ETV Bharat / sports

ଜାଣନ୍ତୁ କେତେ ପୁରୁଣା ଭାରତର ଅଲମ୍ପିକ ଇତିହାସ ଓ କେଉଁ ଖେଳାଳି ଜିତିଛନ୍ତି ଭାରତ ପାଇଁ ପଦକ

author img

By

Published : Jul 12, 2021, 9:14 PM IST

ଭାରତୀୟ ଅଲିମ୍ପିକ୍ ପଦକ ଗୁଡିକର ସର୍ବକାଳୀନ ତାଲିକା ବିଷୟରେ କହିଲେ ଆଜି ପର୍ଯ୍ୟନ୍ତ ମୋଟ 28 ଟି ପଦକ ଭାରତର ପତାକା ତଳେ ଆସିଛି, ଯାହାର ତାଲିକା ଏହି ପ୍ରକାର ରହିଛି । ଅଧିକ ପଢନ୍ତୁ...

Full list of india's olympic medals: who won, which event, which edition, details
ଜାଣନ୍ତୁ କେତେ ପୁରୁଣା ଭାରତର ଅଲମ୍ପିକ ଇତିହାସ ଓ କେଉଁ ଖେଳାଳି ଜିତିଛନ୍ତି ଭାରତ ପାଇଁ ପଦକ

ହାଇଦ୍ରାବାଦ: ଭାରତୀୟ ଅଲମ୍ପିକ ଇତିହାସ ଯେତେ ପରିମାଣରେ ସ୍ବର୍ଣ୍ଣିମ ଦେଖାଯାଉଛି, ବାସ୍ତବରେ ତାହା ଢେର ଅଧିକ, କାରଣ ଏହାପଛରେ ରହିଛି ଅନେକ ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗର କାହାଣୀ । ଯଦିଓ ଆଜି ପର୍ଯ୍ୟନ୍ତ ଭାରତ କେବଳ ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସଙ୍କ ପଦକ ସଂଖ୍ୟା(28) ସହ ଅଲମ୍ପିକ ପଦକ ଜିତିଛି, କିନ୍ତୁ ଭାରତ ପାଇଁ ପଦକ ଜିତିପାରିନଥିବା ଆଥଲେଟ୍ସଙ୍କ କଠିନ ପରିଶ୍ରମ ଏବଂ ଉତ୍ସାହର କୌଣସି କମି ଦେଖିବାକୁ ମିଳିନାହିଁ ।

121 ବର୍ଷର ଲମ୍ବା ଇତିହାସ ଦେଶକୁ ଅନେକ ମହାନ ଆଥଲେଟ୍ ପ୍ରଦାନ କରିଛି, ସେଥିମଧ୍ୟରୁ କେତେକ ପଦକ ଜିତିଛନ୍ତି ଏବଂ କେତେକ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ବାରା ନାମ ଅର୍ଜନ କରିଛନ୍ତି । 121 ବର୍ଷର ଲମ୍ବା ଇତିହାସ ଦେଶକୁ ଅନେକ ମହାନ ଆଥଲେଟ୍ ପ୍ରଦାନ କରିଛି, ସେଥିମଧ୍ୟରୁ କେତେକ ପଦକ ଜିତିଛନ୍ତି ଏବଂ କେତେକ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ବାରା ନାମ ଅର୍ଜନ କରିଛନ୍ତି । ଏହି ସମୟ ମଧ୍ୟରେ, ଅନେକ କିଛି ଖେଳାଳି ସର୍ବକାଳୀନ ମହାନ ଖେଳାଳିମାନଙ୍କ ମଧ୍ୟରୁ ଏକ ହୋଇଛନ୍ତି ତ ଅନେକ ଖ୍ୟାତି ଜଗତରେ ହଜିଗଲେ ।

ଭାରତୀୟ ଅଲିମ୍ପିକ୍ ପଦକଗୁଡିକର ସର୍ବକାଳୀନ ତାଲିକା ବିଷୟରେ କହିଲେ ଆଜି ପର୍ଯ୍ୟନ୍ତ ମୋଟ 28 ଟି ପଦକ ଭାରତର ପତାକା ତଳେ ଆସିଛି, ଯାହାର ତାଲିକା ନିମ୍ନରେ ରହିଛି...

