ETV Bharat / sports

Hockey World Cup: ଚତୁର୍ଥ ଦିନରେ 4ଟି ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା - ହକି ବିଶ୍ବକପ

ଚତୁର୍ଥ ଦିନରେ ପହଞ୍ଚିଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ଆଜି ଭୁବନେଶ୍ବର ଓ ରାଉରକେଲାରେ 4ଟି ମ୍ୟାଚ ଖେଳାଯିବ । ନଜର ପକାନ୍ତୁ କେଉଁ ଦଳ ସହ କେଉଁ ଦଳର ମୁକାବିଲା । ଅଧିକ ପଢନ୍ତୁ

Hockey World Cup
Hockey World Cup
author img

By

Published : Jan 16, 2023, 8:38 AM IST

ଭୁବନେଶ୍ବର: ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରିହଛି । ଚତୁର୍ଥ ଦିନରେ ପହଞ୍ଚିଛି ବିଶ୍ବକପ ମହାସମର । ଆଜି ମୋଟ 4ଟି ମ୍ୟାଚ ଖେଳାଯିବ । ଗ୍ରୁପ C ଓ ଗ୍ରୁପ A ମଧ୍ୟରେ ମ୍ୟାଚ ଖେଳାଯିବ । ମାଲେସିଆ ବନାମ ଚିଲି, ନ୍ୟୁଜିଲାଣ୍ଡ ବନାମ ନେଦରଲାଣ୍ଡସ ଓ ଫ୍ରାନ୍ସ ବନାନ ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଷ୍ଟାଟ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ନଜର ପକାନ୍ତୁ ଆଜିର ମ୍ୟାଚ ଉପରେ ।

ରାଉରକେଲାର ଅପରାହ୍ନ 1ଟାରେ ପୁଲ ସିର ମାଲେସିଆ ଓ ଚିଲି ମଧ୍ୟରେ ମୁକାବିଲା ହେବ । ସେହିପରି ପୁଲ ସି ଅନ୍ୟ ଦୁଇ ଦଳ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ ମଧ୍ୟ ଅପରାହ୍ନ 3ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଲଢେଇ ହେବ । ଅନ୍ୟ ଦୁଇ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅପରାହ୍ନ 5ଟାରେ ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁବାବିଲା ହେବାକୁ ଥିବାବେଳେ ରାତି 7ଟାରେ ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହକି ଲଢେଇ ହେବ ।

ପୁଲ ସିରେ ନେଦରଲାଣ୍ଡସ ତାର ପ୍ରଥମ ମ୍ୟାଚରେ ମାଲେସିଆକୁ ଭେଟିଥିଲା । 4-0 ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ଆଜି ନ୍ୟୁଜିଲାଣ୍ଡକୁ ହରାଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଦଳ । ନ୍ୟୁଜିଲାଣ୍ଡ ଚିଲିକୁ ତାର ପ୍ରଥମ ମୁକାବିଲାରେ 3-1 ଗୋଲରେ ପରାସ୍ତ କରି ଖାତା ଖୋଲିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ମାଲେସିଆ ଓ ଚିଲି ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିବେ । ପୁଲ ଏରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ଫ୍ରାନ୍ସକୁ 8-0 ଗୋଲରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାରୁ 1-0 ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଆର୍ଜେଣ୍ଟିନା ।

ଏହା ବି ପଢନ୍ତୁ...ଦ୍ବନ୍ଦ ଦୂର କଲେ ଏଫଆଇଏଚ ସଭାପତି, ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ

ପ୍ରକାଶ ଥାଉ କି, ହକି ବିଶ୍ବକପ ତୃତୀୟ ଦିନ ଅର୍ଥାତ ଗତକାଲି (ରବିବାର) ଭାରତ ତାର ଦ୍ବିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିଥିଲା । ଦୁଇଦଳ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । କେହି ଗୋଲ କରିବାରେ ସଫଳ ହୋଇନଥିଲେ । ଫଳରେ ଫୁଲ ଟାଇମ ମ୍ୟାଚଟି 0-0ରେ ଡ୍ର ହୋଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚରେ ସ୍ପେନ ୱେଲ୍ସକୁ 5-0 ଗୋଲରେ ପରାସ୍ତ କରି ବିଜୟ ଖାତା ଖୋଲିଛି । ଭାରତ ଇଂଲଣ୍ଡ ସମାନ 4 ପଏଣ୍ଟ ପାଇଥିବାବେଳେ ସ୍ପେନ 3 ପଏଣ୍ଟ ପାଇଛି । ପୁଲ ଡିରେ ଶୀର୍ଷରେ ଇଂଲଣ୍ଡ ରହିଛି । ସମସ୍ତ ମ୍ୟାଚ ପରେ ଯେଉଁ ଦଳ ଶୀର୍ଷ ସ୍ଥାନ ହାସଲ କରିବ ସେ ସିଧାସଳଖ କ୍ବାର୍ଟର ଫାଇନାଲକୁ ଉତୀନ୍ନ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.