ETV Bharat / sports

ବଡ ଶିକାର ଲକ୍ଷ୍ୟରେ ଆସାମ ଧାବିକା ହିମା ଦାସ

ଆନ୍ତର୍ଜାତିକ ଆଥଲେଟିକ୍‌ ଇଭେଣ୍ଟରେ 5ଟି ସ୍ବର୍ଣ୍ଣ ହାତେଇଲା ପରେ ଏବେ ହିମାଙ୍କ ଆଖି ବିଶ୍ବ ଚମ୍ପିଆନସିପ୍ ଉପରେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 22, 2019, 9:56 PM IST

Updated : Jul 22, 2019, 10:05 PM IST

ହାଇଦ୍ରାବାଦ: ଟ୍ରାକ୍‌ ରେସରେ ଏବେ ଚର୍ଚ୍ଚିତ ଚେହେରା ଆସାମର ଦୌଡରାଣୀ ହିମା ଦାସ । ଆନ୍ତର୍ଜାତିକ ଆଥଲେଟିକ୍‌ ଇଭେଣ୍ଟରେ 5ଟି ସ୍ବର୍ଣ୍ଣ ହାତେଇଲା ପରେ ଏବେ ହିମାଙ୍କ ଆଖି ବିଶ୍ବ ଚମ୍ପିଆନସିପ ଉପରେ ବୋଲି କହିଛନ୍ତି।

ମିଡିଆକୁ ସାକ୍ଷାତକାର ଦେଇ ହିମା କହିଛନ୍ତି, ଏହି ତ ଟ୍ରେଲର ଥିଲା ଆଗକୁ ବିଶ୍ବ ଚମ୍ପିଆନସିପ ଉପରେ ମୋର ଆଖି ରହିଛି । ସେ କହିଛନ୍ତି, "ଏହି 5ଟି ମ୍ୟାଚ ମୋ ପାଇଁ ଆଭ୍ୟାସ ମ୍ୟାଚ ସଦୃଶ ଥିଲା । ଆଗକୁ ବିଶ୍ବ ଚମ୍ପିଆନସିପ ଭଳି ବଡ ପ୍ରତିଯୋଗିତା ରହିଛି । ଏଥିରେ କିଛି କମାଲ କରି ଦେଖାଇବାକୁ ମୁଁ ଲକ୍ଷ୍ୟ ରଖିଛି । ଏଥି ଲାଗି ମୁଁ ମୋର ପ୍ରସ୍ତୁତି ଆରମ୍ଭ କରି ସାରିଛି । "

ପ୍ରକାଶ ଥାଉକି, ଆସାମ ଧାବିକା ହିମା ଦାସ ନୋବେ ମେଷ୍ଟୋ ନାଡ ମିତୁଜି ଗ୍ରାଣ୍ଡ ପ୍ରିକ୍ସରେ 5ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଯେଉଁଥିରେ ସେ 200 ମିଟର ଇଭେଣ୍ଟରେ 4ଟି ସ୍ବର୍ଣ୍ଣ ଓ 400 ମିଟର ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Jul 22, 2019, 10:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.