ଭୁବନେଶ୍ବର: ଏଫଆଇଏଚ ମହିଳା ପ୍ରୋ ଲିଗରେ କଳିଙ୍ଗ ଷ୍ଟାଡିୟମରେ ଆଜି (ଶୁକ୍ରବାର) ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ବିଶ୍ବର ଏକ ନମ୍ବର ତଥା ଅଲମ୍ପିକ୍ସ ଚାମ୍ପିଅନ ନେଦରଲ୍ୟାଣ୍ଡସକୁ ସାମ୍ନା କରିବାକୁ ନେଇ ସବିତାଙ୍କ ସ୍କ୍ବାର୍ଡ ବେଶ ଉତ୍ସାହିତ ଅଛି । ଯୁବ ଖେଳାଳିଙ୍କୁ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟ ହାସଲ ଲକ୍ଷ୍ୟ ରଖିଛି ଭାରତ।
-
Teams hitting the ground for their training session 🏑
— Hockey India (@TheHockeyIndia) April 7, 2022 " class="align-text-top noRightClick twitterSection" data="
All geared up for their match tomorrow !#HockeyIndia #IndiaKaGame #FIHProLeague #HockeyAtItsBest @CMO_Odisha @sports_odisha @IndiaSports @Media_SAI @KNHB_NL pic.twitter.com/uexivN8wtd
">Teams hitting the ground for their training session 🏑
— Hockey India (@TheHockeyIndia) April 7, 2022
All geared up for their match tomorrow !#HockeyIndia #IndiaKaGame #FIHProLeague #HockeyAtItsBest @CMO_Odisha @sports_odisha @IndiaSports @Media_SAI @KNHB_NL pic.twitter.com/uexivN8wtdTeams hitting the ground for their training session 🏑
— Hockey India (@TheHockeyIndia) April 7, 2022
All geared up for their match tomorrow !#HockeyIndia #IndiaKaGame #FIHProLeague #HockeyAtItsBest @CMO_Odisha @sports_odisha @IndiaSports @Media_SAI @KNHB_NL pic.twitter.com/uexivN8wtd
ଶେଷ ଥର ପାଇଁ ଉଭୟ ଟୋକିଏ ଅଲମ୍ପିକ୍ସର ଗ୍ରୁପ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ । ଭାରତ ଏହି ମ୍ୟାଚରେ 1-5 ଗୋଲରେ ପରାସ୍ତ ହୋଇଥିଲା । ଟୋକିଏ ଅଲମ୍ପିକ୍ସରେ ନେଦରଲାଣ୍ଡସ ସ୍ବର୍ଣ୍ଣ ପଦକ ହାତେଇଥିଲା । ଘରୋଇ ଗ୍ରାଉଣ୍ଡରେ ପୁଣି ଥରେ ନେଦରଲାଣ୍ଡସକୁ ଭେଟିବା ଭାରତ ପାଇଁ ଏକ ସୁଯୋଗ ସମାନ ହୋଇଛି । ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଦଳ ଫୁଲ ପ୍ରସ୍ତୁତ ରହିଛି । ଏ ନେଇ ଗୁରୁବାର ଷ୍ଟାଡିୟମରେ ଦୁଇ ଦଳ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।
ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଦୁଇ ଦଳ ପରସ୍ପରକୁ ଭେଟିବେ । ନେଦରଲ୍ୟାଣ୍ଡସ ବିପକ୍ଷରେ ହେବାକୁ ଥିବା ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଖେଳାଳି । ପଏଣ୍ଟ ଟେବୁଲରେ ନେଦରଲାଣ୍ଡସ ସର୍ବାଧିକ 17 ପଏଣ୍ଟ ସହ ଶୀର୍ଷରେ ରହିଛି । ଭାରତ 6ଟି ମ୍ୟାଚରୁ 12 ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି । ନେଦରଲାଣ୍ଡସ ବିପକ୍ଷରେ ଥିବା ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିଲେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହେବାର ସୁଯୋଗ ରହିଛି । କାରଣ ଜର୍ମାନୀ 13 ଓ ଆର୍ଜେଣ୍ଟିନା 12 ପଏଣ୍ଟ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଆସନ୍ତାକାଲି ଦ୍ବିତୀୟ ମ୍ୟାଚ ଖେଳାଯିବ ।