1. 1900 ପ୍ୟାରିସ୍ ଅଲିମ୍ପିକ୍ସ, ନରମାନ୍ ଗିଲବର୍ଟ ପ୍ରିଚାର୍ଡ (ରୋପ୍ୟ) ପୁରୁଷ 200 ମିଟର ଦୌଡ

ଭାରତର ଏହି ଲମ୍ବା ଇତିହାସର ଆରମ୍ଭ ବର୍ଷ 1900ରେ ହୁଏ, କୋଲକାତାରେ ଜନ୍ମ ହୋଇଥିବା ବ୍ରିଟିସର ନରମାନ୍ ଗିଲବର୍ଟ ପ୍ରିଚାର୍ଡ ପ୍ୟାରିସ ଅଲମ୍ପିକ 1900ରେ ପୁରୁଷ 200 ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ ।

2. 1900 ପ୍ୟାରିସ ଅଲମ୍ପିକ, ନରମାନ୍ ଗିଲବର୍ଟ ପ୍ରିଚାର୍ଡ (ରୋପ୍ୟ) ପୁରୁଷ 200 ମିଟର ହର୍ଡଲ ରେସ(ବାଧାଦୌଡ)

1900 ପ୍ୟାରିସ ଅଲମ୍ପିକରେ ପ୍ରିଚାର୍ଡ ପୁରୁଷ 200 ମିଟରରେ ରୌପ୍ୟ ପଦକ ସହିତ ପୁରୁଷ 200 ମିଟର ହର୍ଡଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିଥିଲା । ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିବା ପରେ ଏବେ ପର୍ଯ୍ୟନ୍ତ ଭାରତର ସବୁଠୁ ସଫଳ ଫିଲ୍ଡ ଓ ଟ୍ରାକ ଆଥଲେଟ ବନିଯାଇଥିଲେ ।

3. 1928 ଏମ୍ସଷ୍ଟର୍ଡମ ଅଲମ୍ପିକ, ଭାରତୀୟ ପୁରୁଷ ହକି ଟିମ (ସ୍ବର୍ଣ୍ଣ)

ପରେ ତୃତୀୟ ଅଲମ୍ପିକ ପଦକ ପାଇଁ ଭାରତକୁ 28 ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ତେବେ ଅପେକ୍ଷାର ଫଳ ମିଠା ଭଳି ଏଥର ତ୍ରିରଙ୍ଗା ସବୁଠୁ ଉପରେ ଉଡିଥିଲା..ସ୍ବର୍ଣ ପଦକ ମିଳିଥିଲା । ଏହା ଏକ ଟିମ ଇଭେଣ୍ଟରେ ଆସିଥିଲା । ଜୟପାଲ ସିଂହ ମୁଣ୍ଡାଙ୍କ ନେତୃତ୍ବରେ ଭାରତୀୟ ହକି ଟିମ ଫାଇନାଲ ମୁକାବିଲାରେ ନେରଦଲାଣ୍ଡକୁ 3-0ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ।

4. 1932 ଲସ ଏଞ୍ଜଲିସ ଅଲମ୍ପିକ, ଭାରତୀୟ ପୁରୁଷ ହକି ଟିମ(ସ୍ବର୍ଣ୍ଣ)

ଡିଫେଣ୍ଡିଂ ଚମ୍ପିଆନ ରହିଥିବା ଭାରତୀୟ ହକି ଟିମ ପୁନର୍ବାର ନିଜର ବିଜୟୀ ପ୍ରଦର୍ଶନ ଦୋହରାଇବା ସହ 1932 ଅଲମ୍ପିକରେ ଜାପାନକୁ 11-1ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହି ସମୟରେ ଭାରତୀୟ ଟିମର ନେତୃତ୍ବ ନେଇଥିଲେ ଲାଲ ଶାହ ବୋଖାରୀ ।

