ETV Bharat / sports

German Open: ଦମଦାର ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ସାଇନା

author img

By

Published : Mar 8, 2022, 10:43 PM IST

ସାଇନା ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡରେ ସ୍ପେନ୍‌ର କ୍ଳାରା ଆଝରମେନ୍ଦିଙ୍କୁ ୨୧-୧୫, ୧୭-୨୧, ୨୧-୧୪ ସେଟ୍‌ରେ ହରାଇଛନ୍ତି । ଅଧିକ ପଢନ୍ତୁ

German Open: Saina Nehwal, Lakshay Sen storm into second round
German Open: ଦମଦାର ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ସାଇନା

ବର୍ଲିନ(ଜର୍ମାନୀ): ଚଳିତ ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଷ୍ଟାର ଭାରତୀୟ ସର୍ଟଲର ସାଇନା ନେହୱାଲ । ମଙ୍ଗଳବାର ସାଇନା ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡରେ ସ୍ପେନ୍‌ର କ୍ଳାରା ଆଝରମେନ୍ଦିଙ୍କୁ ୨୧-୧୫, ୧୭-୨୧, ୨୧-୧୪ ସେଟ୍‌ରେ ହରାଇଛନ୍ତି ସାଇନା । ଏହି ମ୍ୟାଚ୍‌ ୪୭ ମିନିଟ୍‌ ଧରି ଖେଳାଯାଇଥିଲା ।

ସାଇନାଙ୍କ ବ୍ୟତୀତ ସର୍ଟଲର ଲକ୍ଷ ସେନ ମଧ୍ୟ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଥାଇଲାଣ୍ଡର କାନ୍ତାଫନ ୱାଙ୍ଗଚରେନଙ୍କୁ ୨୧-୬, ୨୨-୨୦ ସିଧାସଳଖ ସେଟ୍‌ରେ ହରାଇଛନ୍ତି ସେନ୍‌ ।

ପୂର୍ବରୁ ଦୁଇଥରର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଥାଇଲାଣ୍ଡର ବୁସାନନ ଓଙ୍ଗବାମ୍ରୁଙ୍ଗଫନଙ୍କୁ ୨୧-୮, ୨୧-୭ ସିଧାସଳଖ ସେଟ୍‌ରେ ହରାଇଥିଲେ । ଅନ୍ୟତମ ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ମଧ୍ୟ ତାଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଜୟୀ ହେବାସହ ଚଳିତ ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.