ETV Bharat / sports

FIFA World Rankings: ଦୁଇଟି ସ୍ଥାନ ତଳକୁ ଖସି ୧୦୬ ସ୍ଥାନରେ ଭାରତ

author img

By

Published : Oct 9, 2022, 7:48 AM IST

Updated : Oct 29, 2022, 3:37 PM IST

ଜାରି ହୋଇଥିବା ଫିଫା ବିଶ୍ବ ଫୁଟବଲ ନୂତନ ମାନ୍ୟତା ଭାରତ ଦୁଇଟି ସ୍ଥାନ ତଳକୁ ଖସି ଫିଫା ବିଶ୍ବ ମାନ୍ୟତାର ୧୦୬ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

FIFA World Rankings, ଦୁଇଟି ସ୍ଥାନ ତଳକୁ ଖସି ୧୦୬ ସ୍ଥାନରେ ଭାରତ

ହାଇଦ୍ରାବାଦ: ପ୍ରକାଶ ପାଇଛି ଫିଫା ବିଶ୍ବ ଫୁଟବଲ ନୂତନ ମାନ୍ୟତା । ଜାରି ହୋଇଥିବା ନୂତନ ମାନ୍ୟତାରେ ଭାରତ ଦୁଇଟି ସ୍ଥାନ ତଳକୁ ଖସି ଫିଫା ବିଶ୍ବ ମାନ୍ୟତାର ୧୦୬ ସ୍ଥାନରେ ରହିଛି । ଫିଫା ବିଶ୍ବକପ କ୍ବାଲିଫାୟର ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୧-୧ରେ ମ୍ୟାଚ ଡ୍ର କରିବା କାରଣରୁ ଭାରତ ମାନ୍ୟତାରେ ଦୁଇଟି ସ୍ଥାନ ତଳକୁ ଖସିଛି ।

ସେହିପରି ବ୍ରାଜିଲ ଫିଫା ବିଶ୍ବ ମାନ୍ୟତାର ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ରହିଛି । ୫୩ଟି ଜାତୀୟ ଲିଗ ମ୍ୟାଚ ଏବଂ ୧୧୯ଟି ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚକୁ ନେଇ ଫିଫାର ନୂତନ ମାନ୍ୟତା ଜାରି କରାଯାଇଛି । ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ବକପ ପୂର୍ବରୁ ଫିଫା ବିଶ୍ବ ମନ୍ୟତା ପ୍ରକାଶ କରାଯାଇଛି । ପରବର୍ତ୍ତୀ ଫିଫା ନୂତନ ମାନ୍ୟତା ଡିସେମ୍ବର ୨୨ ତାରିଖରେ ପ୍ରକାଶ ପାଇବ ।

ଅଗଷ୍ଟ ମାସରେ ପ୍ରକାଶ ପାଇଥିବା ଫିଫା ମାନ୍ୟତାରେ ଶୀର୍ଷ ୫ ଦେଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେମାନେ ନିଜ ନିଜ ମାନ୍ୟତାରେ ସ୍ଥିର ରହିଛନ୍ତି । ପ୍ରଥମ ସ୍ଥାନରେ ବ୍ରାଜିଲ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବେଲଜିୟମ ରହିଛି । ସେହିପରି ତୃତୀୟ ସ୍ଥାନରେ ଆର୍ଜେଣ୍ଟିନା ଚତୁର୍ଥ ସ୍ଥାନରେ ଫ୍ରାନ୍ସ ଏବଂ ପଞ୍ଚମ ସ୍ଥାନରେ ଇଂଲଣ୍ଡ ଫିଫା ମାନ୍ୟତାରେ ସ୍ଥିର ରହିଛନ୍ତି । ସେହିପରି ଇଟାଲୀ ଫିଫା ବିଶ୍ବକପରେ ଖେଳିବା ପାଇଁ କ୍ବାଲିଫାୟର ନ କରିପାରିଥିଲେ ମଧ୍ୟ ଫିଫା ମାନ୍ୟତାରେ ଷଷ୍ଠ ସ୍ଥାନରେ ରହିଛି । ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ କତାରରେ ଫିଫା ବିଶ୍ବକପ ଖେଳାଯିବ । ୨୦୧୮ ମସିହା ଫିଫା ବିଶ୍ବକପ ଫାଇନାଲ ମ୍ୟାଚରେ ଫ୍ରାନ୍ସ କ୍ରୋଏସିଆକୁ ୪-୨ ପଏଣ୍ଟରେ ପରାସ୍ତ କରିଥିଲା ।

Last Updated : Oct 29, 2022, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.