5. 1936 ବର୍ଲିନ ଅଲମ୍ପିକ, ଭାରତୀୟ ପୁରୁଷ ହକି ଟିମ(ସ୍ବର୍ଣ୍ଣ)

ଭାରତୀୟ ହକି ଟିମ ଏହି ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହ୍ୟାଟ୍ରିକ ହାସଲ କରିଥିଲା । ଫାଇନାଲରେ ଅଲମ୍ପିକ ଆୟୋଜକ ଦେଶ ଜର୍ମାନୀ ସହ ଭାରତର ଲଢେଇ ହୋଇଥିଲା, ଯେଉଁଥିରେ 8-1 ବ୍ୟବଧାନରେ ଭାରତ ଘରୋଇ ଟିମକୁ ହରାଇଥିଲା ।

6. 1948 ଲଣ୍ଡନ ଅଲମ୍ପିକ, ଭାରତୀୟ ପୁରୁଷ ହକି ଟିମ(ସ୍ବର୍ଣ୍ଣ)

1936 ଅଲମ୍ପିକ ପରେ 12 ବର୍ଷ ପର୍ଯ୍ୟନ୍ତ ଦ୍ବିତୀୟ ବିଶ୍ବଯୁଦ୍ଧ ଜାରି ରହିବାହେତୁ ଅଲମ୍ପିକ ଖେଳ ସମ୍ଭବ ହୋଇପାରିନଥିଲା ଓ ପରେ 1948ରେ ଅଲମ୍ପିକ ଫେରିଥିଲା । ଏହି ସମୟ ମଧ୍ୟରେ ଏକ ଲମ୍ବା ବିରତିର ପ୍ରଭାବ ଭାରତୀୟ ଟିମର ପ୍ରଦର୍ଶନ ଉପରେ ପଡିବା ଦେଖିବାକୁ ମିଳିନଥିଲା । ଭାରତ, ଗ୍ରେଟ ବ୍ରିଟେନକୁ 4-0ରେ ହରାଇ ପୁଣିଥରେ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲା । ଏଥର ଭାରତକୁ ଇଂରେଜଶାସନ ଠାରୁ ସ୍ବାଧୀନତା ମିଳିସାରିଥିଲା, ସେଥିପାଇଁ ସ୍ବାଧୀନ ଭାରତର ପତାକା ତଳେ ଖେଳୁଥିଲା ।

7. 1952 ହେଲସିଙ୍କି ଅଲିମ୍ପିକ୍ସ, ଭାରତୀୟ ପୁରୁଷ ହକି ଟିମ (ସ୍ବର୍ଣ୍ଣ)

କନୱାର ଦୀଗବିଜୟ ସିଂହଙ୍କ ନେତୃତ୍ବରେ ଭାରତୀୟ ଟିମ ଲଗାତାର ପଞ୍ଚମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା । ନେଦରଲାଣ୍ଡ୍‌ସକୁ 1984 ଅଲମ୍ପିକ୍ସରେ 6-1ରେ ହରାଇ ସ୍ବର୍ଣ୍ଣ ହାତେଇଥିଲା ।

8. 1952 ହେଲସିଙ୍କି ଅଲମ୍ପିକ୍ସ, କେଡି ଯାଦବ (କାଂସ୍ୟ) ପୁରୁଷ ଫ୍ରୀଷ୍ଟାଇଲ ବଣ୍ଟମୱେଟ କୁସ୍ତି(କୁସ୍ତି)

1952 ଅଲମ୍ପିକ୍ସ ପୂର୍ବରୁ କେବଳ ଭାରତୀୟ ହକି ଟିମ ଅଲମ୍ପିକ ପଦକ ଜିତିଥିଲା, ମାତ୍ର ପ୍ରଥମ ଥର ପାଇଁ ଏହି ସଂସ୍କରଣର ଅଲମ୍ପିକ୍ସରେ ଜଣେ ଖେଳାଳି ବ୍ୟକ୍ତଗତ ବର୍ଗରେ ସ୍ବାଧୀନ ଭାରତ ପାଇଁ ପଦକ ଜିତିଥିଲେ। କେଡି ଯାଦବ କାଂସ୍ୟ ପଦକ ଫ୍ରୀଷ୍ଟାଇଲ ବଣ୍ଟମୱେଟ କୁସ୍ତି ଇଭେଣ୍ଟରେ ଜିତିଲେ।

