ETV Bharat / sports

ଆଉ ନାହାନ୍ତି ଅଲମ୍ପିଆନ ଫୁଟବଲର ତୁଳସୀଦାସ ବଳରାମ

ଅଲମ୍ପିଆନ ଫୁଟବଲର ତୁଳସୀଦାସ ବଳରାମଙ୍କ ପରଲୋକ ହୋଇଛି । ଗତକାଲି କୋଲକାତାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତୁଳସୀଦାସ । ଅଧିକ ପଢନ୍ତୁ

tulsidas balaram passes away
ଆଉ ନାହାନ୍ତି ଅଲମ୍ପିଆନ ଫୁଟବଲର ତୁଳସୀଦାସ ବଳରାମ
author img

By

Published : Feb 17, 2023, 7:39 AM IST

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ କ୍ରୀଡାଜଗତ ପାଇଁ ଦୁଃଖଦ ଖବର । ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ତଥା ପୂର୍ବତନ ଫୁଟବଲର ତୁଳସୀଦାସ ବଳରାମଙ୍କ ବିୟୋଗ ଘଟିଛି । କୋଲକାତାରେ ଗୁରୁବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ହୋଇଥିଲେ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଦୀର୍ଘ ଦିନ ହେବ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କ ଦେହାନ୍ତରେ ସର୍ବାଭାରତୀୟ ଫୁଟବଲ ମହାସଂଘ ଶୋକ ପ୍ରକାଶ କରିଛି ।

1950ରୁ 1960 ମଧ୍ୟରେ ସେ ଭାରତୀୟ ଫୁଟବଲ ସହ ଜଡିତ ଥିଲେ । ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ଯୁଗରେ ସେ ନିଜର ଦକ୍ଷତା ଓ ପ୍ରତିଭା ବଳ ଦେଶ ପାଇଁ ସଫଳତା ଆଣିଥିଲେ । ଚୁନୀ ଗୋସ୍ବାମୀ ଓ ପିକେ ବାନାର୍ଜୀଙ୍କ ଭଳି ଫୁଟବଲ କିମ୍ବଦନ୍ତୀଙ୍କ ସହ ମ୍ୟାଚ ଖେଳିଛନ୍ତି । ସେ ପଶ୍ଚିମବଙ୍ଗଳ ଉତ୍ତରାପୁରରେ ରହୁଥିଲେ । କୋଲକାତା ସିଟି ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ଇଷ୍ଟ ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ବ କରି କୋଲକାତା ଫୁଟବଲ ଲିଗ, ଆଇଏଫଏ ସିଲ୍ଡ, ଡୁରାଣ୍ଡକପ ଓ ରୋଭର୍ସ କପ ଟାଇଟଲ ହାସଲ କରିଛନ୍ତି । ଭାରତ ପାଇଁ ସେ 27ଟି ମ୍ୟାଚ ଖେଳି 10ଟି ଗୋଲ ସ୍କୋର କରିଛନ୍ତି ।

1962ରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ତୁଳସୀଦାସ । ଏହା ସହ ବିଭିନ୍ନ ଗେମ୍ସର ଦେଶକୁ ପଦକ ଭେଟି ଦେଇଥିଲେ । ତୁଳସୀଦାସଙ୍କ ଦେହାନ୍ତରେ ସର୍ବଭାରତୀୟ ଫୁଟବଲ ମହାସଂଘ ତିନିଦିନିଆ ଶୋକ ପାଳୁଛି । ଏହାସହ ଏଆଇଏଫଏଫ ପତାକା ଅର୍ଦ୍ଧନମିତ ହୋଇ ରହିବ । କିଛି ପ୍ରତିଯୋଗିତାମୂଳକ ମ୍ୟାଚ ପୂର୍ବରୁ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯିବ ।

ଏହା ବି ପଢନ୍ତୁ...ସେଲ୍ଫି ନେବାକୁ ମନା କଲେ ପୃଥ୍ବୀ ଶ’ ଆକ୍ରମଣ କଲେ ଫ୍ୟାନ୍ସ

ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି,''ତୁଳସୀଦାସ ଫୁଟବଲ ଭଗବାନ ଭାବେ ଆଶୀର୍ବାଦ ଥିଲେ । ମୁଁ ନିଶ୍ଚିତ ସେ ଆମ ପାଖକୁ ଫେରିବେ । ଭାରତୀୟ ଫୁଟବଲ ଇତିହାସ ପାଇଁ ସେ ଜଣେ ଉପହାର ଥିଲେ ।''

1937ରେ ଅକ୍ଟୋବର 4 ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ । ହାଇଦ୍ରାବାଦରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । 1957ରେ ସେ କୋଲକାତା ଫେରି ଆସି ଇଷ୍ଟ ବେଙ୍ଗଲରେ ଯୋଗ ଦେଇଥିଲେ । ପରେ 1963ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ସେହି ସମାନ ବର୍ଷ ତାଙ୍କ କ୍ୟାରିଅର ଶେଷ ହୋଇଥିଲା । ଏହା ପରେ ତାଙ୍କ ଫୁସଫୁସ ଖରାପ ହୋଇଥିବା ନେଇ ଡାକ୍ତର କହିଥିଲେ । ସମୟ ସମୟରେ ସେ କ୍ଲାନ୍ତ ହୋଇଯାଉଥିଲେ । ଏହାକଥା ସେ ଏକ ସାକ୍ଷାତକାରରେ କହିଥିଲେ । ଜଣେ ଡାକ୍ତର ମୋ ଖେଳର ପ୍ରଶଂସକ ଥିଲେ । ଆଗକୁ ଖେଳିଲେ ମୋ ଦେହ ଅଧିକ ଖରାପ ହୋଇପାରେ ବୋଲି କହିଥିଲେ । ସେହିଠୁ ମୋ କ୍ୟାରିଅର ଶେଷ ହୋଇଥିଲା ବୋଲି କହିଥିଲେ ତୁଳସୀଦାସ ।

ଏହା ପରେ ସେ ସିକନ୍ଦରାବାଦ ଚାଲି ଆସିଥିଲେ । ବଳରାମଙ୍କ ବିବାହ ପାଇଁ ତାଙ୍କ ମାଆ ସ୍ଥିର କରିଥିଲେ । ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ବିବାହ କରିବାକୁ ମନା କରିଥିଲେ ତୁଳସୀ । କାହିଁକି ଜଣେ ଝିଅର ଜୀବନ ନଷ୍ଟ କରିବେ ବୋଲି ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଶୁଣି ତାଙ୍କ ମାଆ କାନ୍ଦିଥିଲେ ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ତୁଳସୀଦାସ ବଳରାମ ବିବାହ କରି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.