ETV Bharat / sports

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ କଣ୍ଟେଣ୍ଡର ମିକ୍ସ ଡବଲ୍ସରେ ମନିକା-ସାଥିଆନ ଟାଇଟଲ ବିଜୟୀ - ମନିକା ବାତ୍ରା ଖବର

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟରେ ଚମକିଲା ଭାରତୀୟ ମିକ୍ସ ଡବଲ୍ସ ଟେବୁଲ ଟେନିସ ଦଳ । ଫାଇନାଲରେ ମନିକା ବାତ୍ରା ଓ ଜି ସାଥିଆନଙ୍କ ଦମଦାର ପ୍ରଦର୍ଶନ ବଳରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ କଣ୍ଟେଣ୍ଡର ମିକ୍ସ ଡବଲ୍ସରେ ମନିକା-ସାଥିଆନ ଟାଇଟଲ ବିଜୟୀ

author img

By

Published : Aug 20, 2021, 6:18 PM IST

ବୁଦାପେଷ୍ଟ: ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟରେ ଚମକିଲା ଭାରତୀୟ ମିକ୍ସ ଡବଲ୍ସ ଟେବୁଲ ଟେନିସ ଦଳ । ଫାଇନାଲରେ ମନିକା ବାତ୍ରା ଓ ଜି ସାଥିଆନଙ୍କ ଦମଦାର ପ୍ରଦର୍ଶନ ବଳରେ ଟାଇଟଲ ବିଜୟୀ ହୋଇଛନ୍ତି । ୪ଟି ସେଟରୁ ୩ଟି ସେଟରେ ଭାରତୀୟ ମିକ୍ସ ଡବଲ୍ସ ଦଳ ବିଜୟୀ ହୋଇଥିଲା ।

4ଟି ସେଟରେ ୧୧-୯, ୯-୧୧, ୧୨-୧୦ ଓ ୧୧-୦୬ ପଏଣ୍ଟରେ ବିଜୟୀ ହୋଇଛି ଭାରତ । ସଦ୍ୟ ଟୋକିଓ ଅଲମ୍ପିକରୁ ନିରାଶ ହୋଇ ଫେରିଥିଲେ ମନିକା ବାତ୍ରା । ଏହି ବିଜୟ ତାଙ୍କୁ ମୋମେଣ୍ଟମ ଦେବାର ସହାୟକ ହେବ । ଫାଇନାଲ ମ୍ୟାଚରେ ନାଣ୍ଡୋର ଏକସେକୀ ଓ ଡୋରା ମଦାରାସ୍ଜଙ୍କୁ ମାତ ଦେଇଛନ୍ତି ଭାରତୀୟ ଟେବୁଲ ଟେନିସ ଖେଳାଳି ।

ଏହାକୁ ନେଇ ଜାତୀୟ କ୍ରୀଡ଼ାପ୍ରାଧିକରଣ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଏହାକୁ ନେଇ ମନିକା ବାତ୍ରା ଓ ଜି ସାଥିଆନଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି । ଏହାପୂର୍ବରୁ ଏସିଆନ ଗେମ୍ସରେ ଶରତ କମଲଙ୍କ ସହ ମିଶି କାଂସ୍ୟ ପଦକ ହାସଲ କରିଥିଲେ ମନିକା ବାତ୍ରା । ଏହି ବିଜୟ ସହ ମନିକାଙ୍କ ସିଙ୍ଗଲ୍ସ ରାଙ୍କିଂ ୬୦ରେ ପହଞ୍ଚିଛି ।

ଉଭୟ ମନିକା ଓ ଜି ସାଥିଆନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ଉଭୟ ଖେଳାଳି ମିଶି ଅଧିକାଂଶ ମିକ୍ସ ଡବଲ୍ସ ମ୍ୟାଚ ଖେଳି ନାହାନ୍ତି । ଟୋକିଓ ଅଲମ୍ପିକ୍ସରେ ଦୁହେଁ ଅସଫଳ ହେବାପରେ ବର୍ତ୍ତମାନ ଏହି ପଦକ ତାଙ୍କ ପାଇଁ କିଛି ନୂଆ ଆଶା ସଞ୍ଚାର କରିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.