9. 1956 ମେଲବର୍ଣ୍ଣ ଅଲମ୍ପିକ୍ସ, ଭାରତୀୟ ହକି ଟିମ (ସ୍ବର୍ଣ୍ଣ)

1948 ପରେ 1956ରେ ଭାରତୀୟ ହକି ଟିମ ପୁନର୍ବାର ବିଜୟ ଟ୍ରାକକୁ ଫେରିଲା । ଏଥର ଭାରତ ପାକିସ୍ତାନକୁ ସାମ୍ନା କରିଥିଲା ଓ ଫାଇନାଲରେ 1-0ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ।

10. 1960 ରୋମ ଅଲମ୍ପିକ୍ସ, ଭାରତୀୟ ହକି ଟିମ(ରୋପ୍ୟ)

ଏହି ସଂସ୍କରଣର ଅଲମ୍ପିକ୍ସରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା ହକି ଟିମ ଇଣ୍ଡିଆ ଓ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

11. 1964 ଟୋକିଓ ଅଲମ୍ପିକ୍ସ, ଭାରତୀୟ ହକି ଟିମ (ସ୍ବର୍ଣ୍ଣ)

ଟୋକିଓ ଅଲମ୍ପିକ୍ସରେ ଭାରତ ପୁନର୍ବାର ବିଜୟ ପଥରେ ଅଗ୍ରସର ହୋଇଥିଲା । ପାକିସ୍ତାନକୁ 1-0ରେ ହରାଇ ମୋହିନ୍ଦର ଲାଲଙ୍କ ନେତୃତ୍ବରେ ସ୍ବର୍ଣ୍ଣ ପଦକ ଜିତିଥିଲା ।

12. 1968 ମେକ୍ସିକୋ ସିଟି, ଭାରତୀୟ ହକି ଟିମ (କାଂସ୍ୟ)

1968 ଅଲମ୍ପିକ ଇଭେଣ୍ଟ ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ଏହା ଭାରତୀୟ ହକି ଟିମ ପାଇଁ ସଫଳତମ ହୋଇନଥିଲା କାରଣ ସ୍ବର୍ଣ୍ଣ କିମ୍ବା ରୋପ୍ୟ ପଦକ ଜିତିପାରିନଥିଲା ଭାରତ । ପଶ୍ଚିମ ଜର୍ମାନୀକୁ 2-1ରେ ହରାଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

13. 1972 ମୁନୀଚ, ଭାରତୀୟ ହକି ଟିମ(କାଂସ୍ୟ)

ମେକ୍ସିକୋ ସିଟି ପରେ ଭାରତୀୟ ଟିମର ପ୍ରଦର୍ଶନ କ୍ରମଶଃ ପ୍ରଭାବୀ ରହିନଥିଲା, ପୁନର୍ବାର କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଭାରତ ନେଦରଲାଣ୍ଡସକୁ ପ୍ଲେ-ଅଫ ମ୍ୟାଚରେ ହରାଇ 2-1ରେ କାଂସ୍ୟ ପଦକ ଜିତିଥିଲା ।

14. 1980 ମସ୍କୋ, ଭାରତୀୟ ହକି ଟିମ (ସ୍ବର୍ଣ୍ଣ)

1980 ସଂସ୍କରଣର ଅଲମ୍ପିକ୍ସ ଖେଳରେ ଭାରତୀୟ ହକି ଟିମ ମସ୍କୋରେ ସ୍ପେନକୁ 1-0ରେ ହରାଇ ସ୍ବର୍ଣ୍ଣ ବିଜୟୀ ହୋଇଥିଲା । ସେତେବେଳ ଭାରତର ଅଧିନାୟକ ରହିଥିଲେ ବାସୁଦେବନ ଭାସ୍କରନ ।

