ ଖେଳାଯାଉଥିବା ଏହି ମେଗା ପ୍ରତିଯୋଗିତାରେ 48 କିଲୋଗ୍ରାମ ବର୍ଗରେ ଗୀତିକା ଓ 51 କିଲୋଗ୍ରାମ ବର୍ଗରେ ଚାନୁ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।
ଗୀତିକା ପୋଲାଣ୍ଡର ନାତାଲିଆ କୁକଜେୱାସ୍କାଙ୍କୁ 5-0ରେ ଓ ଚାନୁ ଋଷିଆର ଭାଲେରିଆ ଲିଙ୍କୋଭାଙ୍କୁ ସମାନ ବ୍ୟବଧାନରେ ହରାଇଛନ୍ତି ।
ଆକ୍ରମଣାତ୍ମକ ରଣନୀତି ସହ ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରି ଉଭୟ ଏକତରଫା ବିଜୟ ହାସଲ କରିଥିଲେ ।
ମୋଟ 8 ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 7ଜଣ ମହିଳା ରହିଛନ୍ତି । ଶୁକ୍ରବାର ଏକମାତ୍ର ପୁରୁଷ ଖେଳାଳି ଭାବେ 56 କିଲୋଗ୍ରାମ ବର୍ଗରେ ସଚିନ ଫାଇନାଲ ଖେଳିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