ପାଟନା: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିରୋଧରେ ବିହାର ବେଗୁସରାୟ କୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଏକ ୩୦ ଲକ୍ଷ ଟଙ୍କା ଚେକ୍ ବାଉନ୍ସ ହେବା ଅଭିଯୋଗରେ ଧୋନୀଙ୍କ ସମେତ ୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉପଜବର୍ଦ୍ଧକ ନାମକ ଏକ କୃଷି ଜାତୀୟ ଉତ୍ପାଦ କମ୍ପାନୀର ପ୍ରଚାର କରୁଛନ୍ତି ଧୋନୀ । ସେ ଏହି କମ୍ପାନୀର ଚେୟାରମ୍ୟାନ ଦାୟିତ୍ବରେ ମଧ୍ୟ ରହିଛନ୍ତି ।
ଧୋନୀଙ୍କ ବିରୋଧରେ ବେଗୁସରାୟର ନୀରଜ କୁମାର ନାମକ ଜଣେ ବ୍ୟବସାୟୀ, ଧୋନୀଙ୍କ କମ୍ପାନୀରୁ କିଛି ଜିନିଷ କିଣି ନେଇଥିଲେ ବିକ୍ରି କରିବାକୁ । ତେବେ ଧୋନୀଙ୍କ କମ୍ପାନୀର ଅସହଯୋଗ କାରଣରୁ ଏହା ଅଧିକ ବିକ୍ରି ହୋଇ ପାରିଲା ନାହିଁ । ଏଭଳି ଅଭିଯୋଗ କରିଛନ୍ତି ବେଗୁସରାୟର ବ୍ୟବସାୟୀ । ଏହି ସବୁ ଜିନିଷ ଫେରାଇବା ପରେ ତାଙ୍କୁ କମ୍ପାନୀ ପକ୍ଷରୁ ୩୦ ଲକ୍ଷ୍ୟ ଟଙ୍କା ଚେକ୍ ପ୍ରଦାନ କରିଥଲା ।
ତେବେ ଯେତେବେଳେ ନୀରଜ ଏହି ଚେକ୍ ବ୍ୟାଙ୍କ୍ରେ ଜମା କରିଥିଲେ, ସେତେବେ ଚେକ୍ଟି ବାଉନ୍ସ ହୋଇ ଯାଇଥିଲା । ଏହାକୁ ନେଇ କମ୍ପାନୀକୁ ଲିଗାଲ ନୋଟିସ ମାଧ୍ୟମରେ ସୂଚନା ଦେଇଥିଲେ ନୀରଜ । ଏହାସତ୍ତ୍ବେ କମ୍ପାନୀ ଏଥିପ୍ରତି କୌଣସି ଧ୍ୟାନ ଦେଇନଥିବା ନୀରଜ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉପଜବର୍ଦ୍ଧକ କମ୍ପାନୀର ସିଇଓଙ୍କ ସମେତ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲାର ଶୁଣାଣି ଜୁନ୍ ୨୮ ତାରିଖରେ କରିବେ କୋର୍ଟ ।