15. 1996 ଆଣ୍ଟଲାଟା ଅଲମ୍ପିକ୍ସ, ଲିଆଣ୍ଡର ପେସ (କାଂସ୍ୟ), ଟେନିସ ପୁରୁଷ ଏକକ

ଦୀର୍ଘ 16 ବର୍ଷର ଅପେକ୍ଷା ପରେ ଭାରତର ଅଲମ୍ପିକ ପଦକ ମରୁଡି ଶେଷ ହୋଇଥିଲା ଏହି ସଂସ୍କରଣରେ । ଲିଆଣ୍ଡର ପେସ ପୁରୁଷ ଟେନିସ ଏକକ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଏହି ମ୍ୟାଚରେ(ପ୍ଲେ-ଅଫ୍‌) ଲିଆଣ୍ଡର, ବ୍ରାଜିଲର ଫର୍ଣ୍ଣାଣ୍ଡୋଙ୍କୁ 7-6, 6-3ରେ ହରାଇଥିଲେ ।

16. 2000 ସିଡନୀ ଅଲମ୍ପିକ୍ସ, କର୍ଣ୍ଣମ ମାଲେଶ୍ବରୀ(କାଂସ୍ୟ) ମହିଳା 69 କିଲୋଗ୍ରାମ ଭାରତ୍ତୋଳନ

ମାଲେଶ୍ବରୀ ପ୍ରଥମ ଭାରତୀୟ ମହିଳା ଅଲମ୍ପିକ ପଦକ ବିଜୟିନୀ ହେବାର ଗୌରବ ଅର୍ଜନ କରିଥିଲେ । ବର୍ଷ 2000 ସିଡନୀ ଅଲମ୍ପିକ୍ସରେ ଭାରତ୍ତୋଳନରେ ଅଲମ୍ପିକ ପଦକ ଜିତିଥିଲେ ମାଲେଶ୍ବରୀ ।

17. 2004 ଆଥେନ ଅଲମ୍ପିକ୍ସ(ରୌପ୍ୟ) ପୁରୁଷ ଯୁଗଳ

ଟ୍ରାପ ଇଣ୍ଡିଆର ପ୍ରଥମ ପଦକ ସୁଟିଂରେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଦ୍ବାର ଭାରତକୁ ମିଳିଥିଲା । ପୁରୁଷ ଯୁଗଳ ଟ୍ରାପରେ ସେ ରୌପ୍ୟ ପଦକ ବିଜେତା ହୋଇଥିଲେ ।

18. 2008 ବେଜିଂ ଅଲମ୍ପିକ୍ସ, ଅଭିନବ ବିନ୍ଦ୍ରା(ସ୍ବର୍ଣ୍ଣ), ପୁରୁଷ 10ମିଟର ଏୟାର ରାଇଫଲ

ବେଜିଂ ଅଲମ୍ପିକରେ ସ୍ବର୍ଣ୍ଣ ଜିତିବା ସହ ଅଭିନବ ଭାରତ ପାଇଁ ପୁରୁଷ ଏକକ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ବନିଗଲେ ।

19. 2008 ବେଜିଂ ଅଲମ୍ପିକ, ସୁଶୀଲ କୁମାର(କାଂସ୍ୟ), ପୁରୁଷ 66 କିଲୋଗ୍ରାମ ଫ୍ରୀଷ୍ଟାଇଲ କୁସ୍ତି

କେଡି ଯାଦବଙ୍କ ପରେ ପ୍ରାୟ 56 ବର୍ଷର ଅପେକ୍ଷା ପରେ ସୁଶୀଲ କୁମାର କୁସ୍ତିରେ ପଦକ ଜିତିଥିଲେ । ଏହି ସଂସ୍କରଣର ଅଲମ୍ପିକ ଏଥିପାଇଁ ଖାସ ଥିଲା କାରଣ ଭାରତ ପ୍ରଥମ ଥର କୌଣସି ଅଲମ୍ପିକରେ 3ଟି ପଦକ ଜିତିଥିଲା ।

