ହାଇଦ୍ରାବାଦ: ଫିଫା ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ଶେଷ ହୋଇଛି କ୍ବାର୍ଟର ଫାଇନାଲ ମୁକାବିଲା । ସେମିଫାଇନାଲରେ ଶୀର୍ଷ ଚାରି ଟିମ୍ ମଧ୍ୟରେ ହେବ ମହା ମୁକାବିଲା । ବ୍ରାଜିଲ, ଇଂଲଣ୍ଡ, ପର୍ତ୍ତୁଗାଲ ଭଳି ଶକ୍ତିଶାଳୀ ଦଳ ସେମିରୁ ବାଦ୍ ପଡିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ୍ ଫ୍ରାନ୍ସ, ଦୁଇ ଥର ବିଜେତା ଆର୍ଜେଣ୍ଟିନା ସହିତ କ୍ରୋଏସିଆ ଏବଂ ମରକ୍କୋ ସେମି ପାଇଁ ଟିକଟ୍ ହାତେଇଛନ୍ତି ।
-
The final four teams are set! 🇦🇷🇭🇷🇫🇷🇲🇦#FIFAWorldCup | #Qatar2022
— FIFA World Cup (@FIFAWorldCup) December 10, 2022 " class="align-text-top noRightClick twitterSection" data="
">The final four teams are set! 🇦🇷🇭🇷🇫🇷🇲🇦#FIFAWorldCup | #Qatar2022
— FIFA World Cup (@FIFAWorldCup) December 10, 2022The final four teams are set! 🇦🇷🇭🇷🇫🇷🇲🇦#FIFAWorldCup | #Qatar2022
— FIFA World Cup (@FIFAWorldCup) December 10, 2022
ପ୍ରଥମ ସେମିଫାଇନାଲ
ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ବନାମ କ୍ରୋଏସିଆ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଡିସେମ୍ବର ୧୪ ତାରିଖରେ ରାତି ୧୨:୩୦ରେ ଖେଳାଯିବ । କ୍ରୋଏସିଆ ସେମିରେ ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନାକୁ ମାତ୍ ଦେବାକୁ ଆପ୍ରାଣ ଉଦ୍ୟମ କରିବ । ସେହିପରି ଆର୍ଜେଣ୍ଟିନା ମଧ୍ୟ ଫାଇନାଲ ଟିକେଟ୍ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ।
-
The Final Four...
— FIFA World Cup (@FIFAWorldCup) December 10, 2022 " class="align-text-top noRightClick twitterSection" data="
🇫🇷🇦🇷🇭🇷🇲🇦
">The Final Four...
— FIFA World Cup (@FIFAWorldCup) December 10, 2022
🇫🇷🇦🇷🇭🇷🇲🇦The Final Four...
— FIFA World Cup (@FIFAWorldCup) December 10, 2022
🇫🇷🇦🇷🇭🇷🇲🇦
ଦ୍ୱିତୀୟ ସେମିଫାଇନାଲ
ଦ୍ୱିତୀୟ ସେମିଫାଇନାଲ ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଖେଳାଯିବ । ଡିସେମ୍ବର ୧୫ ତାରିଖରେ ଭାରତୀୟ ସମୟ ରାତି ୧୨:୩୦ରେ ଏହି ମ୍ୟାଚ୍ ଖେଳାଯିବ । କ୍ବାର୍ଟର ଫାଇନାଲରେ ମରକ୍କୋ ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଦଳ ପର୍ତ୍ତୁଗାଲକୁ ପରାସ୍ତ କରିଥିଲା । ୧-୦ ଗୋଲ୍ରେ ଜିତି ମରକ୍କୋ ପ୍ରଥମ ଥର ପାଇଁ ଫିଫା ବିଶ୍ବକପରେ ସେମିଫାଇନାଲ ପାଇଁ ଟିକଟ ହାତେଇଛି । ସେହିପରି ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଦ୍ବିତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ।
ସେମିଫାଇନାଲ ମ୍ୟାଚ
ଡିସେମ୍ବର ୧୪ ତାରିଖ - ରାତି ୧୨:୩୦ AM - ଆର୍ଜେଣ୍ଟିନା ବନାମ କ୍ରୋଏସିଆ
ଡିସେମ୍ବର ୧୫ ତାରିଖ - ରାତି ୧୨:୩୦ AM - ଫ୍ରାନ୍ସ ବନାମ ମରକ୍କୋ