ETV Bharat / sports

German Open: ଅଲମ୍ପିକ ଚାମ୍ପିୟନଙ୍କୁ ହରାଇ ଫାଇନାଲରେ ଭାରତୀୟ ସର୍ଟଲର ସେନ

author img

By

Published : Mar 13, 2022, 4:22 PM IST

୨୦ ବର୍ଷୀୟ ସେନ୍‌, ଆକ୍ସଲସେନଙ୍କୁ ୨୧-୧୩, ୧୨-୨୧, ୨୨-୨୦ ସେଟ୍‌ରେ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି । ବର୍ତ୍ତମାନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ଡେନମାର୍କର ଭିକ୍ଟର ଆକ୍ସଲସେନଙ୍କ ବିପକ୍ଷରେ ମାନ୍ୟତାର ଦ୍ବାଦଶ ସ୍ଥାନ ଥିବା ଲକ୍ଷ ସେନଙ୍କ ଏହା ପ୍ରଥମ ବିଜୟ । ଅଧିକ ପଢନ୍ତୁ

German Open, Lakshya Sen beats Axelsen, storms into final
German Open: ଅଲମ୍ପିକ ଚାମ୍ପିୟନଙ୍କୁ ହରାଇ ଫାଇନାଲରେ ଭାରତୀୟ ସର୍ଟଲର ସେନ

ବର୍ଲିନ(ଜର୍ମାନୀ): ଚଳିତ ଜର୍ମାନ ଓପନ ୨୦୨୨ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ଲକ୍ଷ ସେନ୍‌ଙ୍କ ବିଜୟୀ ପ୍ରଦର୍ଶନ ଜାରି । ଏହି BWF ୱାର୍ଲ୍ଡ ଟୁର୍‌ ସୁପର ୩୦୦ ଇଭେଣ୍ଟର ପୁରୁଷ ଏକକ ସେମିଫାଇନାଲ ମୁକାବିଲାରେ ଅଲମ୍ପିକ ଚାମ୍ପିୟନ ଭିକ୍ଟର ଆକ୍ସଲସେନଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ସେନ୍‌ । ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲା ଏକ ଘଣ୍ଟାରୁ ଅଧିକ ସମୟ ଧରି ଖେଳାଯାଇଥିଲା ।

ୱାର୍ଲ୍ଡ ଚାମ୍ପିୟନସିପ ବ୍ରୋଞ୍ଜ ବିଜେତା ଲକ୍ଷ ଏକମାତ୍ର ଭାରତୀୟ ସର୍ଟଲର ଭାବେ ଏହି ଇଭେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ୨୦ ବର୍ଷୀୟ ସେନ୍‌, ଆକ୍ସଲସେନଙ୍କୁ ୨୧-୧୩, ୧୨-୨୧, ୨୨-୨୦ ସେଟ୍‌ରେ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି । ବର୍ତ୍ତମାନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ଡେନମାର୍କର ଭିକ୍ଟର ଆକ୍ସଲସେନଙ୍କ ବିପକ୍ଷରେ ମାନ୍ୟତାର ଦ୍ବାଦଶ ସ୍ଥାନ ଥିବା ଲକ୍ଷ ସେନଙ୍କ ଏହା ପ୍ରଥମ ବିଜୟ ।

ଫାଇନାଲ ମୁକାବିଲାରେ ଥାଇଲାଣ୍ଡର କୁନଲାଭଟ ଭିତିଡସର୍ନଙ୍କୁ ଭେଟିବେ ଲକ୍ଷ ସେନ । ଅନ୍ୟ ଏକ ସେମିଫାଇନାଲ ମୁକାବିଲାରେ ମାଲେସିୟାର ଲି ଜି ଜିଆଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଭିତିଡସର୍ନ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.