20. 2008 ବେଜିଂ ଅଲମ୍ପିକ, ବିଜେନ୍ଦର ସିଂହ(କାଂସ୍ୟ) ପୁରୁଷ ମିଡିଲୱେଟ ବକ୍ସିଂ(ମୁଷ୍ଟିଯୁଦ୍ଧ)

ଏହି ଅଲମ୍ପିକ୍ସ ପୂର୍ବରୁ ଭାରତ ବକ୍ସିଂରେ କୌଣସି ପଦକ ଜିତିନତିଲା, ମାତ୍ର 2008 ଅଲମ୍ପିକ୍ସରେ ବିଜେନ୍ଦର କାଂସ୍ୟ ପଦକ ମିଡିଲୱେଟ ବକ୍ସିଂ ଇଭେଣ୍ଟରେ ଜିତି ଇତିହାସ ରଚିଥିଲେ । ଫଳରେ ଭାରତୀୟ ଫ୍ୟାନ୍ସ ବେଶ ଖୁସି ହୋଇଥିଲେ ।

21. 2012 ଲଣ୍ଡନ ଅଲମ୍ପିକ, ବିଜୟ କୁମାର(ରୌପ୍ୟ), ପୁରୁଷ 25 ମିଟର ର୍ୟାପିଡ ଫାୟର ସୁଟିଂ

ବିଜୟ କୁମାରଙ୍କ ପ୍ରଥମ ରୌପ୍ୟ ପଦକ ଲଣ୍ଡନ ଅଲମ୍ପିକ୍ସରେ ସୁଟିଂ ଇଭେଣ୍ଟରେ ଆସିଥିଲା । ବିଜୟ ଭାରତ ପାଇଁ ଏହି ସଫଳତା 25 ମିଟର ପୁରୁଷ ର୍ୟାପିଡ ଫାୟର ପିସ୍ତଲ ଇଭେଣ୍ଟରେ ଆଣିଥିଲେ ।

22. 2012 ଲଣ୍ଡନ ଅଲମ୍ପିକ, ଗଗନ ନାରଙ୍ଗ(କାଂସ୍ୟ), ପୁରୁଷ 10 ମିଟର ଏୟାର ରାଇଫଲ

ବିଜୟ କୁମାରଙ୍କ ପରେ ଗଗନ ନାରଙ୍ଗ କାଂସ୍ୟ ପଦକ ଲକ୍ଷ୍ୟ ଭେଦ କରିଥିଲେ ଓ ସଫଳ ହୋଇଥିଲେ ।

23. 2012 ଲଣ୍ଡନ ଅଲମ୍ପିକ୍ସ, ସାଇନା ନେହୱାଲ(କାଂସ୍ୟ), ମହିଳା ଏକକ ବ୍ୟାଡମିଣ୍ଟନ

କର୍ଣ୍ଣମ ମାମେଶ୍ବରୀଙ୍କ ପରେ ସାଇନା ନେହୱାଲ ଦ୍ବିତୀୟ ମହିଳା ଭାବେ କାଂସ୍ୟ ପଦକ ଜିତିଥିଲେ । ବ୍ୟାଡମିଣ୍ଟନ ଏକକ ଇଭେଣ୍ଟରେ ପଦକ ବିଜୟିନୀ ହୋଇଥିଲେ ।

24. 2012 ଲଣ୍ଡନ ଅଲମ୍ପିକ୍ସ, ମେରୀ କମ(କାଂସ୍ୟ), ଫ୍ଲାଏୱେଟ ବକ୍ସିଂ

ବିଶ୍ବ ବକ୍ସିଂ ଜଗତରେ କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ମେରୀ କମ ଖ୍ୟାତି ଅର୍ଜନ କରିଥିଲେ ଓ ଲଣ୍ଡନ ଅଲମ୍ପିକ୍ସକୁ ଭାରତ ପାଇଁ ସଫଳ ବନାଇଥିଲେ । 2012 ଲଣ୍ଡନ ସଂସ୍କରଣର ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ହୋଇଥିଲେ ।

