ETV Bharat / sports

Olympics: ଟୋକିଓରେ ପହଞ୍ଚିଲା ଟିମ ଇଣ୍ଡିଆ

author img

By

Published : Jul 18, 2021, 4:36 PM IST

ପ୍ରଥମ ଦଫାରେ ଟୋକିଓରେ ପହଞ୍ଚିଥିବା ୮୮ଜଣିଆ ଟିମ୍‌ରେ ୫୪ଜଣ ଆଥଲେଟ୍‌, ସପୋର୍ଟ ଷ୍ଟାଫ ଓ IOA ପ୍ରତିନିଧି ରହିଛନ୍ତି । ଅଧିକ ପଢନ୍ତୁ...

First batch of Indian contingent reaches Tokyo after rousing send-off
ଟୋକିଓ ପହଞ୍ଚିଲା Olympics ଟିମ ଇଣ୍ଡିଆ

ଟୋକିଓ(ଜାପାନ): ଆରମ୍ଭ ହେଲା ଭାରତର ମିଶନ ଅଲମ୍ପିକ୍ସ ଅଭିଯାନ । ସକରାତ୍ମକ ମନୋବଳ ଓ ପଦକ ବିଜୟ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରି ପ୍ରଥମ ପର୍ଯ୍ୟାୟରେ ୮୮ଜଣ ଶକ୍ତିଶାଳୀ ଅଲମ୍ପିକ ଯୋଗ୍ୟ ଆଥଲେଟ୍‌ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି । ମହାମାରୀ COVID-19 ପ୍ରଭାବିତ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ଏହି ଭାରତୀୟ ଖେଳାଳି । ଜୁଲାଇ ୨୩ରୁ ସମ୍ମାନଜନକ ବହୁଦେଶୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି ।

ଟୋକିଓ ଅଲମ୍ପିକ୍ସ ଉପରେ ମହାମାରୀର କଳାବାଦଲ ଛାଇ ହୋଇରହିଛି । ଗତବର୍ଷ ଏହି ମେଗା ଇଭେଣ୍ଟ ଖେଳାଯିବା ନେଇ ସୂଚୀ ରହିଥିଲା ମାତ୍ର ସଂକ୍ରମଣର ଭୟାଭୟତା ଯୋଗୁଁ ଆୟୋଜନ ସମ୍ଭବ ହୋଇନପାରି ସ୍ଥଗିତ ରହିଥିଲା । ଜୁଲାଇ ୨୩ରୁ ଅଲମ୍ପିକ ଖେଳ ଆରମ୍ଭ ହେବାକୁ ଯାଉଥିବାରୁ ବିଭିନ୍ନ ଦେଶର ପ୍ରତିଯୋଗୀମାନେ ଟୋକିଓରେ ପହଞ୍ଚିବାରେ ଲାଗିଛନ୍ତି ।

ମୋଟ ୮ଟି ଭିନ୍ନ ଖେଳ- ତୀରନ୍ଦାଜ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ହକି, ଜୁଡୋ, ଜିମ୍ନାଷ୍ଟିକ୍ସ, ସୁଇମିଂ ଓ ଭାରୋତ୍ତଳନର ଖେଳାଳି ଓ ଅଧିକାରୀ ଏକ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ବାରା ନୂଆ ଦିଲ୍ଲୀରୁ ଉଡାଣ ଭରିବା ପରେ ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ।

ପ୍ରଥମ ଦଫାରେ ଟୋକିଓରେ ପହଞ୍ଚିଥିବା ୮୮ଜଣିଆ ଟିମ୍‌ରେ ୫୪ଜଣ ଆଥଲେଟ୍‌, ସପୋର୍ଟ ଷ୍ଟାଫ ଓ IOA ପ୍ରତିନିଧି ରହିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ କୁରୋବେ ସିଟି ପ୍ରତିନିଧିମାନେ "Kurobe supports Indian athletes!! #Cheer4India!" ଲେଖାଥିବା ବ୍ୟାନର ସହ ଆସି ଭାରତୀୟ ଆଥଲେଟ୍‌ସଙ୍କୁ ସ୍ବାଗତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଯାତ୍ରା କରିଥିବା ଭାରତୀୟ ଅଲମ୍ପିକ ଟିମ ମଧ୍ୟରେ ପୁରୁଷ ଓ ମହିଳା ହକି ଟିମ ରହିଛି ।

ପୂର୍ବରୁ ଶନିବାର ରାତ୍ରିରେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ନୂଆଦିଲ୍ଲୀରେ ପହଞ୍ଚି ଶୁଭେଚ୍ଛା, ଶୁଭକାମନା ସହ ତାଳି ମାରି ଔପଚାରିକ ଭାବେ ଭାରତୀୟ ଖେଳାଳିଙ୍କୁ ଯାତ୍ରା ଅନୁମତି ପ୍ରଦାନ କରିଥିଲେ ।

IGI ବିମାନବନ୍ଦର ଭାରତୀୟ ଅଲମ୍ପିକ ଇତିହାସର ଐତିହାସିକ ମୂହୂର୍ତ୍ତର ସାକ୍ଷୀ ପାଲଟିଥିଲା । ଭାରତୀୟ ଅଲମ୍ପିକ ଅଂଶଗ୍ରହଣକାରୀ ଖେଳାଳି ରେଡ୍‌ କାର୍ପେଟରେ ଚାଲିଥିଲେ । ଅଲମ୍ପିକ୍ସ ଖେଳରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାତ୍ରା କରୁଥିବା ଖେଳାଳିଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ ଭାରତ ସରକାର ।

ଏହି ଯାତ୍ରା ଉତ୍ସବରେ କ୍ରୀଡାରାଜ୍ୟ ମନ୍ତ୍ରୀ ନୀତିଶ ପ୍ରାମାଣିକ, SAI ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟାଙ୍କ ସମେତ ଭାରତୀୟ ଅଲମ୍ପିକ ସଂଘ(IOA)ର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ବିଦେଶରେ ଅଭ୍ୟାସ ପ୍ରସ୍ତୁତି ଚଳାଇଥିବା କିଛି ଭାରତୀୟ ଆଥଲେଟ୍‌ ସିଧାସଳଖ ସେଠାରୁ ଟୋକିଓରେ ପହଞ୍ଚିସାରିଛନ୍ତି ।

ଏକମାତ୍ର ଭାରତୀୟ ଭାରୋତ୍ତଳନକାରୀ ମୀରାବାଇ ଚାନୁ ଅଭ୍ୟାସ କରୁଥିବା ସେଣ୍ଟ୍‌ ଲୁସିଆରୁ ଟୋକିଓ ପହଞ୍ଚିଛନ୍ତି । ଇଟାଲି ଓ କ୍ରୋଏସିଆରେ ପ୍ରସ୍ତୁତି ଚଳାଇଥିବା ଭାରତୀୟ ବକ୍ସର ଓ ସୁଟର ମଧ୍ୟ ଟୋକିଓ ପହଞ୍ଚିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.