ମାଙ୍ଗାଲୁରୁ: ପୂର୍ବତନ ଭାରତୀୟ କବାଡି ଖେଳାଳି ଉଦୟ ଚୌଟାଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବାପରେ 46 ବର୍ଷ ବୟସରେ ଆଜି(ଶନିବାର) ଉଦୟ ଚୌଟାଙ୍କ ପରଲୋକ ଘଟିଛି । 2007 କବାଡି ବିଶ୍ବକପ ପ୍ରତିଯୋଗିତାରେ ଭାରତୀୟ ଟିମର ସଦସ୍ୟ ରହିଥିଲେ ଉଦୟ । ସେ ଏକଲବ୍ୟ ସମ୍ମାନର ମଧ୍ୟ ଅଧିକାରୀ ଥିଲେ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଚୌଟାଙ୍କୁ ଏହି ସମ୍ମାନଜନକ କ୍ରୀଡା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାସ୍ତରୀୟ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ନିକଟ ସଂପର୍କୀୟଙ୍କ ସୂଚନା ଅନୁଯାୟୀ, ଚୌଟାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା । ସେ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଭୋଗୁଥିଲେ । ଚୌଟାଙ୍କ ପତ୍ନୀ, ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି । ସେ ଅବିଭକ୍ତ ଦକ୍ଷିଣ କାନାଡାର ଅନେକ କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ତାଙ୍କ ବିୟୋଗ କ୍ରୀଡାଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।