ସାଣ୍ଟିଆଗୋ: ଏଫଆଇଏଚ ଜୁନିୟର ମହିଳା ବିଶ୍ବକପରେ ଦମଦାର ଆରମ୍ଭ କରିଥିବା ଭାରତ ଲଗାତାର ଦ୍ବିତୀୟ ପରାଜୟର ସାମ୍ନାକୁ କରିଛି । କନିଷ୍ଠ ମହିଳା ହକି ବିଶ୍ବକପରେ ଭାରତ କାନାଡା ବିପକ୍ଷରେ ବଡ ବିଜୟ ହାସଲ କରିଥିଲା । ଏହାପରେ ଦ୍ବିତୀୟ ମ୍ୟାଚରେ ଜର୍ମାନୀ ଓ ତୃତୀୟ ମ୍ୟାଚରେ ବେଲଜିୟମଠୁ ପରାସ୍ତ ହୋଇଛି । ଏହି ପରାଜୟ ସହିତ ଭାରତ କ୍ବାର୍ଟର ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି । ନିୟମ ଅନୁସାରେ ଗ୍ରୁପରେ ଶ୍ରେଷ୍ଠ ଦୁଇଟି ଦଳ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଭାରତ ଦୁଇଟି ମ୍ୟାଚରେ ହାରିବାରୁ ଜର୍ମାନୀ ଓ ବେଲିଜୟମ ପଛକୁ ତୃତୀୟ ସ୍ଥାନରେ ରହିଛି ।
-
So close yet too far 🙁
— Hockey India (@TheHockeyIndia) December 2, 2023 " class="align-text-top noRightClick twitterSection" data="
A spirited fightback from our young #WomenInBlue 🇮🇳 fell short as Belgium win by a narrow margin. #HockeyIndia #IndiaKaGame #JWCChile2023 #RisingStars pic.twitter.com/dxMYaWWswu
">So close yet too far 🙁
— Hockey India (@TheHockeyIndia) December 2, 2023
A spirited fightback from our young #WomenInBlue 🇮🇳 fell short as Belgium win by a narrow margin. #HockeyIndia #IndiaKaGame #JWCChile2023 #RisingStars pic.twitter.com/dxMYaWWswuSo close yet too far 🙁
— Hockey India (@TheHockeyIndia) December 2, 2023
A spirited fightback from our young #WomenInBlue 🇮🇳 fell short as Belgium win by a narrow margin. #HockeyIndia #IndiaKaGame #JWCChile2023 #RisingStars pic.twitter.com/dxMYaWWswu
ଶନିବାର ବେଲିଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ କ୍ବାର୍ଟରରେ ବେଲଜିୟମ ଆଟାକିଂ ମୁଡରେ ଖେଳିଥିଲା । 5 ମିନିଟରେ ସ୍କେରଅପ ଫିଲ୍ଡ ଗୋଲ କରି ଦଳକୁ 1-0 ଗୋଲରେ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । କେହି କାହାକୁ ଗୋଲ ଦେବାକୁ ସମର୍ଥ ହୋଇ ନଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ବେଲଜିୟମ ଅଗ୍ରଣୀ ବଜାୟ ରଖିଥିଲା । ତୃତୀୟ କ୍ବାର୍ଟରରେ ବେଲଜିୟମ ଗୋଲ କରିବାରେ ସଫଳ ହୋଇଥିଲା । 42ମିନିଟରେ ଡି ମୋଟ ଫ୍ରାନ୍ସ ପେନିଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଏହା ସହିତ ଦଳ 2-0ରେ ଆଗୁଆ ଥିଲା ।
ଚତୁର୍ଥ ତଥା ଫାଇନାଲ କ୍ବାର୍ଟରରେ ଭାରତ କମବ୍ୟାକ କରିଥିଲା । 47 ଓ 51ତମ ମିନିଟରେ ଅନୁ ଗୋଲ ସ୍କୋର କରି ସ୍ଥିତି 2-2 କରିଥିଲେ । ଏହାପରେ 52 ମିନିଟରେ ବେଲଜିୟମ ଖେଳାଳି ଅଷ୍ଟ୍ରିଡ ଗୋଲ କରି ମ୍ୟାଚକୁ 3-2 ଗୋଲରେ ଆଗୁଆ କରିଥିଲେ । ଶେଷ ଯାଏ ଆଉ ଭାରତୀୟ ଖେଳାଳି ଗୋଲ ସ୍କୋର କରିପାରି ନଥିଲେ ।
ଏହା ବି ପଢନ୍ତୁ...କନିଷ୍ଠ ମହିଳା ହକି ବିଶ୍ବକପ; ଜର୍ମାନୀଠୁ ହାରିଲା ଭାରତ
ଏହା ବି ପଢନ୍ତୁ...କନିଷ୍ଠ ମହିଳା ହକି ବିଶ୍ବକପ; ବିରାଟ ବିଜୟ ସହ ଭାରତର ଅଭିଯାନ ଆରମ୍ଭ
କାନାଡା ବିପକ୍ଷରେ ବଡ଼ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଜୁନିୟର ମହିଳା ହକି ଦଳ ତାର ଦ୍ବିତୀୟ ମ୍ୟାଚ୍ରେ ଜର୍ମାନୀକୁ ଭେଟିଥିଲା । 4-3 ଗୋଲରେ ପରାସ୍ତ ହୋଇଥିଲା । ଏହା ପରେ ଦ୍ବିତୀୟ ମ୍ୟାଚରେ ବେଲଜିୟମ ବିପକ୍ଷରେ ପରାସ୍ତ ହୋଇଛି ଜୁନିୟର ମହିଳା ହକି ଦଳ । ଲଗାତର ଦ୍ବିତୀୟ ପରାଜୟ ସହିତ ଦଳର କ୍ବାର୍ଟର ଫାଇନାଲ ଖେଳିବା ଆଶା ଆଶାରେ ରହିଛି । ନିକଟରେ ଝାଡଖଣ୍ଡରେ ଆୟୋଜିତ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଥିବା ସିନିୟର ମହିଳା ଦଳ । ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଅପରାଜେୟ ରହିଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତ ।