ETV Bharat / sports

ହକି ବିଶ୍ୱକପ ପୂର୍ବରୁ ଏମିତି ରହଛି ଦଳର ମାନ୍ୟତା, ଶୀର୍ଷରେ ଅଷ୍ଟ୍ରେଲିଆ

୨୦୨୨ ଡିସେମ୍ବର ୨୦ ତାରିଖରେ ଜାରି କରାଯାଇଥିବା ମାନ୍ୟତା ଅନୁସାରେ ଅଷ୍ଟ୍ରେଲିଆ ହକି ଟିମ ନମ୍ବର ୧ ମାନ୍ୟତାରେ ରହିଥିବା ବେଳେ ଭାରତ ୬ ନମ୍ବର ମାନ୍ୟତାରେ ରହିଛି । ଅଧିକ ପଢନ୍ତୁ

author img

By

Published : Jan 9, 2023, 10:19 PM IST

FIH ସଦସ୍ୟ ଟିମର ମାନ୍ୟତା
FIH ସଦସ୍ୟ ଟିମର ମାନ୍ୟତା

ହାଇଦ୍ରାବାଦ: ଅନ୍ତର୍ଜାତୀୟ ହକି ମହାସଂଘ (FIH) ହକି ଟିମର ମାନ୍ୟତା ଜାରି କରିଛି । FIH ସଦସ୍ୟ ଟିମର ମ୍ୟାଚ ପ୍ରଦର୍ଶନ ଅନୁଯାୟୀ ଏହି ମାନ୍ୟତା ଦିଆଯାଇଛି । ହକି ଟିମର ମାନ୍ୟତା ପ୍ରକ୍ରିୟା ବର୍ଷ ୨୦୦୩ରୁ ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ପୁଲ ବନାଇ ସମୟରେ ଫିକ୍ସିଙ୍ଗ ଏବଂ ବିଭିନ୍ନ ଅଭିଯୋଗକୁ ଦୂର କରିବା ପାଇଁ ମାନ୍ୟତା ପରମ୍ପରା ଆରମ୍ଭ କରାଯାଇଥିଲା । ବର୍ଷରେ ଖେଳାଯାଇଥିବା କ୍ବାଲିଫାଇଙ୍ଗ ଏବଂ କଣ୍ଟିନେଟଲ ମ୍ୟାଚ ସହିତ ସମସ୍ତ FIH ମ୍ୟାଚରେ ମାନ୍ୟତା ପ୍ରାପ୍ତ ସ୍କୋରକୁ ଦଳର ମାନ୍ୟତା ଦେବା ସମୟରେ ସାମିଲ କରାଯାଇଥାଏ । ହକି ଟିମଗୁଡିକର ମାନ୍ୟତା ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ହକି ଟିମ ଶୀର୍ଷରେ ରହିଛି । ୨୦୨୨ ଡିସେମ୍ବର ୨୦ ତାରିଖରେ ଜାରି କରାଯାଇଥିବା ମାନ୍ୟତା ଅନୁସାରେ ଅଷ୍ଟ୍ରେଲିଆ ହକି ଟିମ ନମ୍ବର ୧ ମାନ୍ୟତାରେ ରହିଥିବା ବେଳେ ଭାରତ ୬ ନମ୍ବର ମାନ୍ୟତାରେ ରହିଛି । ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନର ମାନ୍ୟତା ୧୭ ରହିଛି ।

ସେହିପରି ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୮ ରନର୍ସ ଅପ ନେଦରଲାଣ୍ଡର ମାନ୍ୟତା ତୃତୀୟ ସ୍ଥାନରେ ରହିଛି । ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି । ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି । ଆର୍ଜେଣ୍ଟିନା ସପ୍ତମ ସ୍ଥାନରେ ରହିଛି । ସ୍ପେନ ଅଷ୍ଟମ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ନବମ ସ୍ଥାନରେ ରହିଛି । ଦକ୍ଷିଣ କୋରିଆ ଦଶମ ସ୍ଥାନରେ ରହିଛି । ମାଲେସିଆ ୧୧ ସ୍ଥାନରେ ରହିଛି । ଫ୍ରାନ୍ସ ୧୨ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ୧୪ ସ୍ଥାନରେ ରହିଛି । ୱେଲ୍ସ ୧୫ ସ୍ଥାନରେ ରହିଛି । ଜାପାନ ୧୬ ସ୍ଥାନରେ ରହିଛି ।

୨୦୨୩ ହକି ବିଶ୍ବ କପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ବିଶ୍ବ କପ ଖେଳାଯିବ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ଭାରତ ସହ ପୁଲ୍‌ D'ରେ ଅପେକ୍ଷାକୃତ ଦୁର୍ବଳ ଟିମ ଥିବାରୁ ଘରୋଇ ଟିମ ସହଜ ପୁଲ୍‌ରେ ଥିବା କୁହାଯାଉଛି । ମୋଟ୍‌ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପୁଲ୍‌ରେ ୪ଟି ଲେଖାଏଁ ଟିମ ରହିଛନ୍ତି । ପୁଲ Dରେ ଭାରତ ସ୍ଥାନ ପାଇଛି । ଫଳରେ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ସହଜରେ ପହଞ୍ଚିବା ସହ ବିଶ୍ବକପ ଟ୍ରଫି ଜିତିବାର ସୁବର୍ଣ୍ଣ ସୁଯୋଗ ଭାରତୀୟ ହକି ଟିମ ନିକଟରେ ରହିଥିବା କୁହାଯାଉଛି ।

ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଟ୍ରଫି । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ (Hockey World Cup 2023) । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।

କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.