25. 2012 ଲଣ୍ଡନ ଅଲମ୍ପିକ, ସୁଶୀଲ କୁମାର(ରୌପ୍ୟ), ପୁରୁଷ 66 କିଲୋଗ୍ରାମ ଫ୍ରୀଷ୍ଟାଇଲ କୁସ୍ତି

ଭାରତୀୟ ଅଲମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଖେଳାଳି ନିଜର ବିଜୟ ପ୍ରଦର୍ଶନକୁ ବ୍ୟକ୍ତିଗତ ପ୍ରତିଯୋଗିତା ବର୍ଗରେ ଦୋହରାଇ ପାରିଥିଲେ, ସେ ଥିଲେ ସୁଶୀଲ କୁମାର । 2008 ବେଜିଂ ଅଲମ୍ପିକ୍ସରେ ପଦକ ବିଜୟ ପରେ ଲଣ୍ଡନ ଅଲମ୍ପିକ୍ସରେ ମଧ୍ୟ ପଦକ ଜିତିଥିଲେ ସୁଶୀଲ ।

26. 2012 ଲଣ୍ଡନ ଅଲମ୍ପିକ୍ସ, ଯୋଗେଶ୍ବର ଦତ୍ତ(କାଂସ୍ୟ) ପୁରୁଷ 60 କିଲୋଗ୍ରାମ ଫ୍ରୀଷ୍ଟାଇଲ

ସୁଟିଂ ପରେ ପ୍ରଥମ ଥର ପାଇଁ କୌଣସି ଖେଳରେ ଦୁଇଟି ପଦକ ଭାରତ ପାଇଁ ଆସିଥିଲା ତ ସେ ହେଉଛି କୁସ୍ତି । ଭାରତ ପାଇଁ ଦ୍ବିତୀୟ ପଦକ ଯୋଗେଶ୍ବର ଦତ୍ତ କୁସ୍ତିରେ ଜିତିଥିଲେ ।

27. 2016 ରିଓ ଅଲମ୍ପିକ୍ସ, ସାକ୍ଷୀ ମଲିକ(କାଂସ୍ୟ), ମହିଳା 58 କିଲୋଗ୍ରାମ ଫ୍ରୀଷ୍ଟାଇଲ କୁସ୍ତି

2012 ଲଣ୍ଡନ ଅଲମ୍ପିକ୍ସରେ ଦମଦାର ସଫଳତା ପରେ 2016 ସଂସ୍କରଣର ଅଲମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବାର ଭୋକ ଆଥଲେଟଙ୍କର ବୃଦ୍ଧି ପାଇଥିଲା । ମାତ୍ର ପୂର୍ବ ଅଲମ୍ପିକ୍ସ ପରି ଏହି ସଂସ୍କରଣର ଭାରତୀୟ ଖେଳାଳି ସଫଳତାକୁ ଦୋହରାଇ ପାରିନଥିଲେ । ମାତ୍ର ସାକ୍ଷି ମଲିକ ଇତିହାସ ରଚିଥିଲେ ଓ ଭାରତର ସମ୍ମାନ ରଖିଥିଲେ। ମହିଳା 58 କିଲୋଗ୍ରାମ ଫ୍ରୀଷ୍ଟାଇଲ କୁସ୍ତି ଇଭେଣ୍ଟରେ କାଂସ୍ୟ ପଦକ ବିଜୟିନୀ ହୋଇଥିଲେ ସାକ୍ଷୀ ।

28. 2016 ରିଓ ଅଲମ୍ପିକ୍ସ, ପିଭି ସିନ୍ଧୁ(ରୌପ୍ୟ), ମହିଳା ବ୍ୟାଡମିଣ୍ଟନ ଏକକ

ସାଇନା ନେହୱାଲ ତାଙ୍କର ଅଲମ୍ପିକ ପ୍ରଦର୍ଶନ ଦୋହରାଇ ପାରିନଥିଲେ, ମାତ୍ର ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ହାସଲ କରିଥିଲେ ଓ ଭାରତ ପାଇଁ 2016 ରିଓ ଅଲମ୍ପିକ୍ସରେ ଦ୍ବିତୀୟ ଅଲମ୍ପିକ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.