ETV Bharat / state

ଓଡ଼ିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ, ଆରମ୍ଭ ହେଲା ଗ୍ରାସ୍‌ରୁଟ୍‌ ସେଣ୍ଟର

author img

By

Published : Aug 6, 2023, 5:48 PM IST

Updated : Aug 6, 2023, 6:31 PM IST

ଓଡିଶାରେ ଫୁଟବଲର ହେବ ବିକାଶ । ତୃଣମୂଳସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଓଡିଶା ଫୁଟବଲ ସଙ୍ଘ (ଫାଓ) ପକ୍ଷରୁ ଆରମ୍ଭ ହୋଇଛି ଗ୍ରାସରୁଟ ସେଣ୍ଟର । ଅଧିକ ପଢ଼ନ୍ତୁ

ଓଡିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ
ଓଡିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ

ଓଡିଶା ଫୁଟବଲର ବିକାଶ ଦିଗ ତ୍ୱରାନ୍ୱିତ

କଟକ: ଓଡିଶାରେ ଫୁଟବଲ ବିକାଶ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ତୃଣମୂଳସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଓଡିଶା ଫୁଟବଲ ସଙ୍ଘ (ଫାଓ) ପକ୍ଷରୁ ଆରମ୍ଭ ହୋଇଛି ଗ୍ରାସରୁଟ ସେଣ୍ଟର । ଓଡିଶାରେ ସଙ୍ଘ ପକ୍ଷରୁ ମୋଟ ୨୦ଟି ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ୬ରୁ ୧୨ ବର୍ଷର ଉଭୟ ପୁରୁଷ ଓ ମହିଳା ଖେଳାଳି ନେଉଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷଣ । ପ୍ରତିଟି ସେଣ୍ଟରରେ ୩୦ ଜଣ ଖେଳାଳିଙ୍କୁ ମିଳୁଛି ପ୍ରଶିକ୍ଷଣ । ଉଭୟ ସର୍ବଭାରତୀୟ ଫୁଟବଲ ସଂଘ ଓ ରାଜ୍ୟ ଫୁଟବଲ ସଂଘର ମିଳିତ ଉଦ୍ୟମରେ ଏହି ପ୍ରୟାସ ଆରମ୍ଭ ହୋଇଛି ।

ତେବେ ରାଜ୍ୟରେ ତୃଣମୂଳସ୍ତରରୁ ମହିଳା ଫୁଟବଲ ପ୍ରତିଭା ଚିହ୍ନଟ ପାଇଁ ଏହି ଯୋଜନା କରିଛି ଓଡ଼ିଶା ଫୁଟବଲ ସଂଘ । ଆଜି କଟକରେ ଏନେଇ ବିଭିନ୍ନ ଜିଲ୍ଲାର ଫୁଟବଲ ଆସୋସିଏସନ୍ କର୍ମକର୍ତ୍ତା ଓ ବରିଷ୍ଠ ମହିଳା ଫୁଟବଲରମାନଙ୍କ ସହ ଏନେଇ ସଂଘ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ କରିଛି । ଗ୍ରାମାଞ୍ଚଳରେ ୬ ବର୍ଷରୁ ୧୨ ବର୍ଷର ବାଳିକାମାନଙ୍କ ମଧ୍ୟରେ ବିଭିନ୍ନସ୍ତରରେ ପ୍ରତିଯୋଗିତାମାନ ଆୟୋଜନ କରି ଫୁଟବଲ ପ୍ରତିଭାମାନଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ପ୍ରତିଭାମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଜରିଆରେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ବୋଲି ଫାଓର ବରିଷ୍ଠ ବୈଷୟିକ ପରାମର୍ଶଦାତା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଫୁଟବଲ କେବଳ ଏକ ଖେଳ ନୁହେଁ, ଶାନ୍ତିର ପ୍ରତୀକ ମଧ୍ୟ କହିଲେ ରାଜନାଥ

ଏନେଇ ଓଡ଼ିଶା ଫୁଟବଲ ସଂଘର ଯୁଗ୍ମ ସମ୍ପାଦକ ଅଭିଜିତ ପାଲ କହିଛନ୍ତି, "କୃତି ଖେଳାଳିମାନଙ୍କ ନାମକୁ ସର୍ବ ଭାରତୀୟସ୍ତରରେ ରେଜିଷ୍ଟ୍ରେସନ କରାଯାଉଛି । ପ୍ରତ୍ୟେକ ସେଣ୍ଟରରେ ଭଲ କୋଚ୍, ଭଲ ଭିତ୍ତିଭୂମି ରହିଛି । ପ୍ରତିଦିନ ୩୦ରୁ ୪୦ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଆଗମୀ ଦିନରେ ଏହି ଖେଳାଳିମାନଙ୍କ ମଧ୍ୟରୁ ଭଲ ଖେଳାଳିମାନଙ୍କୁ ଚୟନ କରଯାଇ କ୍ରୀଡା ଛାତ୍ରାବାସରେ ରଖାଯିବ ।" ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ । ତେବେ ଏହି କ୍ୟାମ୍ପ୍‌ରୁ ଅନେକ ଭଲ ଖେଳାଳି ଆଗମୀ ଦିନରେ ଓଡିଶା ପାଇଁ ଉଭା ହେବେ ବୋଲି ଆଶା କରାଯାଇପାରେ । କାରଣ ସେମାନଙ୍କୁ ମିଳୁଛି ଉତ୍କୃଷ୍ଟମାନର ପ୍ରଶିକ୍ଷଣ । ପ୍ରତି ସେଣ୍ଟରରେ ଦକ୍ଷ କୋଚ୍ ମଧ୍ୟ ରହିଛନ୍ତି । ତେବେ ଏନେଇ ହୋଇଥିବା ଆଲୋଚନା ବୈଠକରେ ପୂର୍ବତନ ଫୁଟବଲ ତାରକା ସମେତ ରାଜ୍ୟ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କଟକ

Last Updated : Aug 6, 2023, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.