ETV Bharat / sports

ଆଜିଠୁ ଜାତୀୟ ଫ୍ରିଷ୍ଟାଇଲ କୁସ୍ତି ଚମ୍ପିଆନସିପ, ନରସିଂହଙ୍କ ଉପରେ ସମସ୍ତଙ୍କ ନଜର - narsingh wrestler

ଆଜି ଠାରୁ ନୋଏଡାରେ ଆରମ୍ଭ ହେଉଛି ଜାତୀୟ ପୁରୁଷ ଫ୍ରିଷ୍ଟାଇଲ କୁସ୍ତି ଚମ୍ପିଆନସିପ୍‌ । ଏହି 2 ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ 52 କୁସ୍ତି ଯୋଦ୍ଧା ।

ନରସିଂହ ଯାଦବ
ନରସିଂହ ଯାଦବ
author img

By

Published : Jan 23, 2021, 8:51 AM IST

ନୋଏଡା: ଆଜି ଠାରୁ ନୋଏଡାରେ ଆରମ୍ଭ ହେଉଛି ଜାତୀୟ ପୁରୁଷ ଫ୍ରିଷ୍ଟାଇଲ କୁସ୍ତି ଚମ୍ପିଆନସିପ୍‌ । ଏହି 2 ଦିବସୀୟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ 52 କୁସ୍ତି ଯୋଦ୍ଧା । ତେବେ 4ବର୍ଷର ବ୍ୟାନ ପରେ ଆଜି ଜାତୀୟ ସ୍ତରର ପ୍ରଥମ ମୁକାବିଲା ଖେଳିବାକୁ ଯାଉଛନ୍ତି 2015 ବିଶ୍ବ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ବିଜେତା ନରସିଂହ ଯାଦବ ।

wrestling
ଭାରତୀୟ କୁସ୍ତି ଯୋଦ୍ଧା ନରସିଂହ ଯାଦବ

2016ର ରିୟୋ ଅଲମ୍ପିକ ପୂର୍ବରୁ ତାଙ୍କ ଉପରେ ବ୍ୟାନ ଲାଗିଥିଲା । କାରଣ ସେ ଡୋପ୍‌ ଟେଷ୍ଟରେ ଫେଲ୍‌ ହୋଇଥିଲେ । ତେବେ କୁସ୍ତି ଯୋଦ୍ଧା ନରସିଂହଙ୍କ ବ୍ୟାନ ଅବଧି ସମାପ୍ତ ହେବାପରେ 12ରୁ 18 ଡିସେମ୍ବର ଯାଏଁ ବେଲଗ୍ରେଡରେ ଆୟୋଜିତ ଇଣ୍ଡିଭିଜୁଆଲ ବିଶ୍ବକପ୍‌ରେ ଅଂଶ ଗ୍ରହଣ କରିଥିଲେ କିନ୍ତୁ ସେ ପ୍ରଥମ ରାଉଣ୍ଡରେ ଜର୍ମାନୀର ଓସମାନ ଚାକିକିଙ୍କ ଠାରୁ ପରାସ୍ତ ହୋଇଥିଲେ । ବର୍ତ୍ତମାନ ସେ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ଫେରୁଛନ୍ତି ।

ସେହିପରି ଜାତୀୟ ମହିଳା କୁସ୍ତି ଟୁର୍ଣ୍ଣାମେଣ୍ଟ 30-31 ଜାନୁଆରୀରେ ଆଗ୍ରା ଠାରେ ଆୟୋଜିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.